ହେଡଲାଇନସ୍:

ଅନେକ ମୁଣ୍ଡ ଗଡିଛି ତୁହାକୁ ତୁହା ଆନେ୍ଦାଳନ,ହେଲେ ଆଉ କେତେ  ମୁଣ୍ଡ ଗଡ଼ିଲେ ହେବ ବାଇପାସ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳର ନେତାଙ୍କୁ ସମରେନ୍ଦ୍ରଙ୍କ ପ୍ରଶ୍ନ

ବଲାଙ୍ଗିରରୁ ନିରୋଜ ମିଶ୍ର - ବଲାଙ୍ଗିର ପାଇପାସ ନିର୍ମାଣକୁ ନେଇ ଅନେକ ତୁଙ୍ଗି ତୋଫାନ । ନିକଟରେ ଘଟିଥିବା ମର୍ମନ୍ଦୁତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ତଥା ଯୁବକମାନଙ୍କର ପାଇଁ ସାରା ବଲାଙ୍ଗିର ପ୍ରତିକ୍ରିୟାଶୀଳ । ଲୋକଙ୍କ ମନରେ ଅନେକ ପ୍ରଶ୍ନ ।  ପାଇପାସ ଆଜି ପର୍ଯ୍ୟନ୍ତ ନ ହୋଇପାରିବା ପଛରେ ଦାୟୀ କିଏ । ଏ ସବୁ ପଛରେ ପ୍ରଶାସନିକ ଅଧିକାରୀ ଦାୟୀ କି ରାଜନୈତିକ ନେତା । ଏହା ଭିତରେ ପ୍ରଥମ ଦିନ କଂଗ୍ରେସର ବନ୍ଦ ଡାକରା । ଯୁବନେତା ସମରେନ୍ଦ୍ରଙ୍କ ନେତୃତ୍ୱରେ ବନ୍ଦ ସମ୍ମୁର୍ଣ୍ଣ ଶାନ୍ତିପୂର୍ଣ୍ଣ । ତଥାପି  ଲୋକଙ୍କର ଭିତରେ ପ୍ରଶ୍ନ ସମସ୍ତ ଦଳ ଆନେ୍ଦାଳନ କରିବା ପରେ ମଧ୍ୟ ବାଇପାସ କାହିଁ ? ଏ ସବୁ ର ସ୍ପଷ୍ଟ ଉତ୍ତର ପାଇଁ ଆଜି କଂଗ୍ରେସ ଦଳ ତରଫରୁ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ସ୍ଥାନୀୟ ପାରାଡାଇଜ ପ୍ୟାଲେସ ଠାରେ ଏକ ସମ୍ବାଦିକ ସମ୍ମିଳନୀ ଡାକିଥିଲେ । ଆଜି ଦିନ ଘ.୧୧.୩୦ମି. ରେ ଆରମ୍ଭ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ସିଧାସଖଳ ପ୍ରଶ୍ନ କରିଥିଲେ ବିନା ବ୍ୟୟ ଅଟକଳ, ବିନା ପ୍ରଶାସନିକ ମଞ୍ଜୁରୀରେ କିପରି ଓ କାହିଁକି ୨୦୦୧ ମସିହାରେ ତତ୍କାଳିନ ସରକାରୀ ଦଳର ବିଧାୟକ ଯେ କି ପୁର୍ତ୍ତ ମନ୍ତ୍ରୀ ମଧ୍ୟ ଥିଲେ ବଲାଙ୍ଗିର ବାଇପାସ ରାସ୍ତାର ଭିତ୍ତିପ୍ରସ୍ତର ଦେଇଥିଲେ । ଏହି ପ୍ରଶ୍ନର ଉତ୍ତର ଦେବ କିଏ ? ବଲାଙ୍ଗିରବାସୀ କେବେ କଣ ଏହି ପ୍ରଶ୍ନର ଉତ୍ତର ତତ୍କାଳିନ ବିଧାୟକଙ୍କୁ ପଚାରିଥିଲେ । ଏହା ଭିତରେ ୧୭ବର୍ଷ ବିତିଗଲାଣି । ଅନେକ ମୁଣ୍ଡ ଗଡିଛି ତୁହାକୁ ତୁହା ଆନେ୍ଦାଳନ, କେତବେଳେ ସୋସିଆଲ ମିଡିଆରେ ବର୍ତ୍ତମାନର ସାଂସଦ ବାଇପାସକୁ ନେଇ ଚିଠି ଦେଉଥିବାର ଫଟୋ, ପୁଣି କେତେବେଳେ ଜମି ଚଞ୍ଚକତା ଭଳିଆ ସ୍ପର୍ଷ କାତର ଭାଷା ପ୍ରୟୋଗ କରି ଲୋକଙ୍କୁ ଭୁଆଁ ବୁଲେଇବାର ପ୍ରଚେଷ୍ଟା ।  ଆଜିର ସାଂସଦ କଣ କେବେ ତତ୍କାଳିନ ମନ୍ତ୍ରୀ ତଥା ବିଧାୟକଙ୍କୁ ପ·ରିଛନ୍ତି ଭିତ୍ତିପ୍ରସ୍ତର କାହିଁକି ଦେଇଥିଲେ ? ପ୍ରଶ୍ନ ମାଧ୍ୟମରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ରରେ ସରକାର ଥିବା ଦଳର ନେତା ମଧ୍ୟ କେବଳ ରାଜ୍ୟ ଶାସନ ଥିବା ଦଳଙ୍କ ସହ ଭିତିରି ବୁଝାମୁଣା କରି ଉଭୟ ଉଭୟଙ୍କୁ  ଦୋଷାରୋପ କରିବାରେ ଲାଗିଛନ୍ତି । ନିଜ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ କିନ୍ତୁ ବଲାଙ୍ଗିରର ସ୍ୱାର୍ଥ  ପଛରେ ପଡିଯାଏ । ନିଜର ଭାବମୁର୍ତ୍ତି ରକ୍ଷା କରିବା ପାଇଁ ଏମାନେ କୌଣସି  ପ୍ରଶ୍ନ ପଚାରନ୍ତି ନାହିଁ ସେଠି । ଏହି ଉଭୟ ଦଳର ସ୍ଥାନୀୟ ନେତୃତ୍ୱ ଲୋକଙ୍କୁ ଜବାବ ଦିଅନ୍ତୁ, ୨୦୦୧ ପରେ ଦିଆଯାଇଥିବା ଭିତ୍ତି ପ୍ରସ୍ତର ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଆହୁରି ମଧ୍ୟ ସେ କହିଥିଲେ ପାଇପାସକୁ ନେଇ ୨୦୧୪ ପୂର୍ବରୁ ବଲାଙ୍ଗିରରେ କୈଣସି  ବିଧାୟକ କିମ୍ବା ସାଂସଦ ବିଧାନସଭା ଓ ସଂସଦ ଭିତରେ କେବେ ପ୍ରଶ୍ନ ପଚାରି ନାହାନ୍ତି । ଯଦି କିଏ କେବେ ଉପଯୁକ୍ତ ଫୋରମରେ ଏହା ଉପରେ ଆଲୋଚନା କରିଛନ୍ତି ସେ ହେଉଛନ୍ତି ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏପରି ୨୦୧୪ ମସିହାରେ ନିର୍ବାଚିତ ହୋଇସାରିଲା ପରେ ବିଧାନ ସଭାରେ ସେ ଏହାକୁ ନେଇ ସ୍ୱତନ୍ତ୍ର ପ୍ରଶ୍ନ ପଚାରିଥିଲେ ଯାର ଉତ୍ତରରେ ସରକାର କହିଥିଲେ ୨୦୧୪ ପୂର୍ବରୁ ବଲାଙ୍ଗିର ବାଇପାସକୁ ନେଇ କୋ÷÷ଣସି ପ୍ରଶାସନିକ କାର୍ଯ୍ୟକ୍ରମ ହୋଇନାହିଁ । ଏଥିରୁ ସ୍ପଷ୍ଟ ଯେ ୨୦୦୧ରେ ଦିଆଯାଇଥିବା ଭିତ୍ତି ପ୍ରସ୍ତର ଏକ ପ୍ରହଶନ ଥିଲା । ଜମି ଚଞ୍ଚକତା କୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ସମରେନ୍ଦ୍ର ଓଲଟା ପ୍ରଶ୍ନ କରିଥିଲେ ରାଜ୍ୟ ଓ କେନ୍ଦ୍ରରେ ସରକାର କାହାର ଅଛି ? ଜମିର ବେଞ୍ଚମାର୍କ କିଏ ନିର୍ଦ୍ଧାରଣ କରେ, ଏହାର ମଞ୍ଜୁରୀ କିଏ କରେ । ଯଦି ବେଞ୍ଚମାର୍କ ମୁଲ୍ୟାୟନ ଦାୟିତ୍ୱ ସରକାରୀ ଅଧିକାରୀଙ୍କର, ଏହାର ମଞ୍ଜୁରୀ ସରକାରମାନେ କରନ୍ତି ଓ ଯଦି କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି ସରକାର ଅଛି ତେବେ କଣ ଏହାର ଅନୁସନ୍ଧାନ କରି ଦୋଷୀକୁ କଂଗ୍ରେସ ଦଳ ଦଣ୍ଡ ଦେବ ? ତେଣୁ ଯଦି ଦୋଷ ଅଛି ତେବେ ବିଜେଡି ସରକାର ଏବଂ ବିଜେପି ସରକାର ଜମି ମୁଲ୍ୟାୟନରେ ଜଡିତ ଥିବା ଅଧିକାରୀ କି ବ୍ୟବସାୟୀ ଯିଏ ବି ହୁଅନ୍ତୁ ତାହାଙ୍କୁ ଦଣ୍ଡ ଦିଅନ୍ତି ନଚେତ ତାଙ୍କର ଅପାରଗତା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତାଫା ଦିଅନ୍ତୁ ।  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ  କଂଗ୍ରେସର ବରିÂ ନେତା ଅସୀମ ପଟ୍ଟନାୟକ ଯଦି ପାଇପାସ ନିର୍ମାଣରେ ବିଳମ୍ବ ହୁଏ ତେବେ ଏହି ଆନେ୍ଦାଳନରେ କଂଗ୍ରେସ ଦଳ ବଲାଙ୍ଗିରର ପ୍ରତ୍ୟେକ ଛାତ୍ର, ଯୁବକ, କୃଷକ, ଶ୍ରମିକ, ବୁଦ୍ଧିଜିବୀ ଓ ଗଣସଂଗଠନମାନଙ୍କୁ ସାମିଲ କରି ଏକ ନିର୍ଣ୍ଣାୟକ ଲଢେଇରେ ଅବତ୍ତିର୍ଣ୍ଣ ହେବ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ । ସାମ୍ବାଦିକ ସମ୍ମିଳନରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ କଂଗ୍ରେସ ସଭାପତି ସୁଦାମ ସାହୁ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ଯୁବ ନେତା ବୁଲୁ ଦାନୀ, ସନ୍ତକ ବହିଦାର, ଚନ୍ଦ୍ରମଣି ତ୍ରିପାଠୀ ଏବଂ ଯୁବ ସଭାପତି ପ୍ରେମପ୍ରକାଶ ମିଶ୍ର ମଞ୍ଚାସିନ ଥିଲେ ।

0
0
0
s2sdefault