ହେଡଲାଇନସ୍:

"କେନ୍ଦ୍ର ତ ଦେଉନି, ଆମେ ଦେଲେ ବିଜେପିକୁ ବାଧୁଛି  କାହିଁକି  ?"

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ନବୀନ ବାବୁଙ୍କ ଖାଦ୍ୟସୁରକ୍ଷା ଯୋଜନା ପରେ ବିଜେପି ବର୍ତ୍ତମାନ ଆତଙ୍କିତ ହୋଇପଡିଛି: ପ୍ରତାପ  

ଭୁବନେଶ୍ୱର: ରାଜ୍ୟ ସରକାର ଯେତେବେଳେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଯେ ୨୦୧୧ରୁ ୨୦୧୮ ମଧ୍ୟରେ ଯେଉଁ ଜନସଂଖ୍ୟାରେ ବୃଦ୍ଧି ଘଟିଛି, ସେ ସଂକ୍ରାନ୍ତରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି ଏବଂ ବାଦ୍‍ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯାଉ, ଏଥିନେଇ କେନ୍ଦ୍ର ସରକାର ଉତ୍ତର ଦେଉନାହାନ୍ତି କାହିଁକି? ଏହି ଅବଧି ମଧ୍ୟରେ ହିତାଧିକାରୀ ତାଲିକାରୁ ଯେଉଁମାନେ ବାଦ୍‍ ପଡିଛନ୍ତି, ସେହିମାନଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରିବାକୁ ବାଧ୍ୟ ହେଲେ । ୩ଲକ୍ଷ ହିତାଧିକାରୀଙ୍କ କଥା ବିଜେପି କହୁଥିବା ବେଳେ ବାକି ୨୦ଲକ୍ଷ ହିତାଧିକାରୀଙ୍କ କଥା ଚିନ୍ତା କରୁନି କାହିଁକି? ବିଜେପି କଦାପି ଚିନ୍ତା କରିନଥିଲା ଯେ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଏକ ଜନାଦୃତ ଯୋଜନା କରିଦେଇପାରିବେ, ଯେଉଁଥିରେ ଆଉ ୧୭ରୁ ୨୦ଲକ୍ଷ ଲୋକଙ୍କୁ ସାମିଲ କରାଯାଇପାରିବ । ନିଜସ୍ୱ ଅର୍ଥରେ ଏହି ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇବାକୁ ଯାଉଛନ୍ତି । କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନା ବାବଦ ଅର୍ଥରେ ତ ଏପରି ଯୋଜନା ହେଉନାହିଁ । ବିଜେପିର କାହିଁକି ବିନା କାରଣରେ ମୁଣ୍ଡ ବ୍ୟଥା ହେଉଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଯାହା ଜଣାପଡୁଛି ବିଜେପି ବର୍ତ୍ତମାନ ଆତଙ୍କିତ ହୋଇପଡିଛି ବୋଲି ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

0
0
0
s2sdefault