ହେଡଲାଇନସ୍:

ବିଜେଡ଼ି ଓ ବିଜେପି ଉପରକୁ ଯେତେ ପରସ୍ପର ବିରୋଧରେ କହିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସହଯୋଗ କରୁଛନ୍ତି :  ଆନନ୍ଦ ଶର୍ମା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମ୍ୟାଚ ଫିକସିଂରେ ବ୍ୟସ୍ତ ବିଜେପି ବିଜେଡି 

ମୋଦିଙ୍କ ବିରୋଧରେ ଜନମତ ରହିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ପୂର୍ବ ଭାରତ ଉପରେ ଗୁରୁତ୍ୱ ଦେଉଛି ଏବଂ ଏହିସବୁ ରାଜ୍ୟରେ ଥିବା ଆଂଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି | ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶର ସମସ୍ତ ବିରୋଧୀ ଦଳ ଗୋଟିଏ ପଟେ ଥିବାବେଳେ ରାଜ୍ୟସଭାରେ ୯ ସଦସ୍ୟ ଥିବା ବିଜୁ ଜନତା ଦଳ ଏନଡ଼ିଏକୁ ସମର୍ଥନ ଦେଲା । ଏହା ପଛରେ କି କାରଣ ନିହିତ ରହିଛି ତାହା ନବୀନ ସର୍ବସମ୍ମୁଖରେ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି । 

ଭୁବନେଶ୍ୱର - ଦେଶ ପାଇଁ ଏନଡ଼ିଏ ସରକାର ସମୟରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଯେଉଁ ଆହ୍ୱାନ ଆସିଛି, ବିରୋଧୀ ଦଳଗୁଡିକ ଏକାଠି ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିର ମୁଖ୍ୟ ନବୀନ ପଟ୍ଟନାୟକ ଏନଡ଼ିଏକୁ କେଉଁଥିପାଇଁ ସମର୍ଥନ କରୁଛନ୍ତି, ତାହା ଓଡ଼ିଶାବାସୀ ଏବଂ ସମଗ୍ର ଦେଶବାସୀଙ୍କୁ ଜଣାଇବା ଆବଶ୍ୟକ ବୋଲି କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା କହିଛନ୍ତି । 

ରାଜ୍ୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ଶର୍ମା କହିଥିଲେ ଯେ ଗତ ଚାରିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ଯେଉଁ ବିକାଶର କଥା କହିଆସୁଛନ୍ତି, ତାହା ସତ୍ୟ ଉପରେ ଆଧାରିତ ନୁହେଁ; କେବଳ ମିଛ ଦାବି । ବିଜେପି ଭାରତବାସୀଙ୍କୁ ଧୋକ୍କା ଦେବା ସହିତ ବୋକା ବନାଇବାର ପ୍ରୟାସ କରୁଛି । ପ୍ରତିବର୍ଷ ଦୁଇକୋଟି ଯୁବକଙ୍କୁ ନିଯୁକ୍ତି, ମହିଳାଙ୍କୁ ସୁରକ୍ଷା, ଅର୍ଥନୀତିର ଅଭିବୃଦ୍ଧି, ବିଦେଶରୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର କଳାଧନ ଫେରାଇ ଆଣି ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଜମା କରିବାକୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରୁ ଗୋଟିଏ ବି ପୂରଣ ହୋଇପାରିନାହିଁ । ୟୁପିଏ ସରକାର ସମୟରେ ଯେଉଁଭଳି ସାଧାରଣ ଲୋକଙ୍କୁ ବର୍ଷକୁ ଶହେଦିନ ନିଶ୍ଚିତ କର୍ମନିଯୁକ୍ତି ଯୋଗାଇବାକୁ ମନରେଗା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା, ଏ ସରକାର ସମୟରେ ତାହା ସମ୍ଭବ ହୋଇନାହିଁ । ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଶତାଧିକ ଲୁଗାକଳ ବନ୍ଦ ହୋଇଯିବାରୁ ସେଠାରେ ହଜାର ହଜାର ଓଡ଼ିଆ କର୍ମସଂସ୍ଥାନ ହରାଇ ଦୁର୍ବିସହ ଜୀବନ ବିତାଉଛନ୍ତି ।  ୟୁପିଏର ମନମୋହନ ସିଂଙ୍କ ସରକାର ସମୟରେ ଦେଶର ଜିଡ଼ିପି ୭.୮% ଥିବାବେଳେ ଏବେ ତାହା ହ୍ରାସପାଇଛି । ଏହା ଉପରେ ଏକ ଶ୍ୱେତପତ୍ର ଜାରି ହେବା ଆବଶ୍ୟକ । 

