ହେଡଲାଇନସ୍:

ଘୁ.ଉଦୟଗିରି ରାଜନୀତି ସରଗରମ : ଚାରିପାଦ ଆଗରେ ବିଧାୟକ ଯାକବ ପ୍ରଧାନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଘୁ.ଉଦୟଗିରି (ଶାସକ ପ୍ରଶାସକ) -ଏବେ ଚାରିଆଡେ ରାଜନୀତି ସରଗରମ, ପଲ୍ଲୀଠାରୁ ଦିଲ୍ଲୀ ପର୍ଯନ୍ତ  । ଯଦିଓ ନିର୍ବାଚନ ଠିକ୍ ଟାଇମ୍ରେ |  ହେବ ତଥାପି ହାତରେ ଆଉ ସମୟ ୬/୭ମାସରୁ କମ୍  । ନେତାଙ୍କ ଟେନସନ ବଢିଯାଇଛି  । ବିଜେଡି ପାଖାପାଖି ୬୫ ଆସନରେ ବିଧାୟକ ବଦଳାଇବାର ଚିନ୍ତା କରୁଥିବା ବେଳେ ବିଜେପି ସବୁ ନିର୍ବାଚନମଣ୍ଡଳୀ ପାଇଁ ଏବେ ନେତା ଖୋଜୁଛି  । କଂଗ୍ରେସରେ ଯଦିଓ ବିଧାୟକ ବା ସାଂସଦ ପ୍ରାର୍ଥୀ ହେବାକୁ ଲୋକ ଅଭାବ ନାହାନ୍ତି, ତଥାପି ସବୁରି ମୂଳରେ ଧନ । ଧନ ନହେଲେ ସଂଖ୍ୟାଧିକ ଭୋଟରଙ୍କୁ ମନ କିଣିବା କାଠିକର ପାଠ । ଆଉ ଆଗୁଆ ବିଧାୟକ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାହିଁ ସେ ତାଲିକା ବିଷୟରେ କିଛି କହୁନାହାନ୍ତି  । ଏ ପର୍ଯ୍ୟନ୍ତ କମିଟି ବି ଘୋଷଣା ହୋଇପାରିଲାନି  । ସବୁ ବିଧାୟକମାନଙ୍କ ଟେନସନ ବଢିଚାଲିଛି  । ଦିନ ଯେତିକି ଗଡୁଛି ଆଶା ଆଶଙ୍କା ସେତିକି ବଢୁଛି । ବର୍ତ୍ତମାନ ଥିବା ବିଧାୟକମାନେ ଆଶଙ୍କାରେ ‘ମୁଁ ନା ଆଉ କିଏ’ ?? ଅନିଶ୍ଚିତତା ସବୁ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ରହିଛି, କାରଣ ଯେଉଁ ଭଳି ଭାବେ ଚିଲିକାକୁ ଅଦିନିଆ ପକ୍ଷୀ ଆସିଲା ପରି ଅନ୍ୟଦଳରୁ ଓଥରା, ଧତରା, ଗୋଦାମ ରଦି, ସୁବିଧାବାଦୀ, ଅକାଳିଆ ଅବେଳିଆ ଆସି ଧଶେଈ ପଶୁଛନ୍ତି, ତା ଭିତରେ କେଉଁ ଏମ୍ଏଲଏ ବା ପ୍ରାର୍ଥୀଙ୍କର ଟିକଟ କଟିବ ବା ରହିବ ତାହା କହିବା କଷ୍ଟକର  । ପ୍ରା୍ରୟତଃ ନିର୍ବାଚନମଣ୍ଡଳୀରେ ଅନିଶ୍ଚିତତା  ।

ହେଲେ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନମଣ୍ଡଳୀରେ ଆପାତତଃ ସେଭଳି ଅନିଶ୍ଚିତତା ନାହିଁ  । କାରଣ ସବୁ ଦୃଷ୍ଟିରୁ ସ୍ୱତନ୍ତ୍ର ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଏହି ନିର୍ବାଚନମଣ୍ଡଳୀର ବିଧାୟକ ଯାକବ ପ୍ରଧାନ ଲୋକଙ୍କ ଭିତରେ ଏତେ ଲୋକପ୍ରିୟ ହୋଇପାରିଛନ୍ତି ଯେ ତାଙ୍କର ସ୍ଥିତିକୁ ପୂର୍ବାପେକ୍ଷା ସେ ଅଧିକ ମଜଭୁତ କରିପାରିଛନ୍ତି  । ୨୦୧୪ରେ ପ୍ରଥମ ଥାର ପାଇଁ ନିର୍ବାଚନମଇଦାନରେ ଅବତ୍ତୀର୍ଣ୍ଣ ହୋଇ ବିଜେପି ହାତରୁ ଆସନଟିକୁ ଛଡେଇ ନେଇଥିବା ଯାକବଏବେ ପାଲଟି ଯାଇଛନ୍ତି ପୋଖତ ରାଜନେତା ଆଉ ଲୋକଙ୍କ ଭିତରେ ତାଙ୍କର ଗ୍ରହଣୀୟତା ବଢିଛି ଦଳମତ ନିର୍ବିଶେଷରେ  । ନିର୍ବାଚନମଣ୍ଡଳୀକୁ କାଁ ଭାଁ ଆସି ଭୁବନେଶ୍ୱରରେ ରହି ଭାଷଣବାଜୀ କରିବା କଂଗ୍ରେସ ନେତା ଓ ବିଧାୟକମାନଙ୍କ ଚରିତ୍ର ହୋଇଥିବା ବେଳେ ଯାକବ କିନ୍ତୁ ପୂରା ଓଲଟା  । ଫାଙ୍କା ପାଇଲେ ସିଧା ଆସି ନିର୍ବାଚନମଣ୍ଡଳୀରେ  । ଆଉ ସକାଳୁ ଦୁଆରେ ଲୋକଙ୍କ ଭିଡ  । ଦରବାର  ଲାଗେ  । ଦରବାର ସରିଲା ପରେ ନିଜ କର୍ମୀ ଓ ସହଯୋଗୀଙ୍କ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ପାଖୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବୁଝନ୍ତି  । ସେଦିନ ଖବର ଆସିଲା କଟିଙ୍ଗିଆରେ ଅଙ୍ଗନବାଡି ନିର୍ମାଣ କାର୍ଯ୍ୟ ହୋଇପାରୁନି ଜାଗାକୁ  ନେଇ ପ୍ରଶାସନିକ ପେଞ୍ଚ ଯୋଗୁ  । ତେଣୁ ସିିଧା ସେଦିନ ଘଟଣାସ୍ଥଳକୁ ଯାଇ ପହଞ୍ଚିଗଲେ ଜାକୋବ । ଆଉ ଘଟଣାସ୍ଥଳକୁ  ଡକାଇଦେଲେ ଇଞ୍ଜିନିୟର ଓ ଆରଆଇଙ୍କୁ  । ନିଜେ ଠିଆ କରାଇ ମାପ କରାଇଲେ ଓ ମାତ୍ର କେତେ ମିନିଟରେ  ଦୀର୍ଘମାସର ବିବାଦ ତୁଟିଲା  । ଆଉ ତାଗିଦ କଲେ ତୁରନ୍ତ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ  । 

ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ମଧ୍ୟ ଆବଶ୍ୟକତାକୁ ଗୁରୁତ୍ୱ ଦିଅନ୍ତି  । ସେଦିଗ ଜି ଉଦୟଗିରି ବ୍ଲକରେ ଗୃହ କାର୍ଯ୍ୟାଦେଶ ବାଣ୍ଟୁଥାନ୍ତି ବିଧାୟକ ଶ୍ରୀ ପ୍ରଧାନ  । ହଠାତ ଥୁରୁଥୁରୁ ହୋଇ ଥରୁଥିବା ଚମ୍ପାବତୀ ନାମ୍ନୀ ଅସହା୍ୟା ବୃଦ୍ଧା ମହିଳା ଆସି ସିଧା ପହଞ୍ଚିଗଲେ  । କିଛି କର୍ମଚାରୀ ତାଙ୍କୁ ସୁଯୋଗ ଦେଉନଥିବା ବେଳେ ବିଧାୟକ ତାହା ଦେଖି ନିଜେ ତାଙ୍କ ପାଖକୁ ଗଲେ  । ତାଙ୍କଠାରୁ ତାଙ୍କ ଦୁଖ କାହାଣୀ ଶୁଣିବା ପରେ ଉପସ୍ଥିତ ବିଡିଓଙ୍କୁ କହିଲେ  ଚମ୍ପାବତୀଙ୍କ ପରି ଅସହାୟ ମହିଳାଙ୍କୁ ଯଦି ଆମେ ଆବାସ ନଦେବା ତେବେ ଦେବା ଆଉ କାହିଁକି  । ଏ ମାସର କୋଟା ତ ବଣ୍ଟା ସରିଲାଣି  । ହେଲେ ଆସନ୍ତାମାସରେ ଆସିବାକୁ ଥିବା ରୁରାଲ ହାଇସିଂ ସ୍କିମରେ  ତାଙ୍କୁ ଯେମିତି ହେଲେ ବି ଘର ଖଣ୍ଡେ ଦେବା ପାଇଁ ବିଧାୟକ ବିଡିଓଙ୍କୁ ପରାମର୍ଶ ଦେଇଥିଲେ  । କଂଗ୍ରେସ ଦଳର ବିଧାୟକ ହେଲେ ବି ଶ୍ରୀ ପ୍ରଧାନଙ୍କ ଏପରି ଆଚରଣ ପାଇଁ ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ପୂର୍ବାପେକ୍ଷା ବୃଦ୍ଧି ପାଇଛି  । 

