ହେଡଲାଇନସ୍:

କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗ ଦେଲେ ଶଶୀ ଓ ଦେବୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

08-08-18-bhd.gif - 179.58 kB

ଭୁବନେଶ୍ୱର: ତାମିଲନାଡୁରେ ବ୍ୟାପକ ସାମାଜିକ ସଂସ୍କାର ଆଣିଥିବା ତୁଙ୍ଗ ରାଜନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‍କେ ସଭାପତି ଏମ୍‍. କରୁଣାନିଧିଙ୍କ ମଙ୍ଗଳବାର ପରଲୋକ ଖବର ମିଳିବା ପରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଥିଲା । ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଆଜି ମଧ୍ୟାହ୍ନ ୧୨ଟା ସମୟରେ ଚେନ୍ନାଇ ଅଭିମୁଖେ ଗସ୍ତ କରିଥିଲେ । ଚେନ୍ନାଇସ୍ଥିତ ରାଜାଜୀ ହଲ୍‍ରେ ଶେଷ ଦର୍ଶନ ପାଇଁ ରହିଥିବା ଦିବଂଗତ ରାଜନେତା ଏମ୍‍. କରୁଣାନିଧିଙ୍କ ମରଶରୀରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରା ଓ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ମିଶ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ଶ୍ରୀ ବେହେରା ଓ ଶ୍ରୀ ମିଶ୍ର ସମବେଦନା ଜଣାଇଥିଲେ । ତତ୍‍ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ଦିବଂଗତ ନେତା କରୁଣାନିଧିଙ୍କ ପୁତ୍ର ଏମ୍‍.କେ. ଆଲାଗିରି, ଏମ୍‍.କେ. ଷ୍ଟାଲିନ୍‍ ଓ ଝିଅ କାନିମୋଝୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମାରିନା ବିଚ୍‍ ଯାଇ ଶ୍ରୀ ବେହେରା ଓ ଶ୍ରୀ ମିଶ୍ର ସେଠାରେ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନରେ ଯୋଗ ଦେଇଥିଲେ ।

0
0
0
s2sdefault