ହେଡଲାଇନସ୍:

ବିଜେଡିରେ ମିଶିଲେ ମୋହନା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୧୫ରୁ ଉର୍ଧ୍ଵ  ସରପଞ୍ଚ, ୧୦ରୁ ଉର୍ଧ୍ଵ  ସମିତି ସଭ୍ୟଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି କର୍ମୀ ଆଜି ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୂଆଗଡ଼ ବ୍ଲକରୁ କଂଗ୍ରେସର ଉଦୟପୁର ସରପଞ୍ଚ ଚମ୍ପା ରଇତ, ସମିତି ସଭ୍ୟ ରାଜେନ୍ଦ୍ର ଶବର, କେରେଡଙ୍ଗା ସରପଞ୍ଚ ସୁବାଷ ଶବର, ବଡ଼ପଦା ସରପଞ୍ଚ ସୁରେଶ ରଇତ, ଲୁହାଙ୍ଗର ସରପଞ୍ଚ ରବୀନ୍ଦ୍ର ଭୂୟାଁ, ଅନୁଗୁରୁ ସରପଞ୍ଚ ଜାକବ ମାଝୀ, ସମିତି ସଭ୍ୟା ରଞ୍ଜୁ ମାଝୀ, ପୁଟ୍ରାପଡ଼ା ସମିତି ସଭ୍ୟ କୌଶଳ ବଡ଼ରଇତ, ତାଙ୍ଗିଲି ସମିତି ସଭ୍ୟା ମିନତୀ ମଣ୍ଡଳ, ପରିମଳ ସମିତି ସଭ୍ୟ କାହ୍ନୁଚରଣ ନାଏକ, ବିଜେପିର ବ୍ଲକ ସଭାପତି ସୁଦର୍ଶନ ମଣ୍ଡଳ, ସମ୍ବଲପୁର ବିଜେପି ସରପଞ୍ଚ ଜଗନ୍ନାଥ ଗମାଙ୍ଗୋ, ତାଙ୍ଗିଲି ସରପଞ୍ଚ ପ୍ରଭାସିନୀ ଭୂୟାଁ, ଅତାରସିଂ ସମିତି ସଭ୍ୟ ସୁଶାନ୍ତ ରାଉତ, ରାୟଗଡ଼ା ବ୍ଲକରୁ କଂଗ୍ରେସର ତଳମୁଣ୍ଡା ସରପଞ୍ଚ ବନମାଳୀ ଭୂୟାଁ, ଲାଇଲାଇ ସରପଞ୍ଚ ମନୋଜ କୁମାର ଭୂୟାଁ, ପୂର୍ବତନ ଗଜପତି ଜିଲ୍ଲା ବିଜେପି ଉପ-ସଭାପତି ତଥା ଜିଲ୍ଲା ସଂପାଦକ ସୀମା ମହାନ୍ତି, ବିଜେପିର ସରପଞ୍ଚ ପୀତାମ୍ବର ନାୟକ, ପଦ୍ମାବତୀ ଶବର, ସୁମନୀ ଭୂୟାଁ, ଗଙ୍ଗାଧର ଭୂୟାଁ,  ସମିତି ସଭ୍ୟ ପ୍ରଦୀପ ମଣ୍ଡଳ, ଆର. ଉଦୟଗିରି ବ୍ଲକରୁ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାଶ, ଆର. ଉଦୟଗିରି ପଞ୍ଚାୟତ ସଭପତି ନରେନ୍ଦ୍ର ମଣ୍ଡଳ, ପୂର୍ବତନ ସମିତି ସଭ୍ୟ ଜଗନ୍ନାଥ ରଞ୍ଜିତ୍‍, ସରପଞ୍ଚ କାହ୍ନୁଚରଣ ପୂଜାରୀ, ରୀନା ରାଇକା, ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଝାମ୍ପୁରା ରଇତ, ସରପଞ୍ଚ ମଞ୍ଜୁଳା ନାୟକ, ସମିତି ସଭ୍ୟ ନିରଞ୍ଜନ ବେହେରଦଳାଇ, ପୂର୍ବତନ ସରପଞ୍ଚ ତ୍ରିନାଥ ନାୟକ, ଚୈତନ୍ୟ ମଣ୍ଡଳ, ପୂର୍ବତନ ବ୍ଲକ ସଭାପତି ଗୌରହରି ଦଳାଇ, ମୋହନା ବ୍ଲକରୁ କଂଗ୍ରେସ ସରପଞ୍ଚ ସୁକେଶୀ ଶବର, ରମାକାନ୍ତ ରଣସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାମ ମାଝୀ, ବରିଷ୍ଠ  କଂଗ୍ରେସ ନେତା ଭାସ୍କର ସାହୁ, ସୋମନାଥ ବଳିଆରସିଂହ, ରାମ ବିଶୋୟୀ ପ୍ରମୁଖ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ମୋହନା ନିର୍ବାଚନ ମଣ୍ଡଳୀର ଉଭୟ କଂଗ୍ରେସ ଓ ବିଜେପିର ଜନପ୍ରତିନିଧିଙ୍କ ସହ ୫୦୦ରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମୋହନା ନିର୍ବାଚନ ମଣ୍ଡଳୀ ସହିତ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ବିଜେଡିରେ ଯୋଗ ଦେଇଥିବା ନିର୍ବାଚିତ ଜନପ୍ରତିନିଧି ଏବଂ ବରିଷ୍ଠ  କର୍ମୀମାନେ କହିଥିଲେ ଯେ  ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛୁ । ଆଗକୁ ଦଳ କିପରି ଗଜପତି ଜିଲ୍ଲାରେ ଅଧିକ ଶକ୍ତିଶାଳୀ ହୋଇପାରିବ ସେଥିପାଇଁ ଆମେମାନେ ତୃଣମୂଳ ସ୍ତରରେ ଏକତ୍ରୀତ ହୋଇ କାର୍ଯ୍ୟ କରିବୁ ।

ନବୀନ ନିବାସ ଠାରେ ଅନୁଷ୍ଠିତ  ଏହି ଯୋଗଦାନ ଅବସରରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ବିଧାୟିକା ବାସନ୍ତୀ ମଲ୍ଲିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ଜିଲ୍ଲା ପରିଷଦ ଉପ-ସଭାପତି ଆର. ବିଜୟ କୁମାର, ଜିଲ୍ଲା ମହିଳା ବିଜେଡି ସଭାପତି ନର୍ମଦା ଦଳାଇ, ବ୍ଲକ ପର୍ଯ୍ୟବେକ୍ଷକ କୈଳାସ ରଣା, ଉମା ନାଏକ, ପି. ଭିମଡୁ, ସୁରଥ ପ୍ରଧାନଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

0
0
0
s2sdefault