ହେଡଲାଇନସ୍:

ବୁଥ ସ୍ତରରୁ ସୋଇ ରହିଥିବା ଗୌରବ ସାଉଁଟିବାକୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୧୯ ପାଇଁ କଂଗ୍ରେସର ପ୍ରସ୍ତୁତି:‘ମୋ ବୁଥ୍, ମୋ ଗୌରବ ’ ଅଭିଯାନ ଆରମ୍ଭ

ହାତରେ ଆଉ ମାସ ମାତ୍ର ଆଉ ଆଠଟି | ବିଜେପି ବିଜେଡି ନିର୍ବାଚନ ପାଇଁ ସେମାନଙ୍କ ଆରମ୍ଭ କରି ବିଭିନ୍ନ କାର୍ୟକ୍ରମ ନାଁରେ ନି ନିଜ ଦଳ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ | ବିଳମ୍ବରେ ହେଲେ ବି କଂଗ୍ରେସ ଆରମ୍ଭ କରିଛି ଅଭିଯାନ | ପିସିସିର ନୂଆ କମିଟି ମାଧ୍ୟମରେ ସ୍ଥାନୀୟ ନେତାଙ୍କୁ ଏକାଠି କରି ଦଳର ସୋଇ ରହିଥିବା ଗୌରବକୁ ବୁଥ ସ୍ତରରୁ ସାଉଁଟିବାକୁ ଚେଷ୍ଟା କରିବା ସକାଶେ ଆରମ୍ଭ କରିଛି :‘ମୋ ବୁଥ୍, ମୋ ଗୌରବ ’ ଅଭିଯାନ | ଏହା ସହିତ ତାଗିଦ କରି ଦିଆ ଯାଇଛି  ଯେ  ଟିକେଟ ପାଇବା ଆଶାରେ ଦଳର କାର୍ଯ୍ୟକର୍ତା ଓ ନେତୃବୃନ୍ଦ ରାଜଧାନୀ ଭୁବନେଶ୍ୱରରେ ଠୁଳ ନହୋଇ ଗ୍ରାମାଭିମୁଖୀ ହେବା ଏବଂ ବୁଥ୍ ସ୍ତରରେ  ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡିବାକୁ ଉଦ୍ୟମ କରନ୍ତୁ | 

ଭୁବନେଶ୍ୱର(SHASAK PRASHASAK) - ଆଗାମୀ ସାଧାରଣ ନିର୍ବାଚନ ସକାଶେ କଂଗ୍ରେସ ନିଜକୁ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବା ଆରମ୍ଭ କରିଛି । ରବିବାର ଦିନ ରାଜ୍ୟ କଂଗ୍ରେସ ଭବନଠାରେ କଂଗ୍ରେସର ନୂତନ କାର୍ଯ୍ୟକର୍ତାମାନଙ୍କର ଏକ ବୈଠକ ବସି ନିର୍ବାଚନ ପୂର୍ବରୁ ଦଳର ରଣନୀତି ଏବଂ ଲୋକଙ୍କର ନିକଟତର ହେବାକୁ ସମସ୍ତ ନେତା, କର୍ମୀଙ୍କୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସମ୍ପାଦକ ରୁଦ୍ରରାଜୁ, ଅନିଲ ଚୌଧୁରୀ, ଆଦିତ୍ୟ ଶର୍ମା, ମସ୍ତାନ ବାଲି, ଦଳର ସମସ୍ତ ବିଧାୟକ, ବିଧାନସଭାରେ ବିରୋଧୀ ଦଳନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝି, ବରିଷ୍ଠ  ନେତା ତଥା ପୂର୍ବତନ ମନ୍ତ୍ରୀ ଭୁଜବଳ ମାଝୀ, ନବନିଯୁକ୍ତ ସମ୍ପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଶୃଙ୍ଖଳା କମିଟି ସଦସ୍ୟ, ନିର୍ବାଚନ କମିଟି ସଦସ୍ୟଗଣ ଉପସ୍ଥିତ ଥିଲେ । ବୁଥ୍ ସ୍ତରରେ ଲୋକଙ୍କ ନିକଟରେ ପହଂଚି ସେମାନଙ୍କର ନିକଟତର ହେବା ଏବଂ ଦଳକୁ ସୁଦୃଢ କରିବା ସକାଶେ ‘ମୋ ବୁଥ୍, ମୋ ଗୌରବ ’ ନାମରେ ଏକ ଅଭିଯାନ କଂଗ୍ରେସ ଆରମ୍ଭ କରିଛି । 

ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଯେଉଁଭଳି ଭାବରେ ପରସ୍ପର ସହିତ ହାତମିଳାଇ ଶାସନ କଳର ଅପବ୍ୟବହାର କରିବା ସହିତ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି, ତାହା ବିରୋଧରେ କଂଗ୍ରେସ ଜନସଚେତନତା ସୃଷ୍ଟି କରିବ । ବିଶେଷକରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ବଡଧରଣର ଦୁର୍ନୀତି ପଦାକୁ ଆସୁଥିବାବେଳେ ସେଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କୌଣସି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରି ରାଜ୍ୟ ସରକାର କେବଳ ଯୋଜନା ପରେ ଯୋଜନା ଘୋଷଣା କରି ମୂଳ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବାକୁ ଉଦ୍ୟମ କରୁଛନ୍ତି । ବିଜେଡ଼ି ସରକାରଙ୍କ ଦ୍ୱାରା ପୂର୍ବରୁ ଘୋଷିତ କୌଣସି ଗୋଟିଏ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ନିକଟରେ ପହଂଚିନଥିବାବେଳେ ଲୋକଙ୍କୁ କେବଳ ଯୋଜନାର ପାହାଡ଼ରେ ପୋତି ଦିଆଯାଉଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦେଶର ନିରାପତା ପ୍ରସଙ୍ଗରେ ମଧ୍ୟ ବଡ଼ଧରଣର ଦୁର୍ନୀତି କରିବାକୁ ପଛାଇ ନାହାନ୍ତି । ରାଫେଲ ଯୁଦ୍ଧବିମାନ କିଣାରେ ହୋଇଥିବା ମହାଦୁର୍ନୀତିକୁ କଂଗ୍ରେସ ଲୋକଙ୍କ ନିକଟରେ ପହଂଚାଇ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ଦାବି କରିବ । ତାହାସହିତ ରାଜ୍ୟସ୍ତରରେ ଜନସାଧାରଣ ଯେଉଁସବୁ ମୌଳିକ  ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଗୁଡିକ ମଧ୍ୟ ସର୍ବସମ୍ମୁଖକୁ ଅଣାଯିବ । ଦଳର ନେତା ଓ କର୍ମୀମାନେ ସାଧାରଣ ଲୋକଙ୍କର ନିକଟତର ହେବା ସକାଶେ ସେମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ମିଶି ଦଳକୁ ମଜୁଭତ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି । ସମ୍ପ୍ରତି ଉଭୟ ବିଜେପି ଏବଂ ବିଜେଡ଼ି ଭୋଟରଙ୍କୁ ମନାଇବାକୁ ଗ୍ରାମସ୍ତରରୁ ସେମାନଙ୍କର ଅଭିଯାନ ଆରମ୍ଭ କରିଥିବାବେଳେ କଂଗ୍ରେସର କାର୍ଯ୍ୟକର୍ତା, କର୍ମୀ ଓ ଶୁଭେଚ୍ଛୁମାନେ ଜନସାଧାରଣଙ୍କ ମଧ୍ୟରେ କଂଗ୍ରେସର ଆଦର୍ଶ, ଭାବଧାରା ଏବଂ ଦେଶଗଠନ କ୍ଷେତ୍ରରେ କଂଗ୍ରେସର ରହିଥିବା ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ପାଇବା ଆଶାରେ ଦଳର କାର୍ଯ୍ୟକର୍ତା ଓ ନେତୃବୃନ୍ଦ ରାଜଧାନୀ ଭୁବନେଶ୍ୱରରେ ଠୁଳ ନହୋଇ ଗ୍ରାମାଭିମୁଖୀ ହେବା ଏବଂ ବୁଥ୍ ସ୍ତରରେ  ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡିବାକୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସିଂ କହିଛନ୍ତି । ବିଜେଡ଼ି ଓ ବିଜେପିର ମିଥ୍ୟା ପ୍ରଲୋଭନର ବଶବର୍ତୀ ନହୋଇ ଜନସାଧାରଣ ବାସ୍ତବତାକୁ ହୃଦୟଙ୍ଗମ କରିବା ଏବଂ ନିଜ ରାଜ୍ୟ ତଥା ଦେଶର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । 

 

0
0
0
s2sdefault