ହେଡଲାଇନସ୍:

   ବଲାଙ୍ଗିରରେ ଉଦ୍ଘାଟିତ ହେଲା ଉନ୍ନତି ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-08-18-BOL.jpg - 160.61 kB

ବଲାଙ୍ଗିର(ନିରୋଜ ମିଶ୍ର)  - ନବୀନ ସରକାରଙ୍କ ଉନ୍ନତି ଯୋଜନା କାର୍ଯ୍ୟକ୍ରମରେ ଭଲାଙ୍ଗିର ମ୍ୟନସିପାଲିଟିର  ୱାର୍ଡ ନମ୍ବର ୭ ଜୁନହା ଡିହି ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳର ବିଭିନ୍ନ  ୱାର୍ଡର ସର୍ବାଙ୍ଗନ ଉନ୍ନତି ପାଇଁ ୨୫ଲକ୍ଷ ଟଙ୍କା ଦିଆଯିବାର ଯୋଜନା ରହିଛି ।  ବଲାଙ୍ଗିର ମ୍ୟୁନିସିପାଲିଟିର  ୱାର୍ଡ ନମ୍ବର ୭ ଜୁନହା ଡିହି ଠାରେ ଅନୁଷ୍ଠିତ  କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ସନ୍ତୋଷିନୀ  ବେହେରା, ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଏବଂ ଯୁବନେତା ଲୋଟସ ଷଢଙ୍ଗୀଙ୍କ ଉପସ୍ଥିତିରେ ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ୱାର୍ଡ ନମ୍ବର ୭ ଜୁନହାଡିହି ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏହିସଭାର ସଭାପତିତ୍ୱ କରିଥିଲେ ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଢଙ୍ଗୀ  । ପୌରାଧ୍ୟକ୍ଷା ସନ୍ତୋଷିନୀ  ବେହେରା  ତାଙ୍କ ଭାଷଣରେ ଏହି ୱାର୍ଡର ଉନ୍ନତି ପାଇଁ  ରାଜ୍ୟସଭା ପାଣ୍ଠି , ଲୋକସଭା ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ  ପ୍ରାୟ ୧କୋଟି ୩୦ ଲକ୍ଷ ଟଙ୍କା ଦିଆଯାଇଥିବା  କଥା ଉଲ୍ଲେଖ କରିଥିଲେ । ଜୁନହା ଡିହି କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରାମେଶ୍ୱର ନଗର ସୁବାସ ସାହୁଙ୍କ ଘରଠାରୁ ଦିଗାମ୍ବର ତ୍ରୀପାଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର  ଦିଆଯାଇଥିବାର ଫଳକ ଉଦଘାଟିତ ହୋଇଛି । ଅତିଥି ଭାବେ ପୁର୍ବତନ ରାଜ୍ୟସଭା ସାଂସଦ ଯୋଗଦେଇ ଏହି  ୱାର୍ଡର ବିକାଶ କଥା ଉଲ୍ଲେଖ କରିଥିଲେ । ବିଗତ ଦିନ ମାନଙ୍କରେ ଏହି  ୱାର୍ଡ କିଭଳି ଥିଲା ଏବଂ ଆଜି କିଭଳି ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ । ଯେତେ ବିକାଶ ହେଲେ ସୁଧା ଜନସାଧାରଣ ଆହୁରି ଉନ୍ନତି ପାଇଁ ଦାବୀ କରିବା ସ୍ୱାଭାବିକ ଏବଂ ଆମେ ଆହୁରି ଉନ୍ନତି ପାଇଁ ଯତ୍ନପାନ ହେବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଅର୍କେଶ ନାରାୟଣ ସିଂଦେଓ ନବୀନ ପଟ୍ଟନାୟକଙ୍କ ବିଭିନ୍ନ  ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ୟରୁ ଉନ୍ନତି କାର୍ଯ୍ୟକ୍ରମ ରେ ଅନ୍ୟ  ୱାର୍ଡ ମଧ୍ୟ ସମସ୍ତ ସୁବିଧା ପାଇବେ ବୋଲି ଦର୍ଶାଇଥିଲେ ।  ଜନସାଧାରଣ ଏହି କାର୍ଯ୍ୟକ୍ରମର ଭରପୁର ସୁଯୋଗ ନେବା କଥା ବୋଲି ଉଦ୍ ବୋଧାନ ଦେଇଥିଲେ । ଯୁବନେତା ଲୋଟସ ଷଢଙ୍ଗୀ  ୱାର୍ଡବାସୀଙ୍କ ସହେଯାଗ କାମନା ଲୋଡିଥିଲେ ଏବଂ ଆଗାମୀ ଦିନରେ ଆହୁରି ଅନେକ ଯୋଜନାରେ ତାଙ୍କ  ୱାର୍ଡକୁ ସାମିଲ କରାଯିବା କଥା କହିଥିଲେ । ଉପାଧ୍ୟକ୍ଷା ଲିପିଶ୍ରୀ ସାଏ ଏବଂ  କାଉନସିଲର ଗିତାଞ୍ଜଳି ବରାଡ  ମଧ୍ୟ ନିଜନିଜର ବକ୍ତବ୍ୟ ରଖି ଏହି ଯୋଜାନା ଏକ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି କହିଥିଲେ । ସଭା ପରିଶେଷରେ ୱାର୍ଡ ନମ୍ବର ୭ ସଭାପତି ଧନ୍ୟବାନ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଧେଶ୍ୟାମ ଷଡଙ୍ଗି, ଶାନ୍ତନୁ  ମିଶ୍ର, କପିଳେଶ୍ୱର ଖମାରୀ, ସହଦେବ ମିଶ୍ର, ରାହାସ ବିହାରି ପାଣିଗ୍ରାହୀ, ନାରାୟଣ ପାଢୀ, ଜଗନ୍ନାଥ ମିଶ୍ର, ପୃଥ୍ୱିରାଜ ବରାଡ, ସୁରେନ୍ଦ୍ର ମହାନ୍ତି, ଗୋକୁଳ ମଟାରି, ବ୍ରଜ କିଶୋର ପଣ୍ଡା, ଭ୍ରମର ଦାଣ୍ଡି, ଗଣ୍ଡାରାମ ଦାସ, ଅରୁଣାମେହେର, କମଳି ସାଣ୍ଢ, ଗୋଲାପି ବରାଡ ସମେତ ସତାଧିକ ଲୋକ ଏବଂ ବିଭିନ୍ନ ୱାର୍ଡ ର କାଉନସିଲର ମାନେ ଉପସ୍ଥିତ ଥିଲେ । 

0
0
0
s2sdefault