ହେଡଲାଇନସ୍:

ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ବିଧାୟକଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

02-08-18-nila.jpg - 76.00 kBପଦ୍ମପୁର/Nila Deep,- ବରଗଡ ଜିଲ୍ଲା ପଦ୍ମପୁର ଅଂଚଳର ·ଷିମାନଙ୍କୁ ଗତ ଖରିଫ ଚାଷର କ୍ଷତିପୁରଣ ବାବଦକୁ ଇନ୍ସୁରାନ୍ସ ରାଶି ପ୍ରଦାନ, ଇନପୁଟ ସବସିଡି, କୃଷି ଋଣ ଛାଡ ଏବଂ ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କା ଲେଖାଏଁ ବୋନସ ପ୍ରଦାନ ଆଦି ଚାରି ଦଫା ଦାବୀରେ ପଦ୍ମପୁର ବିଧାୟକଙ୍କ ଆମରଣ ଅନଶନ ବୁଧବାର ଦିନ ବରଗଡ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି  । ଏହି ଅନଶନର ପ୍ରଥମ ଦିନରେ ବିଧାୟକଙ୍କ ବ୍ୟତିତ ବିଜେପିର ଅନ୍ୟ ୧୪ ଜଣବରିଷ୍ଠ  ନେତା ସାମିଲ ହୋଇଥିବା ବେଳେ ଆଜି ଦ୍ୱିତିୟ ଦିନରେ ଆହୁରି ପାଂଚ ଜଣ ସାମିଲ ହୋଇଥିଲେ  । ସେମାନେ ହେଲେ ପାଇକମାଲ ବ୍ଲକର ଦୁର୍ବାସା ସାହୁ, ସେବକ ମେହେର, କେଶବ ସାହୁ ପାଇକମାଲ ବ୍ଲକର ଗୋକୁଲ ବେହେରା ଓ ଝାରବନ୍ଧ ବ୍ଲକର ଶେଷକାନ୍ତ ସାହୁ  ।  ସକାଳେ ପଦ୍ମପୁର ଡାକ୍ତରଖାନାରୁ ଡା. ଯଦୁମଣି ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଖ ଧାରଣାସ୍ଥଳକୁ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ  ।   ପଡୋଶୀ ଛତିଶଗଡ ସମେତ ଅନେକ ରାଜ୍ୟର ଚାଷୀ ଇନ୍ସୁରାନ୍ସ ରାଶି ପାଇ ସାରିଥିବା ବେଳେ ଓଡିଶା ରାଜ୍ୟ ସରକାରଙ୍କ  ଅବହେଳା କାରଣରୁ ରାଜ୍ୟର ଚାଷୀ ଆଜି ପର୍ଯ୍ୟନ୍ତ ବୀମା ରାଶି ପାଇବାରୁ ବଂଚିତ ରହିଛନ୍ତି  । ଏହି ଅଭିଯୋଗକୁ ଭିତି କରି ପଦ୍ମପୁର ବିଧାୟକ ଆମରଣ ଅନସନ ଆରମ୍ଭ କରିଥିଲେ  । ସମଗ୍ର ବରଗଡ ଜିଲ୍ଲା ପାଇଁ ନିର୍ଦ୍ଧାରିତ ୫୧୧ କୋଟି ଟଙ୍କା ମଧ୍ୟରୁ ପ୍ରାୟତଃ ସବୁ ଟଙ୍କା ବ୍ୟାଙ୍କକୁ ଆସି ସାରିଥିବା ଏବଂ ଅବଶିଷ୍ଟ ଟଙ୍କା ମଧ୍ୟ ଆସନ୍ତା କାଳି ମଧ୍ୟରେ ଆସିଯିବ ବୋଲି ବରଗଡ ଏଡିଏମ ତପିତରାମ ମାଝୀ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ପ୍ରମୁଖ ଧାରଣାସ୍ଥଳକୁ ଆସି ଘୋଷଣା କରିଥିଲେ ମଧ୍ୟ ବିଧାୟକ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ଦାବୀ କରିଥିଲେ  । ପରେ ରାତି ପ୍ରାୟ ୮ଟା ସମୟରେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ଆସି ଫଳରସ ପିଆଇ ଅନଶନ ଭଙ୍ଗ କରାଇଥିଲେ  । 

ବରଗଡ ବିଧାୟକଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ - ପଦ୍ମପୁର ବିଧାୟକ

 ପ୍ରଧାନମନ୍ତ୍ରୀ ଶସ୍ୟବୀମାର ଅର୍ଥ ଛତିଶଗଡ, ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟର ଚାଷୀ ପାଇ ସାରିଲେଣି  । ପ୍ୟାକ୍ସ ଜରିଆରେ ରାଜ୍ୟ ସରକାର ବୀମା ରାଶି ଚାଷୀଙ୍କ ଠାରୁ ଅସୁଲ କରୁଥିବାରୁ ରାଜ୍ୟ ସରକାର ମଧ୍ୟସ୍ତି କାମ ନିଭାଇଥାଏ  । କିନ୍ତୁ ଜାତୀୟ ଇନ୍ସୁରାନ୍ସ କମ୍ପାନୀ ସହ ରାଜ୍ୟ ସରକାର ଯେଉଁ ଲିଆସନ ଭୁମିକା ନେବା କଥା, ସେ ଭୁମିକା ନେଉ ନ ଥିବାରୁ ଓଡିଶାର ଚାଷୀ ବୀମା ଟଙ୍କା ପାଇବାରେ ବିଲମ୍ବ ହେଉଛି  । ସୋହେଲାଠାରେ ବୀମା ଟଙ୍କା ଦାବୀରେ ଆନେ୍ଦାଳନରତ ଚାଷୀମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିବା ବେଳେ ଏଥିରେ ବିଜେଡି ସରକାରଙ୍କ ଅସଲ ମୁଖା ଖୋଳି ଯାଇଛି  । ୨୦୧୫ ମସିହା ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ୧୦୦ ଟଙ୍କା ଲେଖାଏଁ ବୋନସ ଘୋଷଣା କରିଥିବା ବେଳେ ଦେବେଶ ଆଚାର୍ଯ୍ୟ ପାଖରେ ଥାଇ ତାଲି ପିଟୁଥିଲେ  । ପଡୋଶୀ ଛତିଶଗଡ ରାଜ୍ୟ ·ଷୀଙ୍କୁ ୩୦୦ ଟଙ୍କା ବୋନସ ଦେଉଥିବା ବେଳେ ବରଗଡ ବିଧାୟକ ଓଡିଶାର ଚାଷୀଙ୍କୁ ୧୦୦ଟଙ୍କା ବୋନସ ଯୋଗାଇ ଦେବାରେ ନିଜ ଭୁମିକା ନିଭେଇଲେ ଉଚିତ ହେବ ବୋଲି ପଦ୍ମପୁର ବିଧାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  । ଏଥି ସହିତ ବରଗଡ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର ମଧ୍ୟ ବରଗଡ ବିଧାୟକଙ୍କ ରାଜନୈତିକ ଉଦ୍ଦେଶ୍ୟରେ ଅନଶନ ମନ୍ତବ୍ୟକୁ ଦୃଢ ନିନ୍ଦା ଜଣାଇଛନ୍ତି  ।  

0
0
0
s2sdefault