ହେଡଲାଇନସ୍:

ନୟାଗଡ଼ବାସୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ : ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ଓ ଆଶାତୀତ ସଫଳତା ପରିପ୍ରେକ୍ଷୀରେ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ତଥା ରା଼କ୍ୟ କୃଷି, କୃଷକକଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ |

ନିଜ କୃତଜ୍ଞତା ଜ୍ଞାପନ କରି ମନ୍ତ୍ରୀ ଡ଼ ସାହୁ କହିଛନ୍ତି "ସମସ୍ତ ଜିଲ୍ଲା ପରିଷଦ ଏବଂ ଅନ୍ୟ ପ୍ରତିନିଧି ମାନେ ଶତ ପ୍ରତିଶତ ଜିତିଛନ୍ତି। ସେଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି। ତେଣୁ ଏ ସ୍ନେହ ଓ ଆଶୀର୍ବାଦ ଆଗରେ ମୁଁ ଋଣୀ | ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ବିନା ଏ ଅପାର ସଫଳତା ଅସମ୍ଭବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ତାଙ୍କ ଉତ୍ତରଦାୟୀ ଶାସନ , ଲୋକମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋବୃତି ଆଜି ଓଡିଶାକୁ ଆଗକୁ ନେବାରେ ସକ୍ଷମ ହୋଇପାରିଛି | ଆଉ ସେଥିପାଇଁ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ସମର୍ଥନ ଅଜାଡି ଦେଇଛନ୍ତି | ନୟାଗଡ ମାଟିର ଉନ୍ନତି ପାଇଁ ଆମେ ବଦ୍ଧ ପରିକର ଓ ସେଥିପାଇଁ ଉଦ୍ୟମ ଜାରି ରହିଛି | ତେଣୁ ମୁଁ ଗୋଟେ ସ୍ଲୋଗାନ ଦେଇଥିଲି | ଆମ ରାଜନୀତିର ଦୁଇଟି ଧାର , ଉନ୍ନତି ସାଥିରେ ସମାଜ ସଂସ୍କାର | ଆଉ ସବୁଠୁ ବଡ ସ୍ଲୋଗାନ ହେଉଛି -ଆମ ପାଇଁ ବଡ, ଆମ ନୟାଗଡ | ଆପଣ ଅଜାଡି ଦେଇଥିବା ସ୍ନେହାଶିର୍ବାଦ ଆଗରେ ମୁଁ ଋଣୀ ଓ ଆପଣଙ୍କ ସେବାରେ ଆଜୀବନ ସଂଘର୍ଷ ଜାରି ରହିବ " ବୋଲି କହିଛନ୍ତି ମନ୍ତ୍ରୀ ଡ଼ ସାହୁ |

0
0
0
s2sdefault