ହେଡଲାଇନସ୍:

ଜନଜାତି ଭାଇଭଉଣୀମାନଙ୍କ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ କରିଚାଲିିବ: ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର: ଆଦିବାସୀମାନଙ୍କ ଉନ୍ନତି ଓ ବିକାଶ ଲାଗି ରାଜ୍ୟରେ ବିଜେଡି ସରକାର ବିବିଧ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଗୁରୁବାର ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଆଦିବାସୀ ଦିବସ ଅବସରରେ ୟୁନିଟ୍‍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶକୁ ଉଦ୍‍ଘାଟନ କରି ଏହା କହିଛନ୍ତି । ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସମେତ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଜନଜାତି ଭାଇଭଉଣୀମାନଙ୍କ ପାଇଁ କାମ କରୁଛି ଏବଂ ଆଗକୁ କରିଚାଲିିବ । ସେମାନଙ୍କ ସ୍ୱାର୍ଥର ପ୍ରହରୀ ଭାବେ ବିଜେଡି କାମ କରୁଛି, ଯାହାର ଉଦାହରଣ ହେଉଛି ଗୁରୁପ୍ରିୟା ସେତୁ । ଜନଜାତି ବହୁଳ ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟ ସେବାରେ ବିକାଶ, ଶିକ୍ଷାର ପ୍ରସାର ସହିତ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଦଳ କାମ କରୁଛି । ଏସବୁର ସୁଫଳ ମିଳିବାକୁ ଆରମ୍ଭ କରିଛି ଏବଂ ଜନଜାତି ଛାତ୍ରଛାତ୍ରୀମାନେ କ୍ରୀଡ଼ା ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ରାଜ୍ୟର ଗୌରବ ବୃଦ୍ଧି କରୁଛନ୍ତି । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସହିଦ ଲକ୍ଷ୍ମଣ ନାଏକ ଓ ସହିଦ ବିର୍ସା ମୁଣ୍ଡାଙ୍କ ପରି ମହାନ ବିପ୍ଳବୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଜନଜାତି ଭାଇଭଉଣୀମାନଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ ।

ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ ବିଧାୟକ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଉପ-ସଭାପତି ବିଧାୟକ ବଳଭଦ୍ର ମାଝୀ ଓ ସାଂସଦ ଝିନ୍ନ ହିକ୍‍କା, ସାଧାରଣ ସଂପାଦକ ସୁବାଷ ଗଣ୍ଡ, ବିଧାୟକ ଲାଲବିହାରୀ ହିମିରିକା, ମୟୂରଭଞ୍ଜ ଏସ୍‍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ପ୍ରମୁଖ ଭାଷଣ ଦେଇ ବିଜେଡି କିପରି ରାଜ୍ୟ ଜନଜାତି ପରିବାରଗୁଡିକର ବିକାଶ କରୁଛି, ସେ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଥିବା ବକ୍ତାମାନେ କହିଥିଲେ । ଅଗଷ୍ଟ ୧୩ ତାରିଖ ମଧ୍ୟରେ ବିଜେଡି ଏହି ଜିଲ୍ଲାଗୁଡିକରେ ପର୍ଯ୍ୟାୟକ୍ରମେ ଜିଲ୍ଲାସ୍ତରୀୟ ସମାବେଶ ପାଳନ କରିବ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ଡ. ଅରୁଣ କୁମାର ସାହୁ, ପ୍ରିୟଦର୍ଶୀ ମିଶ୍ର, ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ସାଧାରଣ ସଂପାଦକ ତଥା ବିଧାୟକ ଜଗନ୍ନାଥ ସାରକା, ଡମ୍ବରୁ ସିସା, ରାଜୀବ ପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ୍ମା ଏକ୍କା, ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସମେତ ଭୁବନେଶ୍ୱରର ବହୁ କର୍ପୋରେଟର୍‍, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ଅଧ୍ୟକ୍ଷ ଯୋଗ ଦେଇଥିଲେ ।

 

0
0
0
s2sdefault