ହେଡଲାଇନସ୍:

କୁଆଡେ ନଜର କୁଆଡେ ବାଣ,  ଶ୍ରୀକାନ୍ତଙ୍କ ଟାର୍ଗେଟରେ ପୁଣି ନିରଞ୍ଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ଆଗାମୀ ନିର୍ବାଚନରେ ଖଣି ଲୁଟକୁ ପ୍ରସଂଗ କରିବ କଂଗ୍ରେସ" 

ଭୁବନେଶ୍ୱର(SPB) :  କଂଗ୍ରେସରେ ବିବାଦ କମୁନି | ଏଇ ଦଳର ଶିର ପ୍ରଶିରାରେ କନ୍ଦଳ | ଆଉ ତାହା ଯେତେବେଳେ ଶ୍ରୀକାନ୍ତ ଆଉ ନିରଞ୍ଜନଙ୍କ ମଧ୍ୟରେ, ତାହା ତା ଦେଖିଲା ଶୁଣିଲା ଭଳିଆ | କାରଣ ପଟ୍ଟନାୟକ-ଜେନା ସମ୍ପର୍କ ରାଜ୍ୟବାସୀଙ୍କୁ ଜଣା | ସବୁବେଳେ ଶ୍ରୀକାନ୍ତଙ୍କ ପ୍ରର୍ଥମ  ଟାର୍ଗେଟ  ନିରଞ୍ଜନ | ରାଜ୍ୟବାସୀ ଜାଣିଛନ୍ତି ଖଣି ବେପାରରେ ପଟ୍ଟନାୟକ ଫାମିଲିର  ସାମ୍ରାଜ୍ୟ ଭୀଷଣ ଭାବେ କାୟା ବିସ୍ତାର କରିଛି | ଏହା ଅନସ୍ବୀକାର୍ଯ୍ୟ ଯେ ନିରଞ୍ଜନଙ୍କ ପରିବାର କେଉଁଠି ନ କେଉଁଠି ଖଣି ଦୁର୍ନୀତିରେ ସମ୍ପୃକ୍ତ | ହେଲେ ଶ୍ରୀକାନ୍ତ ଜେନା ମହୋଦୟ କେବେ ସିଧା କହିନାହାନ୍ତି ଯେ ଖଣି ଦୁର୍ନୀତିରେ ନିରଞ୍ଜନଙ୍କ ପରିବାର  ସାମିଲ | ବୁଲେଇ ନାକ ଧରିଲା ଭଳି ଶ୍ରୀକାନ୍ତ  ବଙ୍କେଇ ଟଙ୍କେଇ  ଖଣି ଦୁର୍ନୀତି  ପ୍ରସଙ୍ଗକୁ  ଉଠାଇବା ଥୟ | ଆଉ ଏଥର ବି ମଉକା ଦେଖି ପୁଣି ଗୋଟାଏ ଡୋଜ ଦେଇଛନ୍ତି ଶ୍ରୀକାନ୍ତ |

କଂଗ୍ରେସ ଜାତୀୟ ସ୍ତରରେ ରାଫେଲ କୁ ପ୍ରସଙ୍ଗ କରିବ ବୋଲି କହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରସଙ୍ଗ ହେବ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ବି ଘୋଷଣା କରିଛନ୍ତି | ହେଲେ ମଉକା ପାଇଁ ଶ୍ରୀକାନ୍ତ କି ଛାଡ଼ନ୍ତେ !!! ସେ ଚଟ କିନି ଗୋଟେ ଥୋପ ବଜାରକୁ ଛାଡିଦେଲେ ଆଉ ଯାହା ପରୋକ୍ଷରେ ଖଣି ବ୍ୟବସାୟ ସହ ସମ୍ପୃକ୍ତ ନିରଞ୍ଜନଙ୍କ ଆଡେ ହିଁ ଇଙ୍ଗିତ | ସେ କହିଛନ୍ତି  "ନିର୍ବାଚନରେ କଂଗ୍ରେସ ଦଳ ଖଣି ଲୁଟକୁ ପ୍ରସଂଗ କରିବ" |  ସେ କହିଛନ୍ତି ଯେ, ଏହି ଖଣି ଲୁଟରେ ୬୦ଟି ପରିବାର ସମ୍ପୃକ୍ତ ରହିଛନ୍ତି । ସେମାନଙ୍କର ମୁଖା ରାଜ୍ୟବାସୀଙ୍କ ଆଗରେ ଖୋଲି ଦିଆଯିବ ବୋଲି କହିଛନ୍ତି ଶ୍ରୀକାନ୍ତ |  

ଶ୍ରୀକାନ୍ତ ଜେନାଙ୍କର ଏହି ମନ୍ତବ୍ୟ ନେଇ କଂଗ୍ରେସ ଦଳରେ ଏକ ମୃଦୁ ଗୁଂଜରଣ ସୃଷ୍ଟି କରିଛି । ସଭାପତି ନିରରଞ୍ଜନଙ୍କ  ଉଦ୍ଦେଶ୍ୟରେ ଶ୍ରୀ ଜେନା ଏହା କହି ଶୃଙ୍ଖଳା ଭଙ୍ଗ କରି ନାହାନ୍ତି ତ | ଅବଶ୍ୟ ଚତୁର ଶ୍ରୀକାନ୍ତ ଯାହା କହିଛନ୍ତି ତାହା ସାପ ମରିବ ବାଡ଼ି ଭାଙ୍ଗିବନି ରୀତିରେ |  ଏଇ ଦୁର୍ନୀତିକୁ କେହି ନଜର ଅନ୍ଦାଜ଼ କରିପାରିବେନି | କାରଣ  ଖଣି ଦୁର୍ନୀତି ଓଡିଶା ତଥା ଦେଶର ସର୍ବ ବୃହତ ଦୁର୍ନୀତି ବୋଲି ବିବେଚିତ କରା ଯାଉଛି | ଦେଖାଯାଉ ନିଜ ଫିଙ୍ଗା ଜାଲରେ ଫସିଯାଇଥିବା ନିରଞ୍ଜନ (କାରଣ ପ୍ରସାଦ ହରିଚନ୍ଦନକୁ କମେଣ୍ଟ ମାରି ମାରି ତାଙ୍କୁ ଅପଦସ୍ତ କରି ଆସିଥିବା ନିରଞ୍ଜନ ଏବେ ନିଜେ ଅପଦସ୍ତ ହେଉଛନ୍ତି) ଶ୍ରୀକାନ୍ତଙ୍କ ପ୍ରଶ୍ନର କି ଉତ୍ତର ଦେଉଛନ୍ତି | 

 

0
0
0
s2sdefault