ହେଡଲାଇନସ୍:

ପୁଣି ଆରମ୍ଭ ହେବ ଅଣ୍ଡା ମାଡ଼ର ସିଲସିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ପୋଲିସ୍ -ଛାତ୍ରଛାତ୍ରୀ ଧସ୍ତାଧସ୍ତି 

୭ ଦିନରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡାମାଡ କରିବାକୁ ଚେତାବନୀ 

ଭୁବନେଶ୍ୱର, - ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକ ଠାରେ ପୋଲିସ୍ ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା । ତେବେ ଛାତ୍ରଛାତ୍ରୀମାନେ ବ୍ୟାରିକେଟ୍ ଡେଇଁ ଆଗକୁ ମାଡି ଚାଲିଥିଲେ । ଫଳରେ ପୋଲିସ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ । ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ପୋଲିସ୍ ଗାଡିକୁ ଭଙ୍ଗାରୁଜା କରିଥିଲେ । ପୋଲିସ୍ ଶତାଧିକ ଆନେ୍ଦାଳନକାରୀ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଗିରଫ କରିଥିଲା । ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଅପରପକ୍ଷରେ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯିବ ବୋଲି ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଚେତାବନୀ ଦେଇଛନ୍ତି । 

ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ  ସରକାରଙ୍କ ଛାତ୍ରବିରୋଧୀ କାର୍ଯ୍ୟକୁ ପ୍ରତିବାଦ କରି ସୋମବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ରାଜ୍ୟରେ ଟେକ୍ ମେଡ୍ ହେଲ୍ଥ କେୟାର ଓ ଡାଇଗ୍ନୋଷ୍ଟିକ୍ ରାଜ୍ୟ ସରକାରଙ୍କ ନିଦାନ ସେବା ସହ ଚୁକ୍ତିନାମା କରି ପିପିପି ମୋଡ୍ରେ କାର୍ଯ୍ୟକାରୀ କରୁଛି । ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବୀ ଖାଲି ଥିଲେ ମଧ୍ୟ ଶିକ୍ଷିତ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତିରୁ ବଂଚିତ ହେଉଛନ୍ତି । ନିଦାନ ସେବା ସ୍ୱୟଂଚାଳିତ ଭାବେ କାର୍ଯ୍ୟ ନ କରିବା ପାଇଁ ଓ ସରକାରୀ ଡାକ୍ତରଖାନାଗୁଡିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦାବିରେ ଗତ ଅଗଷ୍ଟ ୬ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା ଏବଂ ଦାବି ପୂରଣ ପାଇଁ ସାତ ଦିନ ସମୟ ଦିଆଯାଇଥିଲା । 

ନିର୍ଦ୍ଧାରିତ ସମୟରେ ଦାବି ପୂରଣ ନହୋଇଥିବାରୁ  ସୋମବାର ପୂର୍ବାହ୍ନରେ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ହଜାରରୁ ଉଦ୍ଧ୍ୱର୍ ଛାତ୍ର କଂଗ୍ରେସ କର୍ମକର୍ତା କଂଗ୍ରେସ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ ଉଦେ୍ଧଶ୍ୟରେ ଯାଇଥିଲେ । ରାଜମହଲ ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଛାତ୍ର କଂଗ୍ରେସ ଧସେଇ ପଶିବା ସମୟରେ ପୋଲିସ ବାଧା ଦେବାରୁ ପୋଲିସ ସହିତ ଛାତ୍ର କଂଗ୍ରେସ କର୍ମକର୍ତାଙ୍କ ଧସ୍ତାଧସ୍ତି ହୋଇଥିଲା ଓ ଇତିଶ୍ ପ୍ରଧାନଙ୍କ ସମେତ ବହୁ ଛାତ୍ରନେତା ଗିରଫ ମଧ୍ୟ ହୋଇଥିଲେ । ଆଗାମୀ ୭ ଦିନ ମଧ୍ୟରେ ଉକ୍ତ ଦାବିଗୁଡିକୁ ପୂରଣ ନକରାଗଲେ ଛାତ୍ର କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରାଯିବ ବୋଲି ଇତିଶ୍ ପ୍ରଧାନ ଚେତାବନୀ ଦେଇଛନ୍ତି ।

0
0
0
s2sdefault