ହେଡଲାଇନସ୍:

ରାଜ୍ୟର ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଓଡ଼ିଶାରେ ଜଳସେଚନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଗତ ୧୮ବର୍ଷ ମଧ୍ୟରେ ପାଖାପାଖି ୧୫ଲକ୍ଷ ହେକ୍ଟର ଜମି ଜଳସେଚିତ କରାଯାଇଛି । ୨୦୦୦ ମସିହାରେ ୨୪.୮୭ ଲକ୍ଷ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ଥିବା ବେଳେ ତାହା ବୃଦ୍ଧି ପାଇ ମାର୍ଚ୍ଚ ୨୦୧୭ ସୁଦ୍ଧା ୩୮.୧୬ ଲକ୍ଷ ହେକ୍ଟରରେ ପହଞ୍ଚôଥିଲା ଏବଂ ୨୦୧୮ ସୁଦ୍ଧା ପାଖାପାଖି ୪୦ ଲକ୍ଷ ହେକ୍ଟରେ ପହଞ୍ଚôଛି । ୨୦୦୦ ମସିହାରେ ଓଡ଼ିଶା ବଜେଟ୍‍ରେ ଜଳସେଚନ ପାଇଁ କେବଳ ୮୫୦ କୋଟି ଟଙ୍କା ଥିଲାବେଳେ ଆଜି ତାହା ବୃଦ୍ଧି ପାଇ ୧୦୨୦୦ କୋଟି ଟଙ୍କାରେ ପହଞ୍ଚôଛି । ଗତକାଲି ନାବାର୍ଡ ସହିତ ରାଜ୍ୟ ସରକାର ୧୦ ହଜାର ପୋଖରୀକୁ ପୁନର୍ଜୀବିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ରାଜ୍ୟର ୧୫ଟି ଜିଲ୍ଲାରେ ଦ୍ରୁତଗତିରେ ଜଳସେଚନ ବ୍ୟବସ୍ଥାକୁ ବିକଶିତ କରିବା ସହିତ ଚାଷୀକୂଳ ପାଇଁ ବହୁମାତ୍ରାରେ ସହାୟକ ହେବ । ଆସନ୍ତା ୫ବର୍ଷ ମଧ୍ୟରେ ଜଳସେଚନ ପାଇଁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର ୧୦ଲକ୍ଷ ହେକ୍ଟର ଜମି ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହିସବୁ ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ । ବିଜେପି ଅପ୍ରସଂଗକୁ ପ୍ରସଂଗ କରି ଉଦେ୍ଧଶ୍ୟମୂଳକ ଭାବେ ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ଏବଂ ଚାଷୀକୂଳ ପ୍ରତି ଅସମ୍ମାନ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault