ହେଡଲାଇନସ୍:

ତିନି ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଦିବାସୀ ଅଧୁ୍ୟଷିତ ଜିଲ୍ଲା  ୫ମ ସିଡ଼ୁ୍ୟଲଡ ଏରିଆର ହୋଇଥିବାରୁ ଜିଲ୍ଲାରେ ୧୯୯୬ ଡ଼ିସେମ୍ବର ୨୪ରୁ କାର୍ଯ୍ୟକାରୀ କରାଯାଉଥିବା ପେସା ଆଇନ ମାଧ୍ୟମରେ ଶାସନ ବ୍ୟବସ୍ଥାର ପ୍ରଚଳନ ହୋଇପାରି ନାହିଁ । ଫଳରେ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପେସା ଆଇନରେ ରହିଥିବା ସମସ୍ତ ବ୍ୟବସ୍ଥାରୁ ବଞ୍ଚିତ ହୋଇଆସୁଛନ୍ତି । ତେଣୁ ଜିଲ୍ଲାରେ ପେସା ଆଇନ ଅନୁସାରେ ଶାସନ ବ୍ୟବସ୍ଥାର ପ୍ରଚଳନ ସହିତ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଜୁ ଯୁବ ଯୂଭ ଭଅହୀନୀ ଗଠନରେ ମଧ୍ୟ ୫ମ ସିଡ଼ୁ୍ୟଲଡ଼ ଏରିଆ ନିମନ୍ତେ ରହିଥିବା କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଛି । ସେହିପରି ଗତ ଅଗଷ୍ଟ ୧୧ ରେ ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ବିକାଶ ପରିଷଦ ପକ୍ଷରୁ ବାରିପଦା କଲେଜ ପଡ଼ିଆ ପରିସରରେ ପାଳିତ ହୋଇଥିବା ଜିଲ୍ଲାସ୍ତରୀୟ ଆଦିବାସୀ ପ୍ରତିନିଧି ସମ୍ମିଳନୀରେ ଜିଲ୍ଲାର ସମସ୍ତ ଆଦିବାସୀମାନଙ୍କୁ ଅଣଦେଖା ପ୍ରଦର୍ଶନ କରାଯାଇ ସର୍ବଧାରଣଙ୍କ ଅର୍ଥରେ ବିଜଦ ନିଜ ଦଳୀୟ କାର୍ଯ୍ୟକ୍ରମ କରାଇ ମଉଜମଜଲିସରେ ମାତିଥିଲେ ।  ଏହି ତିନି ଦଫା ଦାବି ଉପରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ଆଦିବାସୀ  ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ତାଙ୍କ ସହିତ ଆଲୋଚନା କରିବା ସଂଗେସଂଗେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଭାଜପା ଏସଟି ମୋର୍ଚ୍ଚା ସଭାପତି ତଥା ୨୯ନଂ ଜିଲ୍ଲାପରିଷଦ ସଦସ୍ୟ କାଳି ଚରଣ ନାଏକ, ପ୍ରଭାରୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭାପତି ପ୍ରକାଶ ସୋରେନ, ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ, ପୁରୁଷୋତ୍ତମ ନାଏକ, ସୁମନ ସିଂ, ସରୋଜିନୀ ନାଏକ,  ନରେନ୍ଦ୍ର ନାଥ ସିଂ, ଜୟନ୍ତୀ ସିଂ, ଦମନ ମୁର୍ମୁ, କମଳାକାନ୍ତ ନାଏକ, ନାନିକା ନାଏକ, ସୁଗଦା ମାର୍ଣ୍ଡି, କାନନ ମୟୀ ପାତ୍ର, ଚିନ୍ମୟ କୁମାର ନାଏକ, ସୁଧୀର କୁମାର ବେହେରା ପ୍ରମୁଖ ଭାଜପାର ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଏସଟି ସେଲର କର୍ମକର୍ତ୍ତା, ସଦସ୍ୟ ମାନଙ୍କ ସମେତ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।  

0
0
0
s2sdefault