ଦିଲ୍ଲୀପ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) : ନୟାଗଡ଼ ଜିଲ୍ଲା କଂଗ୍ରେସ ସଙ୍ଗଠନର ପୁନରବିନ୍ୟାସ ଅବସରରେ ସୟଦ୍ ୟାସିର୍ ନୱାଜଙ୍କ ନିର୍ଦେଶ ଓ ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜ୍ୟୋତିରଞ୍ଜନ ଦାସ ଙ୍କ ଅନୁମୋଦନ କ୍ରମେ  ମଙ୍ଗଳବାର ଦିନ ଜିଲ୍ଲାର ୮ଗୋଟି ବ୍ଳକ ପାଇଁ ସଭାପତି ଚୟନ କରାଯାଇଛି । ଏହିକ୍ରମରେ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଭାବେ ଦିଲ୍ଲୀପ୍ କୁମାର ବିଶୋଇ ମନୋନୀତ ହୋଇଥିବା ନୟାଗଡ଼ ଜିଲ୍ଲା  ଛାତ୍ର କଂଗ୍ରେସ ଅଫିସିଆଲ୍ ଆଇଡି ଓ ଟୁଇଟରୁ ଜଣାଯାଇଛି । ଦିଲ୍ଲୀପ୍ +୩ କଳାରେ ଅଧ୍ୟୟନ କରିବା ସହିତ ଜଣେ ୱେବ୍ ମିଡିଆ ସାମ୍ବାଦିକ ଅଟନ୍ତି । ଉଭୟ ପାଠପଢ଼ା ଓ ସାମ୍ବାଦିକତାକୁ ସୁଚାରୁରୂପେ ତୁଲେଇବା ସହିତ କଂଗ୍ରେସ ଦଳ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇ ଜିଲ୍ଲା ସଭାପତି ରଞ୍ଜିତ ଦାଶଙ୍କ ସହ ମିଶି ସଙ୍ଗଠନ ପାଇଁ କାର୍ଯ୍ୟ କରିଆସୁଥିଲେ ।  ସଙ୍ଗଠନ ତାଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଧାରାରେ ପ୍ରଭାବିତ ହୋଇ ଓଡ଼ଗାଁ ବ୍ଳକର ସଭାପତି ଭାବେ ଚୟନ କରିଥିବା ଜଣାପଡ଼ିଛି । ସଭାପତି ହେବା ପରେ ଓଡ଼ଗାଁ ବ୍ଳକର ସମସ୍ତ ଛାତ୍ରଛାତ୍ରୀଙ୍କ ହକ୍ ପାଇଁ ଲଢେଇ କରିବା ସହିତ ଓଡ଼ଗାଁ ବ୍ଳକରେ କଂଗ୍ରେସ ଓ ଛାତ୍ର କଂଗ୍ରେସର ମୂଳଦୁଆ ମଜଭୁତ କରିବାପାଇଁ କାର୍ଯ୍ୟ କରିବେ । 

0
0
0
s2sdefault