ହେଡଲାଇନସ୍:

ବିଜେପି ବିଜେଡି ଟାଣ ଓଟରା : ସୁଦାମଙ୍କ  ବିରୋଦ୍ଧରେ ଥାନାରେ ଏତାଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲା ପରିଷଦ ସଦସ୍ୟା ଙ୍କ ବିରୋଧରେ ପ୍ରତିଅଭିଯୋଗ ପରେ ଅନ୍ୟ ଏକ ମାମଲା ରୁଜୁ 

04-08-18-SUDAM.gif - 61.79 kB

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୁରଭଞ ଜିଲାର ରାଜନିତୀ ପୁଣି ସରଗରମ ହେବାରେ ଲାଗିଅଛି । ଜଣେ ଜିଲାପରିଷଦ ସଦସ୍ୟା ବିଜେଡି କର୍ମୀ ଙ୍କ ନାମରେ ଧମକ ଚମକ , ଦୂର୍ବବ୍ୟହାର ଆଦି ନେଇ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ତାଙ୍କ ସହିତ ଯୋଡି ହୋଇଛନ୍ତି ଜିଲାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ । ଅଭିଯୋଗ ଅନୁଯାୟୀ ମୟୁରଭଞ ଜିଲାର ଶାଉମାଖୁଣ୍ଟା ବ୍ଲକ ର ୪୯ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା ଗୀତା ହେମ୍ବ୍ରମ ଗତକାଲି ପୂର୍ବାହ୍ନ ସମୟରେ  ଶାମାଖୁଣ୍ଟା ବ୍ଲକକୁ ବିଡିଓ ଙ୍କୁ ଦେଖା କରିବାପାଇଁ ଯାଇଥିଲେ । ନିଜ ଅଞ୍ଚଳର ବିଧବା ଏବଂ ବୃଦ୍ଧା ଙ୍କ ଭତ୍ତା ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ବିଡିଓ ଙ୍କୁ ତାଙ୍କ ପ୍ରକୋଷ୍ଠRE ପାଇନଥିଲେ । ବିଡିଓ ବ୍ଲକର ସଭାଗୃହ ରେ  ବିଜୁ ଯୁବବାହିନୀ ଙ୍କୁ ନେଇ ଏକ ମିଟିଂ କରୁଥିଲେ । ଉକ୍ତ ସଭାରେ ବିଧାୟକ ସୁଦାମ ମାର୍ଣ୍ଡି ଅତିଥିଭାବେ ଯୋଗଦେଇଥିଲେ । ସେଠାକୁ ଯାଇ ବିଡିଓ ଙ୍କୁ ଦେଖା କରିବାପାଇଁ ଶ୍ରୀମତୀ ହେମ୍ବ୍ରମ  ଚାହିଁବାରୁ  ତାଙ୍କୁ ମିଟିଂ ହଲ ବାହାରେ ଥିବା ବିଜେଡି କର୍ମୀମାନେ ବିଧାୟକ ଶ୍ରୀ ମାର୍ଣ୍ଡି ଙ୍କ ପ୍ରରୋଚନାରେ ଦୂର୍ବବ୍ୟବହାର କରିଥିବାର ଥାନାରେ ଜିଲାପରିଷଦ ସଦସ୍ୟା ଶ୍ରୀମତୀ ହେମ୍ବ୍ରମ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜୈନେକ ଯୁବକ ରାମଚନ୍ଦ୍ର ଦେହୁରୀ  ଥାନାରେ ପ୍ରତିଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଭଉଣୀ ଙ୍କ ଭତ୍ତା ପାଇଁ ଶାମାଖୁଣ୍ଟା ବ୍ଲକକୁ ଯାଇଥିବାବେଳେ ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ହେମ୍ବ୍ରମ ତାଙ୍କୁ ଦୂର୍ବବ୍ୟବହାର କରିଥିବାର ଉଲେଖ କରିଛନ୍ତି । ସଦର ଥାନାରେ ଏ ବାବଦରେ ପୃଥକ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ କରାଯାଇଅଛି । ଶ୍ରୀମତୀ ହେମ୍ବ୍ରମ ଙ୍କ କାରଯାଇଥିବା ଅଭିଯୋଗ ଅନୁଯାୟୀ ଥାନରେ ୭୩ /୧୮ ରେ ମାମଲା ରୁଜୁ କରାଯାଇଥିବାବେଳେ ରାମଚନ୍ଦ୍ର ଦେହୁରୀ ଙ୍କ ପ୍ରତିଅଭିଯୋଗକ୍ରମେ ୭୪/୧୮ରେ ଏକ ମାମଲା ରୁଜୁ କରାଯାଇଅଛି । ଉଭୟ ପକ୍ଷରୁ କରାଯାଇଥିବା ଅଭିଯୋଗ କୁ ନେଇ ପୋଲିସ ପକ୍ଷରୁ ଶମାଖୁଣ୍ଟା ବ୍ଲକରେ ଲଗାଯାଇଥିବା ସିସିଟିଭି କୁ ନେଇ ତଦନ୍ତ ଜାରିରହିଅଛି ।

 

 

 

। 

 

0
0
0
s2sdefault