ଅର୍ଥନୈତିକ ସର୍ଭେରୁ ଦେଶର ସେଭଳି ଆର୍ଥିକ ଅଭିବୃଦ୍ଧି ଘଟୁନଥିବା ଜଣାଯାଇଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ୟୁପିଏ ସରକାର ଯେଉଁଭଳି ଭାବରେ ଜିଏସ୍ଟି ବ୍ୟବସ୍ଥା ଲାଗୁ କରିବାକୁ ଚାହିଁଥିଲେ, ଏନଡ଼ିଏ ତାହା ନକରି ବିଶ୍ୱର ସବୁଠାରୁ ଖରାପ ଜିଏସ୍ଟି ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଏମାନଙ୍କ ନିକଟରେ ସାଧନ ନାହିଁ କିମ୍ବା ଜ୍ଞାନ ନାହିଁ । ସାଧାରଣ ବ୍ୟବସାୟୀ ସରକାରଙ୍କର ପ୍ରଚଳିତ ଜିଏସ୍ଟି ବ୍ୟବସ୍ଥା ବୁଝିପାରୁନାହାନ୍ତି, ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ଼ିଜେଲ, ପେଟ୍ରୋଲ ଏବଂ ରିଅଲ ଇଷ୍ଟେଟକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି, ଯାହାଦ୍ୱାରା ଦେଶବାସୀଙ୍କ ଉପରେ ଏହାର ଗୁରୁତର ପ୍ରତିକୂଳ ପ୍ରଭାବ ପଡ଼ୁଛି । ୨୦୧୪ ଠାରୁ କେନ୍ଦ୍ରର ଯେତେସବୁ ଭୁଲ୍ ନୀତି ଓ ନିଷ୍ପତିକୁ ନବୀନ ବାବୁ ସମର୍ଥନ ଜଣାଇ ଆସିଛନ୍ତି, ତାହାର ଉତର ରାଜ୍ୟବାସୀ ଆଶା କରୁଛନ୍ତି । ନବୀନ ବାବୁ ନିଜକୁ ସମଦୂରତା ଓ ଧର୍ମ ନିରପେକ୍ଷ କହୁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ୨୦୦୯ରୁ ଏନଡ଼ିଏର ହାତ ଛାଡ଼ିଲା ପରେ ମଧ୍ୟ ଏନଡ଼ିଏକୁ ସମର୍ଥନ ଦେଉଛନ୍ତି, ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ଶ୍ରୀ ଶର୍ମା ଦାବି କରିଥିଲେ । ବିଜେଡ଼ି ଓ ବିଜେପି ଉପରକୁ ଯେତେ ପରସ୍ପର ବିରୋଧରେ କହିଲେ ମଧ୍ୟ ପରସ୍ପରକୁ ସହଯୋଗ କରୁଛନ୍ତି । ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ବର୍ତମାନ ଦେଶରେ ଯେଉଁଭଳି ମୋଦିଙ୍କ ବିରୋଧରେ ଜନମତ ରହିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ପୂର୍ବ ଭାରତ ଉପରେ ଗୁରୁତ୍ୱ ଦେଉଛି ଏବଂ ଏହିସବୁ ରାଜ୍ୟରେ ଥିବା ଆଂଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶର ସମସ୍ତ ବିରୋଧୀ ଦଳ ଗୋଟିଏ ପଟେ ଥିବାବେଳେ ରାଜ୍ୟସଭାରେ ୯ ସଦସ୍ୟ ଥିବା ବିଜୁ ଜନତା ଦଳ ଏନଡ଼ିଏକୁ ସମର୍ଥନ ଦେଲା । ଏହା ପଛରେ କି କାରଣ ନିହିତ ରହିଛି ତାହା ନବୀନ ସର୍ବସମ୍ମୁଖରେ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି । 

ଆୟକର, ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ , କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ  ଆଦି କେନ୍ଦ୍ରୀୟ ସଂସ୍ଥାଗୁଡିକୁ ମୋଦି ନିଜ ନିୟନ୍ତ୍ରଣକୁ ଆଣି ସେସବୁକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ବିଶେଷକରି କଂଗ୍ରେସ ବିରୋଧରେ ମୋଦି ଏହିସବୁ ସଂସ୍ଥାକୁ ବ୍ୟବହାର କରୁଛନ୍ତି । ରାଫେଲ ଯୁଦ୍ଧବିମାନ କିଣା ସମ୍ପର୍କରେ ପ୍ରକାଶକରି ଆନନ୍ଦ ଶର୍ମା କହିଲେ, ଏଥିରେ ବଡଧରଣର ଦୁର୍ନୀତି ହୋଇଛି । ଜାତୀୟ ସୁରକ୍ଷାକୁ ନେଇ କ୍ଷମତାରେ ଥିବା ଏକ ଦଳ ବଡ଼ଧରଣର ଦୁର୍ନୀତି କରିଥିଲେ ମଧ୍ୟ ଏ ସମ୍ପର୍କରେ ସଂସଦରେ ବିସ୍ତୃତ ଭାବେ କିଛି ତଥ୍ୟ ପ୍ରକାଶ କରୁନାହିଁ ।  ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ପ୍ରଫେସର କୈଳାସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

0
0
0
s2sdefault