ବିଶ୍ୱକୁ ‘ଯୋଗ’ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ: ଡ.ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ସୁସ୍ଥ ଦେଶ ଓ ବିଶ୍ୱ ଗଠନ କରିବା ଲାଗି ମୋଦି ସରକାର ସଦାସର୍ବଦା ନୂଆ ଢ଼ାଂଚା ଓ ନୂଆ ପ୍ରୟାସ କରିଥାନ୍ତି । ସମଗ୍ର ବିଶ୍ୱକୁ ଭାରତବର୍ଷର ସବୁଠୁ ବଡ଼ ଅବଦାନ ହେଉଛି “ଯୋଗ ଶିକ୍ଷା” । ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏକାଗ୍ରତା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ୨୦୦୦ବର୍ଷ ପୂର୍ବରୁ ପତଞ୍ଜଳୀ ଋଷି ଯୋଗର ଉପକାରିତା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ପ୍ରଚାର ଓ ପ୍ରସାର ଅଭାବରୁ ବିଶ୍ୱବାସୀ ଯୋଗର ଉପକାରିତା ସଂପର୍କରେ ଅଜ୍ଞ ଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବାପରେ ଯୋଗକୁ ବିଶ୍ୱସ୍ତରରେ ପରିଚିତ କରିବାର ଶପଥ ନେଇଥିଲେ । ୨୦୧୪ ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘ ଯୋଗକୁ ପରିଚୟ ଏବଂ ମାନ୍ୟତା ଦେବା ସହ ଜୁନ୍ ୨୧କୁ ଯୋଗ ଦିବସର ମାନ୍ୟତା ଦିଆଯାଇଥିଲା । ଏହା ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୂର୍ତ ଥିଲା ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଆସନ୍ତାକାଲି ପାଳନ ହେବାକୁ ଯାଉଥିବା ଆନ୍ତର୍ଜାତୀକ ଯୋଗ ଦିବସରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶର ପ୍ରତ୍ୟେକ ବ୍ଲକ, ପଂଚାୟତ ଓ ଗାଁର ବିଭିନ୍ନ ସ୍ଥାନରେ ଯୋଗ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ପ୍ରମୁଖ ୭୫ଟି ଐତିହାସିକ ସ୍ଥାନରେ ଯୋଗ ଦିବସ ପାଳନ କରାଯିବ । ଓଡିଶାର ୩ଟି ସ୍ଥାନ ଏହି ତାଲିକାରେ ସାମିଲ ଅଛି । ପୁରୀରେ କେନ୍ଦ୍ର ଭାରୀ ଉଦ୍ୟୋଗୀ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ, କୋଣାର୍କରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଖିଚିଂ (ମୟୂରଭଂଜ)ରେ କେନ୍ଦ୍ର ଆଦିବାସୀକଲ୍ୟାଣ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ କାର୍ଯ୍ୟକ୍ରମରେ ସାମିଲ ରହିବେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶର କାଙ୍ଗ୍ରା ଫୋର୍ଟରେ ଉପସ୍ଥିତ ରହି ଯୋଗ କରିବେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସାରା ବିଶ୍ୱରେ ସରକାରୀ, ବେସରକାରୀ, କର୍ପୋରେଟ କ୍ଷେତ୍ର ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ‘ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରଣାଳୟର ତତ୍ୱାବଧାନରେ ଯୋଗ ମହୋତ୍ସବ ସମିତି ଦ୍ୱାରା ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ଶ୍ରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault