ହେଡଲାଇନସ୍:

ୟୁ-ଟର୍ଣ୍ଣ : କଥା ବୁଲାଇଲେ ଭକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମାତ୍ର କିଛି ମାସ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ବରିଷ୍ଟ କଂଗ୍ରେସ ନେତା ଭକ୍ତଚରଣ ଦାସ  । ଆଗରୁ କହିଥିବା କଥାକୁ ସଂଶୋଧନ କରିଛନ୍ତି  । କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବିଜେଡି ବିଜେପି ସହିତ ମେଣ୍ଟ କରିବ ନାହିଁ । ଯଦି କରିବ ତେବେ ସମଭାବାପନ୍ନ ଦଳ ସହିତ କରିବ  । ହେଲେ ପ୍ରଚାର କମିଟି ଅଧ୍ୟକ୍ଷ ପଦ ପାଇବା ପରେ କର୍ଣ୍ଣାଟକ ଘଟଣାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ କର୍ଣ୍ଣାଟକ ଓଡିଶାରେ କଂଗ୍ରେସ ନୀତି ଆପଣାଇପାରେ  । ବିଜେଡି କଂଗ୍ରେସ ପାଇଁ ଅଚ୍ଛୁତ ନୁହେଁ  ।  ସେଭଳି ପରିସ୍ଥିତି ଉପୁଜିଲେ ବା ଆବଶ୍ୟକ ସ୍ଥଳେ ବିଜେଡି ସହିତ ହାତ ମିଳାଇବାରେ କିଛି ଅସୁବିଧା ନାହିଁ ବୋଲି ଶ୍ରୀ ଦାସ କହିଥିଲେ । କେବଳ ସେ ନୁହନ୍ତ ବରିଷ୍ଟ କଂଗ୍ରେସ ନେତା ଶରତ ରାଉତ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ  । ଏହାକୁ  ନେଇ ବିଜେପି ନେତାମାନେ କଂଗ୍ରେସ ଓ ବିଜେଡି ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ କରିଥିଲେ  । ବରିÂ ନେତାମାନଙ୍କ ଏପରି ମନ୍ତବ୍ୟକୁ ନେଇ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ଓ କଂଗ୍ରେସ କର୍ମୀ ବି ଦ୍ୱନ୍ଦ୍ୱରେ ପଡିଥିଲେ  । 

ହେଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ସହିତ କଂଗ୍ରେସ ଦଳର କୌଣସି ମେଂଟ କରାଯିବ ନାହିଁ ବୋଲି ଏବେ ନଗଦ ନଗଦ ବିବୃତି ଦେଇଛନ୍ତି  କଂଗ୍ରେସ ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଦାସ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ କଂଗ୍ରେସର ବିଜେଡି ଉପରୁ ବୈରାଗ୍ୟର ଏହାର ପ୍ରତିଫଳନ ନୁହେଁ ତ ! ଭକ୍ତ କହିଛନ୍ତି ଯଦି ମେଣ୍ଟ ହେବ ତେବେ  ସମଭାବାପନ୍ନ ଦଳ ସହିତ ମେଂଟ କରାଯିବ । ସେଗୁଡ଼ିକ ହେଲା - ଆରଜେଡ଼ି, ଜେଡିୟୁ, ସିପିଆଇ ଓ ସିପିଏମ୍ । ପୂର୍ବରୁ ସେ ଏହି କଥା କହିଥିଲେ, ଆଜି ମଧ୍ୟ ତାହାକୁ ଦୋହରାଉଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେବ । ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ସବୁ  ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଥିବା ହେଉଛି ଏହାର ମୁଖ୍ୟ କାରଣ ବୋଲି ସେ କହିଥିଲେ । ଓଡ଼ିଶାକୁ କେତେକ କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅନୁଦାନ ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା ଏବଂ ଆଉ କେତେକ ଯୋଜନାରେ ଅଂଶଧନ ହ୍ରାସ କରିବାରୁ ଓଡ଼ିଶା ତା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । 

0
0
0
s2sdefault