ହେଡଲାଇନସ୍:

  ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ସସ୍ମିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ସସ୍ମିତ 

"କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସୀମା  ଭିତରେ ଗୁରୁପ୍ରିୟା ସେତୁର ରାଜ୍ୟ ସରକାର ଅର୍ଥବ୍ୟୟ କରିଛନ୍ତି | ଲୋକଙ୍କ ମୁହଁରେ ବିଛିନ୍ନାଂଚଳରେ ହସ ଫୁଟିଲା, ତାହା ଦେଖା ଗଲାନି | ହେଲେ ଗୁରୁପ୍ରିୟାରେ ରାଜ୍ୟ ସରକାରଙ୍କ ସଫଳତାରେ  ଈର୍ଷାନ୍ୱିତ ହୋଇ ପିଏଜି ରିପୋର୍ଟ(ଯାହା ଚୂଡାନ୍ତ ରିପୋର୍ଟ ନୁହେ)  ଆଧାରରେ ରାଜନୈତିକ ତଥା ଅଭିସନ୍ଧିମୂଳକ ଅଭିଯୋଗ ଆଣିଛି ବିଜେପି |"

ଭୁବନେଶ୍ୱର(ମାନସୀ ମିଶ୍ର) :  ରାଜ୍ୟପାଳଙ୍କ ନିକଟରେ ଗୁରୁପ୍ରିୟା ସେତୁକୁ ନେଇ ବିଜେପିର ସିବିଆଇ ତଦନ୍ତ ଦାବିକୁ ବିଜୁ ଜନତା ଦଳ ଦୃଢ଼ତାର ସହିତ ନିନ୍ଦା କରିଛି । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ୬୦ବର୍ଷର ସ୍ୱପ୍ନକୁ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବାସ୍ତବ ରୂପ ଦେଇଥିବାରୁ ଏବଂ ହଜାର ହଜାର ଓଡ଼ିଶାବାସୀ ଏହାଦ୍ୱାରା ଉପକୃତ ହୋଇଥିବାରୁ ବିଜେପି ଈର୍ଷାନ୍ୱିତ ହୋଇ ଏ ପ୍ରକାର ପଦକ୍ଷେପ ନେଇଛି । ଆଜି ଗୁରୁପ୍ରିୟା ସେତୁ ଯୋଗୁ ସେ ଅଞ୍ଚଳ ଆଉ ବିଚ୍ଛିନ୍ନାଞ୍ଚଳ ନହୋଇ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ବିଜେଡି ସରକାରକୁ ଓଡ଼ିଶା ତଥା ଭାରତବର୍ଷର ଜନସାଧାରଣ ପ୍ରଶଂସା କରୁଥିଲା ବେଳେ ବିଜେପି ଏହା ସହିନପାରିବା ଦୁର୍ଭାଗ୍ୟଜନକ । ସେତୁ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ ଏବଂ ସବୁ ତଥ୍ୟ-ପ୍ରମାଣ ରାଜ୍ୟ ସରକାର ବିଗତ ଦିନରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । କେନ୍ଦ୍ର ସରକାରଙ୍କ ରାସ୍ତା ଏବଂ ପରିବହନ ମନ୍ତ୍ରାଳୟ ଯେଉଁ ଖର୍ଚ୍ଚର ପରିସୀମା ଧାର୍ଯ୍ୟ କରିଥିଲେ, ସେହି ଅନୁସାରେ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ କରିଛନ୍ତି । ବିଜେପି ବର୍ତ୍ତମାନ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛି ଯେ ଏହା ଏକ ପିଏଜି ରିପୋର୍ଟ, କିନ୍ତୁ ବାସ୍ତବରେ ତାହା ନୁହେଁ । ମାତ୍ର ୨/୩ଟି ପ୍ରଶ୍ନ ଉତ୍‍ଥାପନ କରିଛନ୍ତି ଏଜି । ରାଜ୍ୟ ସରକାର ସବିଶେଷ ତଥ୍ୟ ଏଜିଙ୍କ ପାଖରେ ହସ୍ତାନ୍ତର କରି ସ୍ପଷ୍ଟ କରିଦେବା ପରେ ବିଜେପିର ରାଜନୈତିକ ଅଭିସନ୍ଧି ପଦାରେ ପଡିଯିବ ଏବଂ ସେମାନଙ୍କୁ ମୁହଁ ଲୁଚାଇବାକୁ ପଡିବ । ବିଜେପି ଗୁରୁପ୍ରିୟା ସେତୁକୁ ନେଇ ଈର୍ଷା କରୁଛି ଏବଂ ଏହି ଉପଲବ୍ଧିକୁ ଗୌଣ କରିବା ପାଇଁ ଏକ ଅପ୍ରସଂଗକୁ ପ୍ରସଂଗ କରିବାକୁ ଚେଷ୍ଟା କରୁଛି, ଯାହା ନିନ୍ଦନୀୟ ଏବଂ ଦୁର୍ଭାଗଜ୍ୟନକ ବୋଲି ଶ୍ରୀ ପାତ୍ର କହିଛନ୍ତି ।

 

 

0
0
0
s2sdefault