ହେଡଲାଇନସ୍:

" ବିଜେଡି ଓ ଜେଡିୟୁ ସମଭାବାପନ୍ନ ଦଳ ହୋଇଥିବାରୁ ବିଜେଡି  ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କଲା" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-08-18-Wishes-News-Photo-.jpg - 73.00 kB

 ଭୁବନେଶ୍ୱର: ସଂସଦୀୟ ଗଣତନ୍ତ୍ର ପରମ୍ପରାରେ ବିଶ୍ୱାସ ରଖି ଆସୁଥିବା ବିଜୁ ଜନତା ଦଳ  ବିବେଚନା କରେ ଯେ, ବାଚସ୍ପତି ତଥା ରାଜ୍ୟସଭା ଉପାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦ ପାଇଁ ନିର୍ବାଚନ ଅପେକ୍ଷା ସର୍ବସମ୍ମତ ମନୋନୟନ, ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ପରିପନ୍ଥୀ ଅଟେ । ବିଜୁ ଜନତା ଦଳ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା, ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ସର୍ବସମ୍ମତିକ୍ରମେ କେହି ଜଣେ ମନୋନୀତ ହେବେ, କିନ୍ତୁ ତାହା ହୋଇପାରିଲା ନାହିଁ । ଜେଡିୟୁ ଏବଂ କଂଗ୍ରେସରୁ ଜଣେ ଜଣେ ପ୍ରାର୍ଥୀ ଏହି ପଦ ପାଇଁ ଲଢ଼ୁଛନ୍ତି । ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି । କାରଣ ବିଜେଡି ଓ ଜେଡିୟୁର ଆଦର୍ଶଗତ ଚିନ୍ତାଧାରା ପାଖାପାଖି ସମାନ । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆନେ୍ଦାଳନରେ ଅନୁପ୍ରାଣିତ ହୋଇ ଉଭୟ ଦଳର ଉତ୍ପତି  । କିନ୍ତୁ ଆନ୍ୟ ପ୍ରାର୍ଥୀଜଣଙ୍କ ନିକଟ ଅତୀତରେ ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ଦାୟିତ୍ୱରେ ଥିଲାବେଳେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ତେଣୁ ବିଜେଡି ଓ ଜେଡିୟୁ ସମଭାବାପନ୍ନ ଦଳ ହୋଇଥିବାରୁ ବିଜୁ ଜନତା ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଦଳର ମାନ୍ୟବର ସଭାପତି  ନବୀନ ପଟ୍ଟନାୟକ ଘୋଷଣା କରିଥିବା ରାଜ୍ୟ ସଂପାଦକ ବିଜୟ ନାୟକ ଜଣାଇଛନ୍ତି ।

 

0
0
0
s2sdefault