ହେଡଲାଇନସ୍:

ବିଜେଡି କରିବ ଆଦିବାସୀ ମହାମେଳଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-08-18-bjd.jpg - 78.88 kB

 

୯ ଟି ଜିଲ୍ଲାରୁ ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ

ଭୁବନେଶ୍ୱର: ବିଜୁ ଜନତା ଦଳ  କରିବ ଆଦିବାସୀ ମହାମେଳଣ | ଆଉ ସେ ମେଳଣ ହେବ ରାଜଧାନୀରେ | ଆଦିବାସୀ ବହୁଳ  ୯ ଟି ଜିଲ୍ଲାରୁ ଆସି ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ | ଆପାତତଃ ଅଗଷ୍ଟ ୯ ‘ବିଶ୍ୱ ଆଦିବାସୀ ଦିବସ’କୁ ଆଦିବାସୀ ଶକ୍ତି ପ୍ରଦର୍ଶନ ପାଇଁ ବ୍ୟବହାର କରିବ ବିଜେଡି, ଆଉ ବଜାରକୁ ବାର୍ତ୍ତା ଦେବ ଯେ ଆଦିବାସୀଙ୍କ ସମର୍ଥନ ବିଜୁ  ଜନତା ଦଳ ପ୍ରତି ରହିଛି | ଏହାର ପରୋକ୍ଷ ଆଭାସ ମିଳିଛି ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ  ସାମ୍ବାଦିକ ସମ୍ମିଳନୀରୁ  |

ସାମ୍ମୁଖ୍ୟ ପକ୍ଷରୁ କୁହ ଯାଇଛି ଯେ, ଆମ ରାଜ୍ୟ ଓଡ଼ିଶାରେ ମୋଟ ୬୨ଗୋଟି ଅନୁସୂଚିତ ଜନଜାତି ସଂପ୍ରଦାୟର ଅଧିବାସୀ ବସବାସ କରନ୍ତି । ଏହି ୬୨ଗୋଟି ଅନୁସୂଚିତ ଜନଜାତି ମାନଙ୍କ ମଧ୍ୟରେ ୧୩ଗୋଟି ଆଦିମ ଜନଜାତି ଅନ୍ତର୍ଭୁକ୍ତ । ଜନଜାତି ସଂସ୍କୃତି ଓ ପ୍ରଗତିକୁ ଗୁରୁତ୍ୱ ଦେଇ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଅନେକ ଯୋଜନା-କାର୍ଯ୍ୟକ୍ରମ, ନୀତି ନିର୍ଦ୍ଧାରଣ ଓ ଆଇନ୍‍ ପ୍ରଣୟନ କରିଛନ୍ତି । ବିଶେଷକରି ଜନଜାତି ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପରିଚୟର ସୁରକ୍ଷା ସହିତ ସାମଗ୍ରିକ ବିକାଶ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ପାଦେ ଆଗକୁ ଯାଇ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । ଯଦ୍ଧ୍ୱାରା ଜନଜାତି ସଂପ୍ରଦାୟର ଅଧିବାସୀମାନେ ଆଜି ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି ।

ଅଗଷ୍ଟ ୯ ‘ବିଶ୍ୱ ଆଦିବାସୀ ଦିବସ’ ଅବସରରେ ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟ ତରଫରୁ ରାଜ୍ୟ ସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ପୂର୍ବାହ୍ଣ ୧୦.୩୦ ମିନିଟ୍‍ ସମୟରେ ୟୁନିଟ୍‍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ  ହେବ । ଏହି ସମାବେଶରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଳା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ପ୍ରତିନିଧିମାନେ ଯୋଗ ଦେବେ ।  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧିମାନଙ୍କୁ ଉକ୍ତ ଦିବସରେ ସମ୍ବୋଧିତ କରିବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଅଗଷ୍ଟ ୧୩ ତାରିଖ ମଧ୍ୟରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମାବେଶ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ ବିଧାୟକ ସୁଦାମ ମାର୍ଣ୍ଡି, ଉପ-ସଭାପତି ବିଧାୟକ ବଳଭଦ୍ର ମାଝୀ ଏବଂ ସାଂସଦ ଝିନ୍ନ ହିକ୍‍କା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

0
0
0
s2sdefault