ହେଡଲାଇନସ୍:

ଯୋଜନା , ନିଯୁକ୍ତି, ସଂରକ୍ଷଣ, ପାଠପଢା ଆଦି  ସମ୍ପୁର୍ଣ୍ଣ ଅବହେଳିତ ଦଳିତ ଖ୍ରୀଷ୍ଟିୟାନ : ଜନାର୍ଦ୍ଦନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶା ଦଳିତ ଶୋଷଣ ମୁକ୍ତିି ମଞ୍ଚ ପକ୍ଷରୁ ଦଳିତ ଖ୍ରୀଷ୍ଟିୟାନ ଅଧିକାର ନିମନ୍ତେ  ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ।

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଦଳିତ ଖ୍ରୀଷ୍ଟିୟାନ ମାନଙ୍କ ଦାବୀ ଯଥାର୍ଥ ଏହା ସେମାନଙ୍କ ଗଣତାନ୍ତ୍ରିକ, ମାନବିକ ଓ ଜାତିଗତ ଅଧିକାର, ସରକାର ସେମାଙ୍କୁ ସେଥିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ପାରଳାଖେମୁଣ୍ଡି ସ୍ଥିତ ରୋଟେରୀ ହଲଠାରେ  ଓଡିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ ପକ୍ଷରୁ ଆୟୋଜିତ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ରାଜ୍ୟ ମାର୍କସ ବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ଶ୍ରୀ ଜନାର୍ଦ୍ଦନ ପତି ଏବଂ ଜଗନ୍ନାଥ ମିଶ୍ର ଆଲୋଚନା ଚକ୍ରରେ ମତ ପ୍ରକାଶ କରିଛନ୍ତି ।

ମଞ୍ଚ ଜିଲ୍ଲା ସମ୍ପାଦକ ଶ୍ରୀ ମାନସିକ ରଞ୍ଜନ ଜେନାଙ୍କ ସଭାପତିତ୍ୱରେ  ଏଥିରେ ମୁଖ୍ୟ ଅତିଥି ଭାବେ ଜନାର୍ଦ୍ଦନ ପତି ଯୋଗଦେଇ ଦଳିତ ଖ୍ରୀଷ୍ଟିୟାନ ମାନଙ୍କ ସମସ୍ୟା କେବଳ ଗାଁ ଗହଳିରେ ସିମିତ ନ ହୋଇ ଏହା ଜାତୀୟ ସ୍ତର ସମସ୍ୟା ହୋଇ ପଡିଛି । ସୁରକ୍ଷା, ଆର୍ଥିକ , ସାମାଜିକ କ୍ଷେତ୍ରରେ ଏମାନେ ଶୋଷିତ ଓ ନିର୍ଯ୍ୟାତିତ ହୋଇଆସୁଛନ୍ତି । ଯୋଜନା , ନିଯୁକ୍ତି, ସଂରକ୍ଷଣ, ପାଠପଢା ପ୍ରଭୃତି ସବୁଥିରେ ସରକାରଙ୍କ ପକ୍ଷରୁ ସମ୍ପୁର୍ଣ୍ଣ ଅବହେଳିତ । ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଦଳିତ ଖ୍ରୀଷ୍ଟିୟାନ ମାନେ ବର୍ଣ୍ଣବାଦୀ ବ୍ୟବସ୍ଥାରେ ରହି ଶୋଷିତ ଓ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ସମ୍ୱିଧାନରେ ବିଭିନ୍ନ ଧର୍ମ ସମେତ ଦଳିତ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଇଛି ସେହିଭଳି ଦଳିତ ଖ୍ରୀଷ୍ଟିୟାନ ମାନଙ୍କୁ ମଧ୍ୟ ସାମ୍ୱିଧାନିକ ସୁବିଧା, ଅଧିକାର ଓ ମାନ୍ୟତା ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଦଳିତ ଖ୍ରୀଷ୍ଟିଆନ ମାନେ ନିଜ ଅଞ୍ଚଳରେ ସମସ୍ୟା ଗୁଡିକ ଉପରେ ବିଶେଷ ଭାବେ ସଚେତନ ଓ ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିବାକୁ ଜଗନ୍ନାଥ ମିଶ୍ର ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଖ୍ୟାଲଘୁ ସଂପ୍ରଦାୟ ରାଜ୍ୟ ସଭାପତି ଶ୍ରୀ ମାଇକେଲ ଥୋମାସ, ଦଳିତ ନେତା ରାମଚନ୍ଦ୍ର ନାୟକ ଓ ରବିରତନ । ବାପଟିଷ୍ଟ ମଣ୍ଡଳୀର ପୂର୍ବତନ ସଭାପତି ବିକାଶ ବର୍ଦ୍ଦନ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  ଦଳିତ ଖ୍ରୀଷ୍ଟିଆନ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବା ସହ ଦକ୍ଷିଣ ଓଡିଶା ସଂଖ୍ୟାଲଘୁ ବିକାଶ ପରିଷଦ ଗଠନ ପାଇଁ ଦାବୀ କରିଥିଲେ । ମଞ୍ଚର ସଂଗଠକ ଶ୍ରୀ ବିରାଗ ଲିମା ଓ ବାଦଲ ବର୍ଦ୍ଦନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

 

   

0
0
0
s2sdefault