ହେଡଲାଇନସ୍:

ପ୍ରାଣ ହାରିଲେଣି ଦୁଇ ଚାଷୀ : ଶବ ରଖି ବିଜେପିର ରାସ୍ତା ଅବରୋଧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଲାଙ୍ଗୀରରୁ ନିରୋଜ ମିଶ୍ର : ପୁଣି ଗଲା ଦୁଇଟି ଦୁର୍ମୁଲ୍ୟ ଚାଷୀ ଜୀବନ | ବର୍ଷାଭାବ ଯୋଗୁ ଧାନ ଓ କପା ଫସଲ ଉଜୁଡିବା ପରେ ବିଷ ପିଇ  ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ  ଭଗତ ସଗରିଆ (୪୫)ଙ୍କ ବୁର୍ଲା ମେଡିକାଲରେ ଶୁକ୍ରବାର ମୃତ୍ୟୁ ଘଟିଛି |  ଭଗତଙ୍କୁ ମିଶାଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଳକରେ ଗତ ୨ଦିନରେ ୨ ଚାଷୀ ଆତ୍ମହତ୍ୟା କରିଛନ୍ତି |  ଗତ ମଙ୍ଗଳବାର ତୁରେକେଲା ବ୍ଳକ କମେଇମୁଣ୍ଡା ଗାଁର  ଚାଷୀ ଶରତ ମାଝି ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ସକାଳେ  ଭଗତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ  ମୃତଦେହକୁ କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରେଳଫାଟକ ନିକଟରେ ରଖି ୪୨ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ | କ୍ଷତିପୂରଣ ଦାବି ସହ ମୃତ ଚାଷୀଙ୍କ ପରିବାରକୁ ଥଇଥାନ ଦାବି କରିଥିଲେ |

  ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ଜିଲା ଭାଜପା ଉପସଭାପତି ଲକ୍ଷ୍ମଣ ବାଗ, ରାଷ୍ଟ୍ରପତି ବେହେରା, କାଲିଆ ସୁନା, ଅଶୋକ ଦାସ, ମହିଳା ନେତ୍ରୀ ଗୀତା ବାରିକଙ୍କ  ନେତୃତ୍ୱରେ ରାସ୍ତାରୋକୋ ହୋଇଥିଲା | ଖବର ପାଇ ତୁରେକେଲା ବିଡିଓ ରାମଦତ୍ତ ଭୋଇ, ମାଜିଷ୍ଟ୍ରେଟ୍‌ ତଥା କଣ୍ଟାବାଞ୍ଜି ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ସେଠାରେ ପହଞ୍ଚତ୍ଥିଲେ | ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରାଯିବା ସହ ବିଜୁ ପକ୍କାଘର ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା | ଉପଯୁକ୍ତ ତଦନ୍ତ ପରେ ମୃତ ଚାଷୀଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦିଆଯିବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା | ଅପରାହ୍ଣ  ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ରାସ୍ତାରୋକୋ ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା | 

   ପ୍ରକାଶ ଯେ, ଗୁରୁବାର ସକାଳେ ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ କୁଲିହାଦର୍ହ ଗାଁର  ଚାଷୀ ସଗରିଆ ସକାଳୁ କ୍ଷେତକୁ ଯାଇଥିଲେ | ସେଠାରେ ଉଜୁଡି ଯାଇଥିବା ଧାନ ଓ କପା ଚାଷ ଦେଖି କୀଟନାଶକ ପିଇ ଦେଇଥିଲେ | ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲକୁ ଅଣାଯାଇଥିଲା | ଅବସ୍ଥା ଉଦ୍‌ବେଗଜନକ ହେବାରୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ମେଡିକାଲକୁ ନିଯାଯାଇଥିଲା | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଶୁକ୍ରବାର ପୂର୍ବାହ୍ନରେ ବୁର୍ଲା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣରେ ମୃତଦେହ ନେଇ ପରିବାର ଲୋକେ କଣ୍ଟାବାଞ୍ଜି ପହଞ୍ଚତ୍ ଥିଲେ | ସେଠାରେ ଭାଜପା ନେତା, କର୍ମୀ ଓ ଅନ୍ୟ ଚାଷୀଙ୍କ ତରଫରୁ ରାସ୍ତାରୋକୋ କରାଯାଇଥିଲା |

0
0
0
s2sdefault