ହେଡଲାଇନସ୍:

"ଏଆଇଟିୟୁସି ପକ୍ଷରୁ ମୋଦି ହଟାଓ ଅଭିଯାନ ମୟୂରଭଞ୍ଜରୁ ଆରମ୍ଭ ହେଲା ।"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-08-18-CPI-Phtoa-1.jpg - 110.25 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଏଆଇଟିୟୁସି ଆହ୍ୱାନ କ୍ରମେ ସଂଯୁକ୍ତ ଓଡିଶା ଫରେଷ୍ଟଉଡ୍ ଏଗ୍ରିକାଲଚର ଏଣ୍ଡ ବିଲଡିଂ କନଷ୍ଟ୍ରସନ ୱାର୍କର୍ସ ୟୁନିୟନ, ଓଡିଶା ନିର୍ମାଣ ଶ୍ରମିକ ସଂଘ, ନିଖିଳ ଓଡିଶା  ଏମଡିଏମ ପାଚିକା ସହାୟିକା ସଂଘ, ବାରିପଦା ପୌରାଞ୍ଚଳ ପଟ୍ଟା ବିହିନ ବସ୍ତି ବାସିନ୍ଦା ସଂଘ, ଉତ୍କଳ ମହିଳା ସମିତି, ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ମିଳିତ ଭାବେ ଶ୍ରମିକ ବିରୋଧି, ଜନ ବିରୋଧି, ଭାରତୀୟ ସମ୍ବିଧାନ ବିରୋଧି, ସାମ୍ପ୍ରଦାୟିକ ବିଦ୍ୱେଶ ଓ ଦ୍ୱଙ୍ଗା ସୃଷ୍ଟିକାରୀ, କମ୍ପାନୀ ଦଲଲା ମୋଦି ସରକାର ହଟାଓ,  ଶ୍ରମିକ ବଞ୍ଚାଓ, ଭାରତ ବଞ୍ଚାଓର ଶ୍ରମିକ ଜାଗରଣ, ଜନ ଜାଗରଣର ବିଗୁଲ ଦେଶର ସର୍ବ ବୃହତ୍ତମ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହୋଇଛି । ମୋଦି ସରକାରଙ୍କ ଅଚ୍ଛେଦିନ ଆୟେଗା, ବର୍ଷକୁ ୨କୋଟି କର୍ମ ନିଯୁକ୍ତି, ଖୁଚୁରା ବେପାରରେ ବିଦେଶୀ ପୁଞ୍ଜି ବନ୍ଦ, ଭାରତୀୟ ଭ୍ରଷ୍ଟାଚାରିଙ୍କର ବିଦେଶରେ ଗଚ୍ଛିତ ଥିବା କଳା ଧନ ଉଦ୍ଧାର କରି ପ୍ରତ୍ୟେକ ଭାରତୀୟଙ୍କ ଜମା ଖାତାକୁ ୧୫ରୁ୨୦ ଲକ୍ଷ ଟଙ୍କା ଦେବା, ଦୁର୍ନିତି ଗସ୍ଥ ଭ୍ରଷ୍ଟାଚାରୀଙ୍କୁ ଜେଲ୍ ପଠାଇବା, ସଂସଦକୁ ଦୁର୍ନୀତି ମୁକ୍ତ କରାଇବା, କୃଷି ଉତ୍ପାଦନ ରେ ଦେଢ ଗୁଣ ମୂଲ୍ୟ ପ୍ରଦାନ କରିବା ପ୍ରତିଶୃତି ଦେଇ କ୍ଷମତାରେ ବସିବା ପରେ ପ୍ରତିଶୃତି ପାଳନ କରିବା ପରିବର୍ତ୍ତେ ଓଲଟା କାର୍ଯ୍ୟ କରିଚାଲିଛନ୍ତି  । ପରାଧୀନ ଭାରତ ଓ ସ୍ୱାଧୀନ ଭାରତରେ ଶ୍ରମିକ ଶ୍ରେଣୀର ଦୀର୍ଘ ସଂଗ୍ରାମ ପରେ ପ୍ରଣିତ ହୋଇଥିବା ସମସ୍ତ ଶ୍ରମିକ ସ୍ୱାର୍ଥ ରକ୍ଷାକାରୀ ଆଇନକୁ   ସଂଶୋଧନ କରି କମ୍ପାନୀମାନଙ୍କୁ ଲାଭ ଦେବାପାଇଁ ଶ୍ରମିକ ଅଧିକାରକୁ ଖର୍ବ କରି ୪ଟି ଶ୍ରମ କୋଡ୍ ପ୍ରଣୟନ କରିଛନ୍ତି । ବିଦେଶରୁ କଳାଧନ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କ ଦଳ କଳାଧନର ପାହାଡ ଉପରେ ଦିଲ୍ଲୀରେ ନିଜ ୮ଶହ କୋଟି ଟଙ୍କାର ପ୍ରାସାଦ ନିର୍ମାଣ ସହ ସମଗ୍ର ଦେଶର ରାଜ୍ୟ ରାଜଧାନୀ ଓ ଜିଲ୍ଲା ମହକୁମାରେ କାର୍ଯ୍ୟାଳୟ ଖୋଲିଛନ୍ତି । ବିମୁଦ୍ରାକରଣ କରାଇ ଲୋକଙ୍କ ଅର୍ଜିତ ଧନ ଛଡାଇ ନେଇ ବ୍ୟାଙ୍କ ଜରିଆରେ ଅନ୍ୟାୟ ଭାବରେ ମୂଳ ଟଙ୍କା କାଟିନେଉଛନ୍ତି  ।  