ହେଡଲାଇନସ୍:

ପୂର୍ବତନ ପ୍ରିନ୍ସପାଲ୍‍ ଏଜି ଅମର ପଟ୍ଟନାୟକ ବିଜେଡିରେ ଯୋଗଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକଙ୍କୁ ଆଜି ପୂର୍ବାହ୍ଣ ୧୧ଟା ସମୟରେ ପୂର୍ବତନ ପ୍ରିନ୍ସପାଲ୍‍ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ନବୀନ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଅମର ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଅମର ଚାକିରରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ସେ ବହୁ ରାଜ୍ୟରେ କାର୍ଯ୍ୟ କରିଛନ୍ତି ଓ ତାଙ୍କର ବିପୁଳ ପ୍ରଶାସନିକ ଅନୁଭୂତି ରହିଛି । ସେ ଆଜି ଆମ ଦଳରେ ଯୋଗ ଦେଇଥିବାରୁ ବିଜେଡିର ଶକ୍ତି ବୃଦ୍ଧି ହେବ, ଏଥିରେ ସନ୍ଦେହ  ନାହିଁ । ଅମର ଆମ ଦଳର ଆଇଟି ସେଲ୍‍ ମୁଖ୍ୟ ହୋଇ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଅମର ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ଦକ୍ଷ ନେତୃତ୍ୱ ଉପରେ ମୋର ବିଶ୍ୱାସ, ଆସ୍ଥା ଓ ପ୍ରତିବଦ୍ଧତାର ପ୍ରମାଣ ହେଉଛି ବିଜେଡିର ମୋର ଯୋଗଦାନ । ମୁଁ ରାଜ୍ୟରେ ଯେତେବେଳେ ପ୍ରିନ୍ସପାଲ୍‍ ଏଜି ଥିଲି, ସେତେବେଳେ ତାଙ୍କର ପ୍ରଶଂସା କରୁଥିଲି ଓ ସର୍ବଦା ତ୍ୱରିତ୍‍ ପଦକ୍ଷେପ ନେବାରେ ତାଙ୍କର ଭୂମିକା ପ୍ରଶଂସନୀୟ ବୋଲି ମୁଁ ଖୋଲାଖୋଲି ସ୍ୱୀକାର କରିଛି । ଓଡ଼ିଶାକୁ ଯଦି କେହି ନମ୍ବର-୧ରେ ପହଞ୍ଚାଇପାରିବ, ତାହା ହେଲା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ । ମୁଁ ଏପରି ଆଉ ଜଣେ ମୁଖ୍ୟମନ୍ତ୍ରୀ ଦେଖିନାହିଁ, ଯିଏ ଶ୍ରୀ ପଟ୍ଟନାୟକଙ୍କ ଭଳି ମୁକ୍ତହସ୍ତ ଏବଂ ଜନସାଧାରଣଙ୍କ ସେବା ପାଇଁ ସର୍ବଦା ଚିନ୍ତା କରନ୍ତି । ରାଜ୍ୟର ବିକାଶ ଅତି ସ୍ୱଚ୍ଛତାର ସହ ସେ କରିଆସିଛନ୍ତି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ମୋର ଦୀର୍ଘଦିନର ସଂପର୍କ ରହିଥିଲା ଓ ଏହା ମୋତେ ଆଜୀବନ ଉତ୍ସାହିତ କରିଆସିଛି । ଏବେ ଓଡ଼ିଶାବାସୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମୁଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବି । ନବୀନ ନିବାସ ଠାରେ ଅନୁଷ୍ଠିତ  ଏହି ଯୋଗଦାନ ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶଶୀଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ଦଳର ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖପାତ୍ର ଡ. ସସ୍ମିତ ପାତ୍ରଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault