ହେଡଲାଇନସ୍:

ବିଜୁ ଯୁବ ବାହିନୀ ଦ୍ୱାରା ବୃକ୍ଷରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ (ଶାସକ ପ୍ରଶାସକ) - ବରଗଡ଼ ଜିଲ୍ଲା ଝାରବନ୍ଧର ବିଳାସପୁର ପଞ୍ଚାୟତର ବିଜୁ ଯୁବ ବାହିନୀ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଳାସପୁରଠାରୁ ଭଣ୍ଡାରଯୋରୀ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ଓ ଝାରବନ୍ଧ ବ୍ଲକର ବିଜୁ ଯୁବ ବାହିନୀର କୋ-ଅଡ଼ିନେଟର ଜୟନ୍ତ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏବଂ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଳାସପୁର ବିଜୁ ଯୁବବାହିନୀର ସଭାପତି ସୁନ୍ଦରମଣି ଷାଣ୍ଡ ଓ ସମ୍ପାଦକ ହିରାଧର ବାରିକ ଏବଂ ଖେମରାଜ ନାଏକ, ରମେଶ ନାଏକ, ନବିନ ସାହୁ, ଯେଗେଶ୍ୱର ସାହୁ, ହେମସାଗର ପ୍ରସାଦ ବଣିଆ, ଗୌତମ ବରିହା, ତରୁଣ ସାହୁ, ହାରାଧନ ବରିହା ଓ ଗୌରରଂଜନ ଭୋଇ ଓ କ୍ଷେମା ନାଏକ ପ୍ରଭୃତି ସଭ୍ୟ ଓ ସ୍ଥାନୀୟ ଶିକ୍ଷିତ ଯୁବକ, ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ  ।

0
0
0
s2sdefault