ସବୁଠାରୁ ବଡକଥା ହେଲା ଜି ଉଦୟଗିରି ନିର୍ବାଚନମଣ୍ଡଳୀରେ ମାଇନରିଟି(ଖ୍ରୀଷ୍ଟିଆନ ) ଭୋଟ ଅଧିକ । ଆଉ ସେ ସଂଖ୍ୟାଲଘୁ ସମୂଦାୟଙ୍କ ଭିତରେ ଜାକବଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା  ବହୁତ ଭଲ ରହିଛି ଜଣେ ନିର୍ବିବାଦୀୟ ମଣିଷ ଭାବେ  । ଯଦିଓ ଏବେ ସବୁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢିଲା ଭଳି ଜି ଉଦୟଗିରି  ବ୍ଲକରେ  ମଧ୍ୟ ସେଇ ଉଷ୍ମତା ଦେଖାଦେଇଛି  ସବୁ ଦଳ ପକ୍ଷରୁ ଏହି ରାଜନୈତିକ ପାଣିପାଗ ବେଶ ସରଗରମ୍ ରହିଛି  । ସବୁ ଦଳର  ନେତାଙ୍କ ପରି ବିଧାୟକ ଯାକବ ପ୍ରଧାନ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳଗସ୍ତ ଘନଘନ ଗସ୍ତ କରି ନିଜ ସପକ୍ଷରେ ଜନମତକୁ ବୃଦ୍ଧି କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି । ୨୦୧୪ ନିର୍ବାଚନରେ ପ୍ରଥମ ପଦାର୍ପଣରେ କଂଗ୍ରେସ ବିଧାୟକ ଶ୍ରୀ ପ୍ରଧାନ  ୪୮୯୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୭୨୫୧ ଖଣ୍ଡ ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ୩୮୬୬୫ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରଧାନ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ୧୦୨୯୩ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀଙ୍କଠାରୁ ୨୧୯୭୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ  । ଯାହାକି ବିଜେଡ଼ି ଓ ବିଜେପି ପାଇଁ ଶକ୍ତ ଧକ୍କା ଲାଗିଥିଲା  । ଗତ ୨୦୦୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ  ୪୫୦୦୯, କଂଗ୍ରେସ ପ୍ରାର୍ଥୀ ଅଜୟନ୍ତି ପ୍ରଧାନ ୨୧୦୭୪ ଖଣ୍ଡ ଓ ବିଜେଡ଼ି ପ୍ରାର୍ଥୀ ଲୁକସୁନା ମାଝି ୧୫,୮୮୧ ଖଣ୍ଡ ଭୋଟ ପାଇଥିଲେ  । ୨୦୦୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ମାତ୍ ଦେଇ ବିଜୟ ଲାଭ କରିଥିଲେ   । ହେଲେ ନବାଗତ ପ୍ରାର୍ଥୀ ଯାକବ ପ୍ରାର୍ଥୀ ହେବା ପରେ ୨୦୧୪େୀ ପୁନର୍ବାର କଂଗ୍ରେସ ଗଡ଼ ରକ୍ଷା କରିବାରେ ସଫଳ ହୋଇଥିଲା  । ୨୦୦୯ରେ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ ବିଜୟ ହାସଲ କରିଥିଲେ ମଧ୍ୟ କନ୍ଧମାଳ ଦଙ୍ଗାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜେଲରେ ରହିଥିଲେ । ୨୦୧୪ ନିର୍ବାଚନର ପୁଣି କଂଗ୍ରେସ ପ୍ରାର୍ଥୀ ବିଜେଡ଼ି ଓ ବିଜେପିକୁ ଧରାଶାୟୀ କରି ବିଜୟ ହାସଲ କରିଥିଲା ।  ଆସିବା ୨୦୧୯ ନିର୍ବାଚନକୁ  । ଆଗାମୀ ୨୦୧୯ ନିର୍ବାଚନ ବିଜେଡି ଓ ବିଜେପି ବିଧାୟକ ପା୍ରର୍ଥୀ ଆଶାୟୀଙ୍କ ସଂଖ୍ୟା ବେଶ୍ ଅଧିକ ଥିବାବେଳେ କଂଗ୍ରେସର ସେହି ପ୍ରକାର ଆଶାୟୀଙ୍କୁ ନେଖିବାକୁ ମିଳୁନାହିଁ । କାରଣ ଜାକବ ଦଳର ସବୁ ନେତା ଓ କର୍ମୀମମାନଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରୁଥିବା ବେଳେ ଆସନ୍ତା ନିର୍ବାଚନରେ ହେବାକୁ ଥିବା କଡା ସଂଘର୍ଷରେ ବିଜେପି ଓ ବିଜେଡିଙ୍କୁ ଜାକବଙ୍କ ଭଳି ଲୋକପ୍ରିୟ ତଥା ନିର୍ବିବାଦୀୟ ନେତା ହିଁ ଟକ୍କର ଦେଇ ଦଳକୁ ବିଜୟୀ କରିପାରିବେ ବୋଲି ଦଳୀୟ କର୍ମୀଙ୍କ ମହଲରେ ଚର୍ଚ୍ଚା । ଏବେ ଅନ୍ୟଦଳର କିଛି ସ୍ଥାନୀୟ ନେତା ନେତ୍ରୀ ମଧ୍ୟ  ବିଧାୟକ ଶ୍ରୀ ପ୍ରଧାନଙ୍କ ଓ କଂଗ୍ରେସ ଦଳ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେବା ଆରମ୍ଭ କରିଛନ୍ତି  । ଗତ ୧୬ତାରିଖରେ ରାଇକିଆ ବ୍ଲକର ଜଣେ ମହିଳା ବିଜେଡ଼ି ସରପଞ୍ଚ କଂଗ୍ରେସରେ ଯୋଗଦାନ ସାମିଲ କରିବା ଯାକବଙ୍କ ଗ୍ରହଣୀୟତା ଓ ଲୋକପ୍ରିୟତାର ଛୋଟିଆ ପ୍ରମାଣ ବୋଲି ବିବେଚନା କରାଯାଇପାରେ  । ହେଲେ ସେ ଯାହା ବି ହେଉ ଜି ଉଦୟଗିରିରେ ୨୦୧୯ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ବେଳେ ବିଜେପି ଓ ବିଜେଡି ତାହାର ପ୍ରାର୍ଥୀ ଚୂଡାନ୍ତି କରିପାରିନାହାନ୍ତି  । ଶାସକ ବିଜେଡି ଓ କେନ୍ଦ୍ରରେ ସରକାରରେ ଥିବା ବିଜେପି ଏଥର ଜିଜାନ୍ ଲଗାଇବେ ନିଶ୍ଚୟ  । ହେଲେ ଯାହା ବିହେଉ ୨୦୧୪ ଭଳି ୨୦୧୯ରେ ମଧ୍ୟ ମୋ ପ୍ରତି ଜନସାଧାରଣଙ୍କ ଭଲ ପାଇବା ଅତୁଟ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ   ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ କଂଗ୍ରେସ କର୍ମୀଙ୍କ ଭିତରେ  