ହେଡଲାଇନସ୍:

ବିଜୁ ମହିଳା ଜନତା ଦଳର ନୂତନ କମିଟି ଗଠିତ, ସଦସ୍ୟ ମାନେ ଜଣାଇଲେ କୃତଜ୍ଞତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା()- ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ କମିଟି ଘୋଷିତ ହୋଇଛି । ଏଥିର ୫ ଜଣ ଉପସଭାନେତ୍ରୀମାନଙ୍କ ମଧ୍ୟରେ ଅନୀତା ସିଂ, ସନ୍ଧ୍ୟା ରାଣୀ ଦାସ, ସୁମିତ୍ରା ବଳବନ୍ତରାୟ, ସବିତା ହାଁସଦାଃ, ଗୀତ ସିଂ ରହିଛନ୍ତି । ସେହିପରି ୫ ଜଣ ସାଧରଣ ସମ୍ପାଦିକାମାନଙ୍କ ମଧ୍ୟରେ ଜିଲ୍ଲାରୁ ପୁଷ୍ପ ଲତା ମାର୍ଣ୍ଡି, ଜୟନ୍ତୀ ଦସ, ପ୍ରାତୀ ପୃଷ୍ଟି, ମୋନାଲିକା ରାଉତ ଓ ଜ୍ୟୋତ୍ସ୍ନା ପରିଡ଼ା ସହିତ ସମ୍ପାଦିକା ସସ୍ୟା ଭାବେ ପ୍ରିୟଙ୍କା ସିଙ୍କୁଙ୍କୁ ମନୋନୀତ କରାଯାଇଅଛି । ଏହି ଅବସରରେ ମନୋନୀତ ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ବିଜୁ ଜନତା ଦଳର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ, ସହପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ଡ଼ଃ. ଅଚ୍ୟୁତ  ସାମନ୍ତ ଓ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

0
0
0
s2sdefault