ହେଡଲାଇନସ୍:

ଭଦ୍ରକରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ: ରାଜ୍ୟରେ ଭଦ୍ରକ ଜିଲ୍ଲା ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଆଜି ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଚରମ୍ପା ଅଗ୍ରସେନ ଭବନ ଠାରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ (ଉଜ୍ୱଲା କି ରଷୋଇ) କାର୍ଯ୍ୟକ୍ରମ ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ଏଥିରେ ବିଜେପି ମହିଳାମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର ଯୋଗ ଦେଇ ରାଜ୍ୟରେ ଭଦ୍ରକ ଜିଲ୍ଲା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସର୍ବାଧିକ ଉପଭୋକ୍ତା ଉପକୃତ ହୋଇଥିବାରୁ ସେ ଜିଲ୍ଳାର ସମସ୍ତ ମହିଳାମାନଙ୍କୁ କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରିଥିଲେ । ମହିଳାମାନଙ୍କୁ ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ମୋଦିଙ୍କ ଶାସନ କାଳରେ ମହିଳାମାନଙ୍କ ସମ୍ମାନ ପାଇଁ ୭ କୋଟି ଶୌଚାଳୟ, ବେଟି ବଚାଓ ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମହିଳାମାନଙ୍କର ଆର୍ଥିକ  ବିକାଶ ପାଇଁ ଋଣ ପ୍ରଦାନ, ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୫ କୋଟି ପରିବାର ଉପକୃତ ହେବା ଭଳି ଉଲ୍ଲେଖନୀୟ ଯୋଜନା ପ୍ରଣୟନ କରି ମୋଦି ସରକାର ଆଜି ସର୍ବଜନପ୍ରିୟ ହୋଇ ପାରିଛନ୍ତି । ସେହିପରି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସମଗ୍ର ଓଡିଶାରେ ପ୍ରଥମ ସ୍ଥାନରେ ଥିବା ଭଦ୍ରକ ଜିଲ୍ଲାରେ  ମୋଟ ୨ଲକ୍ଷ ୭୬ ହଜାର ମହିଳା ଉପକୃତ ହୋଇଥିବାରୁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଉତ୍ସବରେ ରାଜ୍ୟ ମହିଳାମୋର୍ଚ୍ଚା ନେତ୍ରୀ ସିମନ୍ତିନୀ ଜେନା, ଭଦ୍ରକ ଜିଲ୍ଲା ପ୍ରଭାରୀ ସୁଷମା ବିଶ୍ୱାଳ, ସବିତା ନନ୍ଦ, ରଶ୍ମିରେଖା ଦାସ, ଉମାମଣି ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉଜ୍ୱଳା ଯୋଜନାର ଲାଭାର୍ଥୀମାନେ ଗ୍ୟାସ ବ୍ୟବହାର କରି ରୋଷେଇ କରି ଅତିଥିଙ୍କୁ ଖୁଆଇଥିଲେ । ସ୍ୱାଦିଷ୍ଟ ରୋଷେଇ ପ୍ରସ୍ତୁତ କରିଥିବା ଲାଭାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦିପ ନାୟକ, ଶରତ ଦାସ, ରାକେଶ ମଲ୍ଲିକ, ଅମ୍ବିକା ପ୍ରସନ୍ନ ଦାସ, ବିଦ୍ୟାଧର ସାହୁ, ସୁରେଶ ସାମଲ, ମହିଳାମୋର୍ଚ୍ଚାର ସୁମିତ୍ରା ପାଣି, ମନୋରମା ପାତ୍ର, ପ୍ରେମଲତା କର, ଦିପ୍ତୀମୟୀ ଦାସ, ପୁଷ୍ପାଞ୍ଜଳି ବେହେରା, ଭାରତୀ ବିଶ୍ୱାଳ, ମାଳିନୀ ସାହୁ, କଳ୍ପନା ଜେନା, ସୁଷମା ପାତ୍ର, ନବନୀତା ନାୟକ, ଉଜ୍ୱଳା ସାହୁ, ସୁକାନ୍ତୀ ମିଶ୍ର, ଉର୍ମିଳା ସେଠୀ, ହରପ୍ରିୟା ସାହୁ, ରଶ୍ମିତା ପାଢୀ, ସୁମତୀ ପଣ୍ଡା, ରାଧାରାଣି ପଣ୍ଡା, ଗୀତାଞ୍ଜଳି ଆଇଚ, ଆଶାରାଣୀ ପଣ୍ଡା ଯୋଗ ଦେଇଥିଲେ । 

0
0
0
s2sdefault