ଆପାତତଃ ଏକ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ  ବିଧାୟକ ଯାକବ ପ୍ରଧାନ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମ୍ମୁଳନୀରେ ବିଧାୟକ ତାହା ଖଣ୍ଡନ କରିଥିଲେ  । ସେ କହିଥିଲେ ‘ ମୁଁ କଂଗ୍ରେସରେ ଅଛି, ଆଉ କଂଗ୍ରେସରେ ମରିବି  । ମୋର ରଜାନୀତି ଆରମ୍ଭ ହୋଇଛି କଂଗ୍ରେସରେ ଶେଷ ହେବ କଂଗ୍ରେସରେ  । ମୋ କାର୍ଯ୍ୟ ଶୈଳୀ ଓ ମୋ ଜୀବନ ନିର୍ବାଚନମଣ୍ଡଳୀ ବାସୀଙ୍କ ପାଖରେ ଖୋଲା ବହି । କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କ ବିଫଳତାକୁ ନେଇ ବିଧାୟକ ଯାକବ ପ୍ରଧାନ ଭୋଟରଙ୍କ ପାଖକୁ ଯିବେ ବୋଲି ଅବଗତ କରିବା ଦେଖିବାକୁ ମିଳୁଛି । ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରେ, ତା ହେଲେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାମାନ କରାଯିବ ବୋଲି କହିଥିଲେ  । କେନ୍ଦ୍ର ଓ ରାଜ୍ୟ ସରକାର ଘୁ. ଉଦୟଗିରି ନିର୍ବାଚନମଣ୍ଡଳୀବାସୀଙ୍କ ଉନ୍ନତି କରିବାରେ ଫେଲ୍ ମାରିଛି ବୋଲି ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟରେ ଓ କଂଗ୍ରେସ ସରକାର ଶାସନକୁ ଆସେ ତା ହେଲେ କନ୍ଧମାଳ ଓ ଘୁ ଉଦୟଗିରି ବିଭାଗ ହୋଇପାରିବ ବୋଲି ବିଧାୟକ ବିଧାୟକ ଯାକବ ପ୍ରଧାନ ପ୍ରତିକି୍ରୟା ଦେଇଛନ୍ତି । 

ବିଧାୟକ ଶ୍ରୀ ପ୍ରଧାନଙ୍କ କହିବା ଅନୁଯାୟୀ ମୋତେ ମୋ ଅଞ୍ଚଳର ଜନସାଧାରଣ   ଯେଉଁ ଆଶାରଖି ନିର୍ବାଚିତ କରାଇଥିଲେ, ମୁଁ ମୋ କାର୍ଯ୍ୟକାଳ ଭିତରେ ସାଧ୍ୟମତେ ଚେଷ୍ଟା କରିଛି ମୋ କର୍ତ୍ତବ୍ୟ ସମ୍ପାଦନ ପାଇଁ  । ଆଉ ଜି ଉଦୟଗିରିର ଜନସାଧାରଣ ମୋ ପ୍ରତି ମଧ୍ୟ ଅପ୍ରମିତ ଶ୍ରଦ୍ଧା ଓ ଭଲ ପାଇବା ଅଜାଡିଦେଇଛନ୍ତି  । ମୋ ଲୋକପ୍ରିୟତାରେ ଅସୂୟା ପରବଶ ହୋଇ ବିରୋଧୀ ଦଳ ପକ୍ଷରୁ ମୋ ବିଷୟରେ ଅପପ୍ରଚାର କରିବା ପାଇଁ ଉଦ୍ୟମ କରି ଆସିଛନ୍ତି  । ହେଲେ  ଜି ଉଦୟଗିରିର ଜନସାଧାରଣ ଜାଣିଛନ୍ତି ଯାକବ  କଣ  । ଯେତେ ମିଥ୍ୟା ଅଭିଯୋଗ ଆସିଲେ ମଧ୍ୟ ଘୁ. ଉଦୟଗିରି ଜନସାଧାରଣଙ୍କ ଶ୍ରଦ୍ଧା ଓ ଭଲପାଇବା ଆଗାମୀୁ ନିର୍ବାଚନରେ କଂଗ୍ରେସର ବିଜୟ ହେବ ବୋଲି ବିଧାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।  

 

0
0
0
s2sdefault