ହେଡଲାଇନସ୍:

କଂଗ୍ରେସ କାର୍ଯ୍ୟାଳୟରେ ଐତିହାସିକ କ୍ରାନ୍ତି ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬•à¬‚ଗ୍ରେସ କାର୍ଯ୍ୟାଳୟରେ ଐତିହାସିକ କ୍ରାନ୍ତି ଦିବସ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୯କୁ ଐତିହାସିକ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପତକା ଉତ୍ତୋଳନ ହେବା ପରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସର୍ବ ଭାରତୀୟ ଆଦିବାସୀ ନେତ୍ରୀ ସୁଶୀଳା ତିରିଆ ଯୋଗ ଦେଇ ଅଗଷ୍ଟ ୯ ଜାତୀୟ କଂଗ୍ରେସ ତଥା ଭାରତବାସୀଙ୍କ ନିମନ୍ତେ ଏକ ଐତିହାସିକ ଦିବସ । ଫିରିଙ୍ଗି ଶାସନରୁ ଭାରତକୁ ମୁକ୍ତ କରାଇବା ନିମନ୍ତେ ଆଜିର ଦିନରେ ଜାତୀୟ କଂଗ୍ରେସ ପକ୍ଷରୁ ବାପୁଙ୍କ ଆହ୍ୱାନରେ ଭାରତ ଛାଡ଼ ଆନେ୍ଦାଳନ ଡ଼ାକରା ଦିଆଯାଇଥିଲା । ଏହି ଦିବସକୁ ଭାରତୀୟ ଜାତୀୟ କଂଗ୍ରେସ ସହିତ ପ୍ରଦେଶ କଂଗ୍ରେସ କମିଟି ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରିବାର ଏକ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିବା ସହିତ ଦେଶରେ ଆଦିବାସୀ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଷ୍ଟ୍ର ନିର୍ମାଣରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ବରିଷ୍ଠ  କଂଗ୍ରେସ ନେତା ଆଇନଜୀବୀ ବିଜନ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍, ପୂର୍ବତନ ଯୁବ କଂଗ୍ରେସ ସଭାପତି ଅଜୟ ମହାପାତ୍ର ଓ ଅଶୋକ ବେହେରା, ମହିଳା କଂଗ୍ରେସ ନେତ୍ରୀ ସସ୍ମୀତା ଘୋଷାଲ ଏବଂ ଯୁବ କଂଗ୍ରେସ ସଭାପତି ରାକେଶ ସିଂ ପ୍ରମୁଖ ଯୋଗ ଦେଇ ଜାତୀୟ କଂଗ୍ରେସ ଅଗଷ୍ଟ ୯ ଆନେ୍ଦାଳନ ଓ ବିଶ୍ୱ ଆଦିବାସୀ ଦିବସ ପାଳନର ତପôର୍ଯ୍ୟ, ଉଦେ୍ଧଶ୍ୟ ଓ ଲକ୍ଷ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରାଇଥିଲେ । ଶେଷରେ ଯୁବ ନେତା ସୁକୁମାର ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ନୀରୋଜ ଲୋଚନ ଦାଶ,  ପୂର୍ବତନ ଯୁବ କଂଗ୍ରେସ ସଭାପତି ଯୁଗେଶ ଅଗ୍ରୱାଲା, ଟାଉନ କଂଗ୍ରେସ ସଭାପତି ବିଜୟ କୁମାର ସିଂ, ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ, ବାସୁଦେବ ବେହେରା, ବାସୁଦେବ ଲେଙ୍କା, ସୁଦୀପ୍ତ ମନ୍ତ୍ରୀ, ସତ୍ୟନାରାୟଣ ବିଜୁଳି, କପ୍ତିପଦା ବ୍ଲକ ସଭାପତି ରବି ନାରାୟଣ ପରିଡ଼ା, ଦୁର୍ଗା ଟୁଡ଼ୁ, ଛୋଟଲାଲ ବିନ୍ଧାଣି, ଅରବିନ୍ଦ ଦାସ, ଦୀପକ ଦାଶ, ପୀଥ ନାଥ ହେମ୍ବ୍ରମ, ମୂରଲୀ ନାୟକ, ବାସୁଦେବ ବେହେରା, ପ୍ରଦୀପ ମିଶ୍ର, ଯୋଗେନ ମୁଖୀ, ଗୌରୀ ନାୟକ, ଭଜଗୋବିନ୍ଦ ଦଳାଇ ଓ ପାର୍ଥସାରଥୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ ।

 

0
0
0
s2sdefault