ହେଡଲାଇନସ୍:

ପ୍ରଶାସନ ଦେଇଥିବା ପ୍ରତିଶୃତି ପାଳନ ନ ହେଲେ ଶାସନକଳ ବନ୍ଦ କରାଯିବ - ନଳିନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୁଣାବଜାର ଅଞ୍ଚଳର ସମସ୍ୟା ନେଇ ଟାଉନ କଂଗ୍ରେସ ପକ୍ଷରୁ ରାସ୍ତାରୋକୋ 

01-08-18-BHADRAK.jpg - 112.40 kB

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ପୁରୁଣାବଜାର ଅଞ୍ଚଳର ପ୍ରମୁଖ ମୌଳିକ ଦାବିକୁ ନେଇ ଏହି ଅଞ୍ଚଳର କାଉନସିଲର, ପୂର୍ବତନ କାଉନସିଲର, କଂଗ୍ରେସ କର୍ମୀ, ଅଞ୍ଚଳବାସୀ ଜିଲ୍ଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏବଂ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁଙ୍କ ନେତୃତ୍ୱରେ ଆଜି ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଠାରେ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ । ସମସ୍ୟାର ସମାଧାନ ନେଇ ପୂର୍ବରୁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆ ଯାଇଥିଲେ ମଧ୍ୟ ପ୍ରଶାସନ ଦାବୀ ପୂରଣ ନ କରିବାରୁ ଏହି ଆନ୍ଦୋଳନ କରାଯାଇଛି । ପୁରୁଣାବଜାର ଅଞ୍ଚଳର ରାସ୍ତା, ଡ୍ରେନ ନିର୍ମାଣ, ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ  ଯୋଗାଣ, ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗାଣ, ଶିକ୍ଷାନୁଷ୍ଠାନ ମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ, ଏ.ଆର୍.ପି. ଡାକ୍ତରଖାନାରେ ଦୀର୍ଘ ୧୦/୧୨ବର୍ଷ ଧରି ଖାଲି ପଡିଥିବା ଡାକ୍ତର ପଦ ପୂରଣ କରିବା, ଅଞ୍ଚଳରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିବା ଆଦି ଦାବୀ କରି ପ୍ରାୟକ ୧ ହଜାରରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଆଜି ପୂର୍ବାହ୍ନ ୮ଟା ଠାରୁ  ଦିନ ୧୧ଟା ୩୦ ପର୍ଯ୍ୟନ୍ତ ରାସ୍ତାରୋକୋ କରିଥିଲେ । ଭଦ୍ରକ ତହସିଲଦାର ପ୍ରଦିପ ସାହୁ ଆନେ୍ଦାଳନ ସ୍ଥଳରେ ପହଞ୍ଚି ଆଗାମୀ ୩୦ ଦିନ ମଧ୍ୟରେ ବାଦୀ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ପ୍ରଶାସନ ଯଦି ୩୦ ଦିନ ମଧ୍ୟରେ ପ୍ରତିଶୃତି ପାଳନ ନ କରେ ଆନ୍ଦୋଳନକୁ ଜୋରଦାର କରାଯାଇ ପ୍ରଶାସନିକ କଳକୁ ବନ୍ଦ କରାଯିବ । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବ ବୋଲି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ପୂର୍ବତନ ବିଧାୟକ ନରେନ ପଲେଇ, ପଞ୍ଚାନନ ମଣ୍ଡଳ, ପୂର୍ବତନ ଏମପି  ମୁରଲୀ ଜେନା, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, କାଉନସିଲର ଦିଲିପ ନାୟକ, ସେକ୍ ସମ୍ଦାନୀ, ଅତୁଲ୍ୟ ନାୟକ, ଗୁଲାମ ମଇଉଦ୍ଧିନ ଖାଁ, ଅସ୍ରଫ ଅଲ୍ଲୀ ଖାଁ, ଅଶୋକ ମହାପାତ୍ର, ପୂର୍ବତନ କାଉନସିଲର  ଲୋଟୋ ବାବୁ, ଚିଦ୍ଧାନନ୍ଦ ବାରିକ, ରବି ନାରାୟଣ ଘୋଷ, ଅଜଗର ଅଲ୍ଲୀ, କଂଗ୍ରେସ ନେତା ସେକ୍ ସିରାଜୁଦ୍ଧିନ, ଛାତ୍ରନେତା ବଳରାମ ରାଉତ (ଚିଲିକା), ହେମନ୍ତ ମହାପାତ୍ର,  ପ୍ରଦିପ ନାୟକ, ଆଶିଷ ରାଉତ, ରାଜଲକ୍ଷ୍ମୀ ମହାପାତ୍ର, ତାରୋ ଖାଁ, ରୁକ୍ସାନା, ଲକ୍ଷ୍ମୀଧର ସାହୁ, ନିର୍ମଳ ମହାପାତ୍ର, ଅତିଶ ଦାସ, ଦୀପୁନ ପଣ୍ଡା, ମାଜିଲ, ପିଙ୍କୁ, ସୋଲେମାନ, ସାଜୋ, ଲଖାନୁ, ମୁକ୍ତିହାର, ଜାଫିରୁଦ୍ଧିନ, ଅମ୍ମତ ପ୍ରମୁଖ ଯୋଗ ଦେଇଥିଲେ ।      

 

 

 

0
0
0
s2sdefault