ହେଡଲାଇନସ୍:

ନବୀନ ନିବାସରେ ଶତାଧିକ ଆଇଏନ୍‍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନବୀନ ନିବାସରେ ଶତାଧିକ ଆଇଏନ୍‍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି |  ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ  କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍‍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା  । ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୦୦୦ରୁ ଉର୍ଧ୍ଵ  ବିଦ୍ୟୁତ  କର୍ମଚାରୀ ସାମିଲ ହୋଇଥିଲେ । ଆଇଏନ୍‍ଟିୟୁସିରୁ ଶତାଧିକ କର୍ମକର୍ତ୍ତା ଇସ୍ତଫା ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଥିଲେ । ନୂତନ ଭାବରେ ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘ ଗଠନ କରାଯାଇ ଏହା ଶ୍ରମ ବିଭାଗରେ ରେ.ନଂ. ୧୨୬୨/୨୦୧୮ରେ ପଞ୍ଜୀକୃତ ହୋଇଅଛି । ବିଦ୍ୟୁତ  କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସପ୍ତମ ଅର୍ଥ କମିଶନ ସୁପାରିସ କ୍ରମେ ୧୦ମ ମଜୁରୀ ବୋର୍ଡ ଜରିଆରେ ବିଦ୍ୟୁତ  ବିଭାଗର ସହାୟକଙ୍କ ଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀ ପର୍ଯ୍ୟନ୍ତ ଦରମା ବୃଦ୍ଧି କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହାଫଳରେ ପ୍ରତ୍ୟେକ କର୍ମଚାରୀ ୧୦ ହଜାରରୁ ଉର୍ଧ୍ଵ  ଟଙ୍କା ଦରମା ବୃଦ୍ଧି ୧୦ମ ମଜୁରୀ ବୋର୍ଡ ଜରିଆରେ ପାଇବାକୁ ସକ୍ଷମ ହେବେ । ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବିଦ୍ୟୁତ  କର୍ମଚାରୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟୁତ  କର୍ମଚାରୀ ମହାସଂଘର ଉପଦେଷ୍ଟା ବିଧାୟକ ଦେବାଶିଷ ସାମନ୍ତରାୟ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ସାମ୍ମୁଖ୍ୟର ମହାସଚିବ ସୁବାସ ସିଂହ, ଉପ-ସଭାପତି ଯୁଗଳ କିଶୋର ନାୟକ, ଆଇନ୍‍ଜୀବୀ ଦେବଦାସ ମହାନ୍ତି, ବିଦ୍ୟୁତ  କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସଂପାଦକ ଅମର ଜୁମର ପ୍ରତାପ ସିଂହ, ଯୁଗ୍ମ ସଂପାଦକ କୁମାର ଜିତେନ୍ଦ୍ର ବିଶ୍ୱାଳ, ବିଶୁଦ୍ଧାନନ୍ଦ ପରିଜା, ମଳୟ କୁମାର ନନ୍ଦ, ପଂକଜ କୁମାର ତ୍ରିପାଠୀ, ଶିଶିର କୁମାର ପଣ୍ଡା, ଅଦୈତ୍ୟ ନାୟକ, ପ୍ରଫୁଲ୍ଲ ପାଢ଼ୀ, ମନୋରଞ୍ଜନ ବିଶ୍ୱାଳ, ମହେନ୍ଦ୍ର ନାଥ ପ୍ରମୁଖ ନେତୃତ୍ୱ ନେଇଥିଲେ ।

 

0
0
0
s2sdefault