ହେଡଲାଇନସ୍:

ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଦାବୀକୁ  ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଲେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର- ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଅତାଲାରେ ଧାରଣା ଦେଇଥିବା କର୍ମଚାରୀଙ୍କ ଆନ୍ଦୋଳନ  ସ୍ଥଳରେ ପହଁଚି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି । ୧୫ ଦିନ ହେଲା କଳମଛାଡ ଆନ୍ଦୋଳନ  ଚାଲିଛି । ମୁଖ୍ୟମନ୍ତ୍ରୀ ବାଁ ହାତରେ ଦସ୍ତଖତ କରିଥିବା କାମକୁ ଡାହଣ ହାତ ମାନୁନି ବୋଲି ତାତ୍ସଲ୍ୟପୂର୍ବକ କହିବା ସହ କର୍ମଚାରୀଙ୍କ ଦାବୀକୁ ସେ  ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୫ ଦିନ ହେଲା ଓଡିଶାର ଲୋକମାନେ ହଇରାଣ ହେଲେଣୀ । ମୁଖ୍ୟମନ୍ତ୍ରୀ ଘରର ମୁରବି । ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବାର ୪-୫ ମାସ ବିତିଲାଣି । ତେଣୁ କେଉଁ ଅଧିକାରୀ ମାନେ ଏଥିରେ ବାଧକ ସାଜୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ବିଚାର କରିବା ଦରକାର । ମୁଖ୍ୟମନ୍ତ୍ରୀ ଦସ୍ତଖତ କରୁଛନ୍ତି ଏହାକୁ ଆଉ କେହି ଶକ୍ତିଶାଳୀ ବ୍ୟକ୍ତି ଅଟକାଉଛନ୍ତି ଏହା ସେ ବୁଝି ପାରୁନାହାନ୍ତି । ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ସମସ୍ତେ ଆମର । କିଏ ସଚିବାଳୟରେ କାମ କରୁଛି କିଏ ନଅତାଲାରେ କାମ କରୁଛି କିଏ ଜିଲାରେ କାମ କରୁଛି । ଏହାକୁ ନେଇ ଅନାବଶ୍ୟକ ବିବାଦର ଆବଶ୍ୟକତା ନାହିଁ । ବିବାଦ ନକରି ତୁରନ୍ତ ସମାଧାନର ବାଟ ବାହର କରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି 

0
0
0
s2sdefault