ନୂତନ କର୍ମ ନିଯୁକ୍ତି ପରିବର୍ତ୍ତେ ବିମୁଦ୍ରାକରଣ ଜନିତ ସମଗ୍ର ଦେଶରେ କର୍ମ ନିଯୁକ୍ତିରେ ଥିବା ସଂଗଠିତ କ୍ଷେତ୍ରରୁ ୧କୋଟିରୁ ଅଧିକ ଶ୍ରମିକ ଓ କର୍ମ•ରୀମାନଙ୍କୁ ଛଟେଇ କରିଥିବା ବେଳେ ଅସଙ୍ଗଠିତ କ୍ଷେତ୍ରରେ ୪କୋଟିରୁ ଉର୍ଦ୍ଧ ଶ୍ରମିକ ଛଟେଇ କରିଛନ୍ତି । ସ୍କିଲ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନ ଦେଇ ଶ୍ରମ ଶୋଷଣ କରୁଛନ୍ତି । ସ୍ମାର୍ଟସିଟି, ଅମୃତ ସିଟି ନାମରେ ବସ୍ତି ବାସିନ୍ଦା, ଉଠା ଦୋକାନୀ, ରିକ୍ସା-ଅଟୋ•ଳକ ଓ ଟେକ୍ସି ଡ୍ରାଇଭରମାନଙ୍କୁ ଉତ୍ଖାତ କରୁଛନ୍ତି । ନିର୍ମାଣ ଶ୍ରମିକମାନଙ୍କୁ ତାଙ୍କ ସୁବିଧାରୁ ବଞ୍ଚôତ କରୁଛନ୍ତି  । ଏହି ପୃଷ୍ଠା ଭୂମିରେ ଏଆଇଟିୟୁସି ପକ୍ଷରୁ “ମୋଦି ହଟାଓ- ଶ୍ରମିକ ବଞ୍ଚାଓ, ଭାରତ ବଞ୍ଚାଓ” ଜନ ଜାଗରଣ  ଅଭିଯାନ କ୍ରାନ୍ତି ଦିବସରୁ ସେପ୍ଟେମ୍ବର ୧୮ପର୍ଯ୍ୟନ୍ତ ଦେଶ ବ୍ୟାପି ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମୟୂରଭଞ୍ଜରୁ ଆରମ୍ଭ କରାଯାଇଛି । ବାରିପଦା ରେଳ ଷ୍ଟେସନ ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବର୍ଷିୟାନ  ଶ୍ରମିକ ନେତା ତ୍ରୀନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ ଏହି ସଭାରେ ଏଆଇଟିୟୁସି ଜାତୀୟ ପରିଷଦର  ସଦସ୍ୟ  ଜୟନ୍ତ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ସଭାପତି ଜଗବନ୍ଧୁ ମିଶ୍ର, ଫରେଷ୍ଟ ଉଡ୍ କନଷ୍ଟ୍ରକ୍ସନ ଶ୍ରମିକ ସଂଘର କାହ୍ନୁ ଚରଣ ବେହେରା, ସେକ୍ ରାଜୁ, ଦେବେନ୍ଦ୍ର ନାଥ କୁଣ୍ଡୁ, ମହେଶ୍ୱର ବେହେରା, ପାଚିକା ସହାୟିକା ସଂଘର ନେତା ହୃଷିକେଷ ସାହୁ, ଶ୍ରୀମତୀ ସାହୁ, ଉତ୍ତରା ବେହେରା. ସୁଲୋଚନା ଗିରି, ଅଖିଳ ଭାରତ ଯୁବ ସଂଘର ଚାନ୍ଦରାୟ ମୁର୍ମୁ, ତପନ କୁମାର୍ ସିଟ୍ ଓ ଓଡିଶା ନିର୍ମାଣ ଶ୍ରମିକ ସଂଘର ବଳରାମ ମହାନ୍ତ, ଗୌତମ ନାଏକ, ଟୁନୁ ସିଂ, ପ୍ରସନ୍ନ ବିନ୍ଧାଣୀ, ସୁବାସିନୀ ବିନ୍ଧାଣୀ, ଉଜ୍ଜଳା ବିବି, ପ୍ରଭାସ ଚନ୍ଦ୍ର ଧଳ, ଜୟନ୍ତୀ ମହାନ୍ତ, ଦୀପାଞ୍ଜଳୀ ମହାନ୍ତ, ଶକୁନ୍ତଳା ପାଟବନ୍ଧା, ସୁମତୀ ବେହେରା, କଡିଆ ବିବି ପ୍ରମୁଖ ଏହି ଆନେ୍ଦାଳନର ନେତୃତ ନେଇ ମୋଦି ହାଟାଅ ଜନ ଜାଗରଣ ଅଭିଯାନ ୩୯ ଦିନ ଧରି ଚାଲୁ ରଖିବା ସହ ୧୮ ସେପ୍ଟେମ୍ବର ଭୁବନେଶ୍ୱର ଠାରେ ମୋଦି ହଟାଅ ଶ୍ରମିକ ମହାସମାବେଶର  ସଫଳତା ପାଇଁ ଆହ୍ୱାନ ଦେଇଥିଲେ । 

 

 

 

 

 

 

 

0
0
0
s2sdefault