ହେଡଲାଇନସ୍:

ଅତୁଟ ପ୍ରତାପଙ୍କ ତାପ , ଵେଦାଗ ନବୀନଙ୍କ ଲୋକପ୍ରିୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୮ଟି ଜିଲ୍ଲାପରିଷଦ ଜୋନ୍‌ ପୋଛିନେଲା ବିଜେଡ଼ି

  • ଜନମତ ପ୍ରମାଣିତ କଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗୀ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡି ଜାହିର କରିଛି ତା ଦବଦବା | ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିଛି ଏ ପଞ୍ଚାୟତିରାଜ ନିର୍ବାଚନ | ୮ଟି ଜିଲ୍ଲାପରିଷଦ ଜୋନ୍ ରେ ବିଜୁ ଜନତା ଦଳ ପ୍ରାର୍ଥୀ ବହୁ ସଂଖ୍ୟାରେ ଭୋଟ ହାତେଇ ବିଜୟ ହାସଲ କରିପାରିଛନ୍ତି । ଏହି ୮ଟି ଜୋନ୍ ମଧ୍ୟରେ ମାହାଙ୍ଗା ବ୍ଲକ ଅଂଚଳର ୩୯, ୪୦, ୪୧, ୪୨ ନଂ ଜୋନ୍ ରହିଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ୨୪, ୨୫, ୨୬,୨୭ ନଂ ଜୋନ୍ ରହିଛି । ଏହି ୮ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେଡ଼ି ଦଳ ତରଫରୁ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦୃଢ ସମର୍ଥନରେ ୮ଟି ଜିଲ୍ଲାପରିଷଦ ପ୍ରାର୍ଥୀ ଚୟନ କରାଯାଇଥିଲା ବେଳେ ବିଜେପି ତରଫରୁ ୮ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ସମର୍ଥନରେ ପ୍ରାର୍ଥୀ ଚୟନ କରାଯାଇଥିଲା । ସେହିପରି ଭାବେ କଂଗ୍ରେସ ଦଳ ତରଫରୁ ୮ଟି ଜିଲ୍ଲାପରିଷଦ ଜୋନ୍‌ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁଙ୍କ ସମର୍ଥନରେ ପ୍ରାର୍ଥୀ ଚୟନ କରାଯାଇଥିଲା । ତେବେ ଏହି ଜିଲ୍ଲାପରିଷଦ ଜୋନ୍ ଗୁଡ଼ିକରେ ୨୬, ୨୭,୨୮ ତାରିଖ ଦିନ ବିଜେଡ଼ି-ବିଜେପି-କଂଗ୍ରେସ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ଗଣନା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ କି ଏହି ୮ଟି ଜିଲ୍ଲାପରିଷଦ ଜୋନ୍ ରେ ବିଜୁ ଜନତା ଦଳ ପ୍ରାର୍ଥୀ ବହୁ ସଂଖ୍ୟାରେ ଭୋଟ ହାତେଇ ବିଜୟ ଲାଭ କରିଥିଲା ବେଳେ ବିଜେପି ଓ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ସବୁ ଜୋନ୍‌ରେ ପରାଜୟ ବରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ,ବିକାଶମୁଖୀ ଶାସନ ପ୍ରତି ଆସ୍ଥା ଓ ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳବାସୀଙ୍କ ଦୃଢ ଭଲପାଇବା ପ୍ରମାଣିତ କରିଛନ୍ତି ମାହାଙ୍ଗା ନିର୍ବାଚନମଣ୍ଡଳୀ ବସି | ମାହାଙ୍ଗା ବ୍ଲକ ୩୯ନଂ ଜୋନରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ମୁସିଦ୍ ରିୟାଜୁଲ ହୋଦା ୧୦,୫୩୯ ଖଣ୍ଡ , ୪୦ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀନି ସୁସ୍ମିତା ଦାସ ୩୬୯୯ ଖଣ୍ଡ, ୪୧ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ଜଗବନ୍ଧୁ ସେଠୀ ୭୬୩୧ଖଣ୍ଡ, ୪୨ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୫୨୦ଖଣ୍ଡ , ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ୨୪ନଂ ଜୋନ୍ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ଆର.