ହେଡଲାଇନସ୍:

ଚାଷୀଙ୍କୁ ତୁରନ୍ତ ଶଷ୍ୟବୀମା ପ୍ରଦାନ ଦାବୀରେ କଂଗ୍ରେସର ବ୍ଲକ ଅଫିସ ଘେରାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-07-18-chasi-1.gif - 170.57 kB 

ପଦ୍ମପୁର(ନୀଳ ଦୀପ)-- ମରୁଡି ଗ୍ରସ୍ତ  ପଦ୍ମପୁର ଅଂଚଳର ·ଷୀମାନଙ୍କୁ ଯଥାଶୀଘ୍ର ବୀମା ଟଙ୍କା ପ୍ରଦାନ ଦାବୀରେ ଗୁରୁବାର ଦିନ ବରଗଡ ଜିଲ୍ଲା ଓ ପଦ୍ମପୁର ବ୍ଲକ କଂଗ୍ରେସ ତରଫରୁ ରାଜବୋଡାସମ୍ବର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ସ୍ଥାନୀୟ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା  । ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣରୁ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଭୁଷଣ ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ସହ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ  । ସେଠାରେ ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ବେହେରାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ଶ୍ରୀ ସାହୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ·ଷୀ ବିରୋଧି ନିତୀକୁ ନିଜ ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରିଥିଲେ  । ମଋଡି କ୍ଷୟକ୍ଷତିର ରିପୋର୍ଟ ଏପ୍ରିଲ ଶେଷ ସୁଦ୍ଧା ଇନ୍ସୁରାନ୍ସ କମ୍ପାନୀ ·ଷୀଙ୍କୁ ଦେଇ ଦେବା କଥା, କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍ଲକ ଅପରାଗତା କାରଣରୁ ଆଜି ପର୍ଯ୍ୟନ୍ତ ·ଷୀ ବୀମା ଟଙ୍କା ପାଇବାରୁ ବଂଚିତ ରହିଛନ୍ତି  । ଏଣୁ ଅଂଚଳର ·ଷୀମାନଙ୍କ ଜମାଖାତାକୁ ବୀମା ଟଙ୍କା ନ ଆସିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଏହି ଆନେ୍ଦାଳନ ଜାରି ରଖିବ ବୋଲି ଅନ୍ୟ ବକ୍ତାମାନେ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଉଦେ୍ଧଶ୍ୟରେ ସ୍ଥାନୀୟ ବିଡିଓ ଏଲିଜା ମିଶ୍ରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ସନ୍ତୋଷ ଶତପଥି, ବରିଷ୍ଠ  ନେତା ଗୌନ୍ତିଆ କୁମାର ସାହୁ, ରାଧାରମଣ ପାଣୀଗ୍ରାହୀ, ପ୍ରବୀଣ ଦାସ, ଚମ୍ପକ ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ ସାହୁ, ଡମ୍ବରୁଧର ବେହେରାଙ୍କ ସମେତ ବ୍ଲକ କଂଗ୍ରେସର ଅନେକ ପଦାଧିକାରୀଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତା ଉପସ୍ଥିତ ଥିଲେ  । 

 

0
0
0
s2sdefault