ହେଡଲାଇନସ୍:

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଆମର ସମର୍ଥନ କେବଳ ଜେଡିୟୁକୁ ଥିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ କେଉଁ ପରସ୍ଥିତିରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ, ତାହା ସ୍ପଷ୍ଟ ଭାବେ ଦଳ ପକ୍ଷରୁ ଗଣମାଧ୍ୟମ ଓ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦ ହୋଇଥିବାରୁ ବିଜେଡି ଆଶା କରିଥିଲା, ସର୍ବସମ୍ମତିକ୍ରମେ ଏବଂ ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ଜଣେ ପ୍ରାର୍ଥୀ ସେହି ପଦ ପାଇଁ ମନୋନୀତ ହେବେ । ତାହା ହୋଇନଥିବାରୁ ବିଜେଡି ଜେଡିୟୁର ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ଏହା ଦୁଇଟି ଦଳ ମଧ୍ୟରେ ଆଦର୍ଶଗତ ସମନ୍ୱୟତା, ଲୋକନାୟକ ଶ୍ରୀ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ରହିଆସିଛି । ଏହାକୁ ମଧ୍ୟ ଦଳ ଦୁଇଦିନ ତଳେ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲା । ବିଜେଡି, ବିଜେପି ଏବଂ କଂଗ୍ରେସ ଠାରୁ ପୂର୍ବରୁ ରକ୍ଷା କରିଆସୁଥିବା ସମଦୂରତା ବର୍ତ୍ତମାନ ଅଛି ଏବଂ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦଳର ସମର୍ଥନ କେବଳ ଜେଡିୟୁକୁ ଥିଲା, ଅନ୍ୟ କୌଣସି ରାଜନୈତିକ ଦଳକୁ ନୁହେଁ । ଏହାପରେ ଯଦି ବିରୋଧୀ ଦଳ ନେତାମାନେ ବୁଝି ଅବୁଝା ହେଉଛନ୍ତି, ତେବେ ଆମର କିଛି କହିବାର ନାହିଁ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 

 

0
0
0
s2sdefault