ହେଡଲାଇନସ୍:

ବିଜେଡିର ନିର୍ବାଚନୀ ପ୍ରସ୍ତୁତି, ଭୋଟହାର ବୃଦ୍ଧି ଉପରେ ଗୁରୁତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର(ଉଜ୍ଜ୍ୱଳ କର ): ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ବିଜେଡ଼ି ପକ୍ଷରୁ ଏକ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ କାର୍ଯାଳୟରେ ଆୟୋଜିତ ଏହି ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ସିମୁଳିଆର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାର ସମସ୍ତ ବ୍ଲକ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର ସଭାପତି, ପର୍ଯ୍ୟବେକ୍ଷକ ଓ ସମସ୍ତ ଛାମୁଆ ସଂଗଠନର ଜିଲା ସଭାପତିମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବିଜେଡି ଜିଲ୍ଲା ସଭାପତି ତଥା ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନକୁ ସାମ୍ନା କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସମ୍ପର୍କରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଉପରେ ସେ ଗୁରୁତ୍ୱ ଦେଇଥିଲେ । କର୍ମୀମାନେ ପ୍ରତି ୱାର୍ଡର଼୍କୁ ଯାଇ କେମିତି କାମ କରିବେ ସେ ସମ୍ପର୍କରେ ନିର୍ଦ୍ଦେଶ  ଦିଆଯାଇଥିଲା । ପ୍ରତି ଜୋନ ଓ ପ୍ରତି ପଞ୍ଚାୟତରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇ ୱାର୍ଡ  ସ୍ତରରେ ଦଳୀୟ ସଂଗଠନକୁ ମଜବୁଦ କରାଯିବ । କେବଳ ସେତିକି ନୁହେଁ ଏହି ସଂଗଠନ ଗୁଡ଼ିକର କାର୍ଯ୍ୟଶୈଳୀକୁ ତଦାରଖ କରିବା ପାଇଁ ଜିଲାସ୍ତରୀୟ ୧୫ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରତି ୱାଡର଼୍ରେ ଅତି କମ୍ରେ  ୬ ପ୍ରତିଶତ ଭୋଟ ବଢ଼ାଇବା ଶ୍ରୀ ଜେନା ଗୁରୁତ୍ୱାରୋପ କରିଥଲେ । ଆସନ୍ତା ୧୬ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାର ପ୍ରତି ବ୍ଲକରେ ଦଳୀୟ ଲାର୍ମକର୍ତ୍ତା  ଓ ପର୍ଯ୍ୟବେକ୍ଷକଙ୍କ  ସହ ଅନ୍ୟଏକ ବୈଠକ ଆୟୋଜନ କରି ସେମାନଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ଆଜି ସିଦ୍ଧାନ୍ତ ନିଆଯାଇଥିଲା ।

 

0
0
0
s2sdefault