ହେଡଲାଇନସ୍:

ବାଇପାସ ରାଜନୀତିରେ  ପାଲଟା  ଜବାବ ଦେଲେ ଅର୍କେଶ : ପଛରୁ ଛୁରୀ ମାରି ଏବେ ଭଳେଇ ହେଉଛନ୍ତି ବାପପୁଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିରୋଧିଦଳ ନେତା  ଜବାବ ଦେବେକି ତାଙ୍କ ପାଖଲୋକ ପ୍ରକଳ୍ପରେ ଯାଉଥିବା  ପରିମାଣ ସରକାରଙ୍କ ଧାର୍ଯ୍ୟ ପରିମାଣରୁ ୧୯୦୦ ଗୁଣ ସରକାରୀ ବାବୁଙ୍କ ମଧୁଚନ୍ଦ୍ରୀକାରେ  ବର୍ଦ୍ଧିିତ   କରାଇ ପ୍ରକଳ୍ପ କରାଇ ନଦେବା ହିନ ପ୍ରୟାସ ବାଲାଙ୍ଗିର ବାସିଙ୍କ ପାଇଁ କୁଠାରଘାତ କି ନୁହେଁ | ଗତ ମୟୁନସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ  ନିଜର ଲୋକପ୍ରୀୟତା ହରାଇବାକୁ ବସିଥିବା ବେଳେ  ଅସହିଷ୍ନୁତା ମନୋଭାବ ରଖି  ଆଗାମି ନିର୍ବାଚନି ମଇଦାନରେ ନିଜକୁ ସ୍ୱଚ୍ଛବୋଲି ପ୍ରସ୍ତୁତ କରାଇବାର ଧୃଷ୍ଟତା କରୁଛନ୍ତି : ଅର୍କେଶ

ବଲାଙ୍ଗିର/ନିରୋଜ ମିଶ୍ର  -ବାଇପାସ ରାଜନୀତିରେ  ପାଲଟା  ଜବାବ ଦେଲେ ବିଜେଡି ନେତା ଅର୍କେଶ ନାରାୟଣ ସିଂ ଦେଓ  | ଆଗରୁ ଅନେକ ଅଘଟଣ ଘଟିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ତଥା ବଲାଙ୍ଗିରବାସୀଙ୍କ ଭାବନା ଓ ଆବଶ୍ୟକତାକୁ ସମ୍ମାନ ଦେଇ ବିଜେଡି ବାଇପାସ ପାଇଁ ଆନ୍ତରିକ ଉଦ୍ୟମ କରିଥିବା ବେଳେ ସର୍ବ ପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତରିକ ଉଦ୍ୟମ ଚାଲିଥିବା ବେଳେ କେବେ ସେତଜିପାଇ ଆନ୍ତରିକତା ପ୍ରଦର୍ଶନ କରିନଥିବା ବିରୋଧୀ ଦଳ ନେତା ହଠାତ ଜଣକର ମୃତ୍ୟୁରେ ବିଚଳିତ ହେବାର ଅଭିନୟ କରି ଶସ୍ତା ରାଜନୀତି କରିବା ଦୁର୍ଭାଗ୍ୟଜନକ | ବିଜେଡି ଝିଅଟିର ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ମର୍ମାହତ | ତେଣୁ ଯେତେଶୀଘ୍ର ବାଇପାସ କାମ ହେବ ସେଥିପାଇଁ ଉଦ୍ୟମ ଚଳାଇଛି ବିଜେଡି | ରାଜ୍ୟ ସରକାର ମଧ୍ୟ ଏ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେଉଛନ୍ତି | ହେଲେ ବାଇପାସ ପ୍ରସଙ୍ଗରେ କନ୍ଦଳ ସୃଷ୍ଟି କରି ତଥା  ପଛରୁ ଛୁରୀ ମାରି ଏହାକୁ ବିଳବିତ କରିବାର ନେପଥ୍ୟରେ ନାୟକ ସାଜିଥିବା ବାପପୁଅ ଏବେ ଭୋଟ ପାଖେଇ ଆସିଥିବା ଯୋଗୁ ଲୋକଙ୍କ ଆଗରେ ଭଳେଇ ହେବାକୁ ଉଦ୍ୟମ କଇଛନ୍ତି ବୋଲି ଅଭିଯୋଗ କଇଛନ୍ତି  ଅର୍କେଶ | 

