ହେଡଲାଇନସ୍:

ଫସଲ ବୀମା ଦାବୀରେ ପଦ୍ମପୁର ବିଧାୟକଙ୍କ ଆମରଣ ଅନଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ)  ବରଗଡ ଜିଲ୍ଲା ପଦ୍ମପୁର ବିଧାୟକ ଅଂଚଳର ଚା ଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଲବାର ଦିନଠାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି  । ବିଧାୟକଙ୍କ ସମେତ ୧୪ ଜଣ ବିଜେପି ନେତା ଏହି ଅନଶନରେ ସାମିଲ ହେବା ସହିତ ଚାରି ଦଫା ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି  । 

ବତ ୨୦୧୭ ଖରିଫ ଧାନ ଚାଷର କ୍ରପକଟିଂ ରିପୋର୍ଟ ଅନୁସାରେ ବୀମା ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ତଥା ସରକାର ଟାଳଟୁଳ ନିତି ଅବଳମ୍ବନ କରି ସମୟ ଗଡାଇ ·ଲିଛନ୍ତି  । ଅନ୍ୟ ପଟେ ଅଂଚଳର ଚା ଷୀଙ୍କ ପାଖରେ ଟଙ୍କା ଅଭାବରୁ ରୁଆ ବେଉଷଣ କାର୍ଯ୍ୟରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି  । ଦୀର୍ଘ ଦିନରୁ ବୀମା ଟଙ୍କା ପ୍ରଦାନ ପାଇଁ ଅଂଚଳଖରେ ସ୍ୱର ଉତୋଳନ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଳଟିବା ସହିର ·ଷୀଙ୍କ ନ୍ୟାୟୋଚିତ ହକ୍ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ପଦ୍ମପୁର ବିଧାୟକ ପ୍ରଦିପ ପୁରୋହିତ ଗତ ୨୮ ତାରିଖ ଦିନ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ୩୦ ତାରିଖ ସୁଦ୍ଧା ଦାବୀ ପୁରଣ ନ ହେଲେ ୩୧ ତାରିଖରୁ ଆମରଣ ଅନଶନରେ ବସିବା ପାଇଁ ଚରମବାଣୀ ଶୁଣାଇଥିଲେ  । ଏହି ପରିପେକ୍ଷୀରେ ମଙ୍ଗଲବାର ଦିନ ବିଧାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଜେପି କର୍ମୀ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚିଥିଲେ । ସେଠାରେ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା  । ଉକ୍ତ ସଭାରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ସମିର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିତମ ସିଂ ଏବଂ ବରିଷ୍ଠ ନେତା ଶୌରି ବାରିକ ଓ ହଲପାଣୀ ମାଝୀ ପ୍ରମୁଖ ନିଜ ଉଦବୋଧନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଚା ଷୀମାରଣ ନିତିକୁ ଘୋର ସମାଲୋଚନା କରିଥିଲେ  । ଏହି ଅନଶନରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର, ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ, ବିରଜା କୁମାରୀ ତାଣ୍ଡି, ରମଲା ଲୁହାର, ସରପଂଚ ନିରୁପା ସିଂ, ଟୁନା ଡନସେନା, ଜଗ୍ନନାଥ ଛତ୍ରିଆ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଜୀବର୍ଦ୍ଧନ ଭୁଏ, ଲଲିତ ନାୟକ, ପଦ୍ମଲୋଚନ ବେରିଆ, ଆନନ୍ଦ ପ୍ରଧାନ, ଜୟକୁମାରୀ ମାଝୀ ପ୍ରମୁଖ ସାମିଲ ହୋଇଛନ୍ତି  । ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ତହସିଲଦାର ଶୁକଦେବ ବେହେର, ଏଆରସିଏସ ଦିବାକର ଭୋଇ, ଅତିରିକ୍ତ ଜିଲ୍ଲପାଳ ଦିପ୍ତିମୟୀ ଭୁଏ ପ୍ରମୁଖ ଧାରଣାସ୍ଥଳକୁ ଆସି ଅନଶନରୁ ଓହରି ଯିବା ପାଇଁ ଅନୁରୋଧ ଜଣାଇଥିଲେ ଏବଂ ବରଗଡ ଜିଲ୍ଲାର ·ଷୀମାନଙ୍କ ବୀମା ରାଶି ବାବଦକୁ ଏସଡିସିସି ବ୍ୟାଙ୍କରେ ୧୮୦ କୋଟି ଟଙ୍କା ଜମା ହୋଇ ସାରିଥିବା ଘୋଷଣା କରିଥିଲେ  । କିନ୍ତୁ ଅବଶିଷ୍ଟ ୫୦ ପ୍ରତିଶତ ବୀମାରାଶି ·ଷୀଙ୍କ ଜମାଖାତାକୁ ନ ଆସିବା ପର୍ଯ୍ୟନ୍ତ ଆନଶନ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି  ।

0
0
0
s2sdefault