ହେଡଲାଇନସ୍:

ବିଜେପିକୁ ସଙ୍କଟରୁ  ଉଦ୍ଧରିଲେ ନବୀନ, ଉପାଧ୍ୟକ୍ଷ ହେଲେ ହରିବଂଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-08-18.jpg - 59.47 kB

ପୁଣି ଥରେ ବିଜେପି ଦେଖାଇ ଦେଇଛି ସେ ସିକନ୍ଦର | ଯେ କୌଣସି ପରିସ୍ଥିତିକୁ ଯେ କୌଣସି ସ୍ତରକୁ ଯାଇ ବାଜି ମାରିନେବାରେ ବିଜେପି ମାଷ୍ଟର |  ଆଉ ଏଇ ହିସାବରେ ଓଡ଼ିଶାରେ ବିଜେପିର ଶତ୍ରୁ ବୋଲି କୁହାଯାଉଥିବା ବିଜେଡି(ଯାହାଠାରୁ ବିଜେପି କ୍ଷମତା ଦଖଲ କରିବ ବୋଲି ଦିନରାତି ସପନ ଦେଖିଛି)ର ସହାୟତାରେ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରି ନେଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଫୋନ  କରି ବ୍ୟକ୍ତିଗତ ଭାବେ ନବୀନ ବାବୁଙ୍କୁ  ଅନୁରୋଧ କରିଥିଲେ |  ଉଭୟଙ୍କ ଆବଶ୍ୟକତା ଆଉ ସମୟର ଆହ୍ୱାନ ଆଧାରରେ ଉପରେ ଉପରେ ଗାଳି ଆଉ ଭିତରେ କୋଳାକୋଳି ରୀତିରେ ରାଜ୍ୟସଭା ଉପାଧ୍ୟକ୍ଷ ଅଗ୍ନି ପରୀକ୍ଷାକୁ ହାତ ଧରାଧରି ହୋଇ ପାରି ହୋଇଯାଇଛନ୍ତି ବିଜେଡି ଓ ବିଜେପି | ଆଉ ସେଇ ନୂତନ(ଯଦିଓ ପୁରାତନ) ସମୀକରଣର   ଫଳ ସ୍ୱରୂପ   ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି  ବିଜେପି ସମର୍ଥିତ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ  । କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ହରାଇ ହରିବଂଶ ବିଜୟୀ ହୋଇଛନ୍ତି । ହରିବଂଶଙ୍କୁ ୧୨୫ ଖଣ୍ଡ ଭୋଟ୍ ମିଳିଛି, ଯେଉଁଥିରେ ବିଜେଡିର ୯ଜଣ ସଂସଦ ରହିଛନ୍ତି  । ସେହିପରି ବି.କେ. ହରିପ୍ରସାଦଙ୍କୁ ମିଳିଲା ୧୦୫ଟି ଭୋଟ୍ । ନବ ନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ବିଜେପିକୁ ସମର୍ଥନ ଦେଇ ନବୀନ ବାବୁ ଓଡିଶା ରାଜନୀତିରେ ଏକ ନୂଆ ସମୀକରଣ ବା ସେଇ ପୁରୁଣା ପାଠର ଆଲୋଚନା ହୋଇପାରେ ବୋଲି ଚର୍ଚା ଜୋର ଧରିଛି | କଂଗ୍ରେସ ଯଦିଓ ସମାଲୋଚନା କରିଛି ବିଜେଡି  ବିଜେପି ମଧ୍ୟରେ ସମ୍ପର୍କ ଅଛି ବୋଲି, ହେଲେ ତାହା ରାଜନୈତିକ ହୋଇପାରେ | ହେଲେ ଲୋକଙ୍କ ଭିତରେ ଯାହା ଧାରଣା ସୃଷ୍ଟି ହୋଇଛି ନବୀନ ଏନଡିଏ ବା ବିଜେପି ମୁହାଁ ହୋଇଛନ୍ତି |  

0
0
0
s2sdefault