ଅର୍କେଶ  କହିଛନ୍ତି ଯେ ,ବିରୋଧିଦଳ ନେତା ଏବଂ ତାଙ୍କ ସୁପୁତ୍ର ବାପାସ ନିର୍ମାାଣକୁ ଆଳକରି ଯେଉଁ ହିନ ରାଜନୀତି କରୁଛନ୍ତି ତାହା ନିନ୍ଦନୀୟ  । ବିଗତ ୪ ବର୍ଷ ହେଲା କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର  କୌଣସି ସମୟରେ ବଇପାସ ପାଇଁ ଆଗ୍ରହ ପ୍ରକାଶ କରିନଥିବା ବେଳେ ଏବେ ଲୋକଙ୍କ ମନରେ ଭୟ ସଂଚାର କରି ଏହି କାର୍ଯ୍ୟ ତ୍ୱରାନ୍ୱିତରେ ବାଧା ଦେଉଛନ୍ତି । ଏହି ବାଇପାସ କାମ ପାଇଁ ସରକାରଙ୍କ ତରଫରୁ ତତ୍ପରତା  ପାଇଥିବା ବେଳେ ଅଯଥା କନ୍ଦଳ ଶୃଷ୍ଟି  କରି ବାପ-ପୁଅ ପ୍ରକଳ୍ପକୁ ବିଳମ୍ବିତ କରିବା ନଜିର ରହିଛି । ଜିଲ୍ଲାରେ ବାଇପାସ ନଥିବାରୁ ସମୟ ସମୟରେ ଏଭଳି ଅନେକ ଦୁର୍ଘଟଣା ଘଟି  ଜନଜୀବନ ଚାଲିଯାଇଥିଲେ ମଧ୍ୟ ଧ୍ୟାନ ଦେଇ ନଥିଲେ । ବାଇପାସ  କାର୍ଯ୍ୟ ବିଳମ୍ବରେ ଜଙ୍ଗଲ ଜମି ଅଧିଗ୍ରହଣ ଓ ପରେ ଜମି ମାଫିଆ ଓ ଜମି ମୁଲ୍ୟାୟନ କରୁଥିବା ଅଧିକାରୀମାନଙ୍କ ମଧୁ ଚନ୍ଦ୍ରିକା ପାଇଁ ବାଧକ ସାଜିଛି ଏହା ସମସ୍ତଙ୍କୁ ଜଣା  । ନିଜର ବାହାସ୍ଫୋଟ  ମାରୁଥିବା ବିରୋଧିଦଳ ନେତା  ଜବାବ ଦେବେକି ତାଙ୍କ ପାଖଲୋକ ପ୍ରକଳ୍ପରେ ଯାଉଥିବା  ପରିମାଣ ସରକାରଙ୍କ ଧାର୍ଯ୍ୟ ପରିମାଣରୁ ୧୯୦୦ ଗୁଣ ସରକାରୀ ବାବୁଙ୍କ ମଧୁଚନ୍ଦ୍ରୀକାରେ  ବର୍ଦ୍ଧିିତ   କରାଇ ପ୍ରକଳ୍ପ କରାଇ ନଦେବା ହିନ ପ୍ରୟାସ ବାଲାଙ୍ଗିର ବାସିଙ୍କ ପାଇଁ କୁଠାରଘାତ କି ନୁହେଁ ?? ପଛ ପଟୁ ଛୁରା ମାରୁଥିବା ଭଳି ଏମାନେ ବଲାଙ୍ଗିର ସହରରେ ବିଜେଡି ସରକାର ଦ୍ୱାରା ଅନେକ ଉନ୍ନୟନ ମୁଳକ କାର୍ଯ୍ୟ ଚାଲିଥିବା  ବେଳେ ବାପ ପୁଅ ମୁଣ୍ଡ ପୁରାଇ ସରକାରକୁ ସମାଲୋଚନା କରିବାରେ ଲିପ୍ତ ରହୁଛନ୍ତି । ସରକାରଙ୍କ  ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପରେ ନିଜର ନାମକୁ ସାମିଲ କରି ଭିତ୍ତି ପ୍ରସ୍ତର ସ୍ଥାପନ କରି ନିଜେ କାର୍ଯ୍ୟ କରିଥିବା ଦର୍ଶାଇ ବଲାଙ୍ଗିର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ଏବଂ ଅନ୍ୟ ପକ୍ଷରେ ସେ ସବୁ ଉନ୍ନୟନ ମୁଳକ କାର୍ଯ୍ୟକୁ ବିନା କାରଣରେ  ବିଧାନସଭାରେ ସମାଲୋଚନା କରୁଛନ୍ତି  । ପ୍ରକାଶଥାଉ କି ପବ୍ଲିକ ଏକାଉଣ୍ଟସ୍ କମିଟି ନାମରେ ବାରମ୍ବାର ସଭାକରି ବାଇପାସର କୌଣସି ପ୍ରସଙ୍ଗ ନ ପକାଇ ଜଣକର ମୃତ୍ୟୁରେ ହଠାତ ଭାବ ବିହ୍ୱଳ ହୋଇ ସରକାରଙ୍କ ବିପକ୍ଷରେ ବୃଥା ଗର୍ଜନ କରୁଥିବା ଜଣେ ବିରୋଧି ଦଳ ନେତାଙ୍କୁ ଶୋଭା ପାଏ ନାହିଁ । ସଭା ସମିତି ମାନଙ୍କରେ ବାଲଙ୍ଗିର ବିକାଶରେ ରାଜ ପରିବାର ଦାୟୀ ବୋଲି କୁତ୍ସାରଟନା କରିବା କେତେଦୁର ସମିଚୀନ ? ବିଜୁବାଜୁଙ୍କ ନାମରେ ରାଜ୍ୟସରକାରଙ୍କ  ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଜିଲ୍ଲାରେ ଚଲିଥିବା ବେଳେ ସେଥିରେ ଅଯଥା ହସ୍ତକ୍ଷେପକରି ସରକାରଙ୍କୁ ଚିଠି ଖଣ୍ଡେ ଲେଖି ନିଜର ବାହଦୁରି ମିଡିଆ ସମ୍ମୁଖରେ ଉପସ୍ଥାପନ କରି ଜନମାନସକୁ ଅନ୍ଧକାରରେ ରଖୁଛନ୍ତି । ଗତ ମୟୁନସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ  ନିଜର ଲୋକପ୍ରୀୟତା ହରାଇବାକୁ ବସିଥିବା ବେଳେ  ଅସହିଷ୍ନୁତା ମନୋଭାବ ରଖି  ଆଗାମି ନିର୍ବାଚନି ମଇଦାନରେ ନିଜକୁ ସ୍ୱଚ୍ଛବୋଲି ପ୍ରସ୍ତୁତ କରାଇବାର ଧୃଷ୍ଟତା କରୁଛନ୍ତି ବୋଲି ଅର୍କେଶ  କହିଛନ୍ତି |

 

0
0
0
s2sdefault