କେ.ବିପ୍ଲବ କାପ ୩୨୦୧ ଖଣ୍ଡ, ୨୫ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ବିଳାସ କୁମାର ଭୋଇ ୬୪୨୫ ଖଣ୍ଡ, ୨୬ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ଜସ୍ମିତା ସେଠୀ ୫୩୩୧ ଖଣ୍ଡ, ୨୭ନଂ ଜୋନ୍‌ରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ଭୂପତିଭୂଷଣ ଷଣ୍ଢ ୬୨୭୭ ଖଣ୍ଡ ଭୋଟରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ହରାଇଥିଲେ । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ଦିନକୁ ଦିନ ମାହାଙ୍ଗାବାସୀଙ୍କ ଭଲପାଇବା ବଢିବାରେ ଲାଗିଛି ବୋଲି ସାଧାରଣରେ କୁହାଯାଇଛି । କେବଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟ କୁ ବିରୋଧୀ ଦଳ ସହ୍ୟ କରିନପାରି ବିଭିନ୍ନ ପ୍ରକାର କୁଚକ୍ରାନ୍ତ କରି ମନ୍ତ୍ରୀଙ୍କୁ ଫସେଇବାକୁ ଚେଷ୍ଟା କରିବାରେ ବ୍ୟସ୍ତ । ୨୦୨୨ ନିର୍ବାଚନରେ ଯାହାର କଡ୍ଡା ଜବାବ ଦେଇଛନ୍ତି ମାହାଙ୍ଗାନିର୍ବାଚନ ମଣ୍ଡଳୀବାସୀ । ସୂଚନାଯୋଗ୍ୟ କି ଗତ ୨୦୧୭ ମସିହା ପ ।ୟତ ଜିଲ୍ଲାପରିଷଦ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଏହି ୮ଟି ଜୋନ ମଧ୍ୟରୁ ୭ଟିରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟ ଲାଭ କରିଥିଲା ବେଳେ ୨୬ନଂ ଜୋନ୍‌ରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟ ଲାଭ କରିଥିଲା । ସେହିପରି ଭାବେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ବିଧାୟକ ମନ୍ତ୍ରୀ ପ୍ରତାପ ଜେନା ୧ଲକ୍ଷ ୬ହଜାର ୫୪ ଖଣ୍ଡ ଭୋଟ , ବିଜେପି ବିଧାୟକ ପ୍ରାର୍ଥୀ ଶାରଦାପ୍ରସାଦ ପ୍ରଧାନ ୭୬ହଜାର ୪୬୯ ଖଣ୍ଡ ଭୋଟ ଏବଂ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ୧୪୯୨୨ ଖଣ୍ଡ ଭୋଟ ହାତେଇଥିଲେ । ଫଳରେ ମାହାଙ୍ଗା ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା ୨୯ହଜାର ୫୮୫ ଖଣ୍ଡ ଭୋଟରେ ବିରୋଧି ବିଜେପି ଓ କଂଗ୍ରେସ କୁ ହରାଇଥିଲେ ।
୨୦୨୨ ପଂଚାୟତ ନିର୍ଵାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୩୯ ନଂ ଜୋନ ରେ ବିଜେଡି ୧୭୮୭୮ ଖଣ୍ଡ ଭୋଟ, ବିଜେପି ୭୩୩୯ ଖଣ୍ଡ , କଂଗ୍ରେସ ୪୦୦୫ ଖଣ୍ଡ ଭୋଟ ହାତେଇଥିଲା , ୪୦ ନଂ ଜୋନ ରେ ବିଜେଡି ୧୬୦୬୦ , ବିଜେପି ୧୨୩୬୧ , କଂଗ୍ରେସ ୧୩୯୯ ଖଣ୍ଡ ଭୋଟ ପାଇଥିଲା, ୪୧ ନଂ ଜୋନ ରେ ବିଜେଡି ୧୮୨୨୭ ଖଣ୍ଡ ଭୋଟ, ବିଜେପି ୧୦୫୯୬ , କଂଗ୍ରେସ ୩୩୫୧ ଖଣ୍ଡ ଭୋଟ ପାଇଥିଲା , ୪୨ ନଂ ଜୋନ ରେ ବିଜେଡି ୧୬୩୧୧ ଖଣ୍ଡ , ବିଜେପି ୮୭୯୧ , କଂଗ୍ରେସ ୨୪୪୧ ଖଣ୍ଡ ଭୋଟ ପାଇଥିଲା । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନଂ ଜୋନ ରେ ବିଜେଡି ୧୧୫୯୧ ଖଣ୍ଡ, ବିଜେପି ୮୩୯୦, କଂଗ୍ରେସ ୩୦୧୩ ଖଣ୍ଡ ଭୋଟ ହାତେଇଥିଲା । ୨୫ ନଂ ଜୋନ ରେ ବିଜେଡି ୧୪୧୦୪ , ବିଜେପି ୭୬୭୯ , କଂଗ୍ରେସ ୨୦୮୧ ଖଣ୍ଡ ଭୋଟ ପାଇଥିଲା, ୨୬ ନଂ ଜୋନ ରେ ବିଜେଡି ୧୬୨୪୮ , ବିଜେପି ୧୦୮୧୭, କଂଗ୍ରେସ ୧୪୬୬ ଖଣ୍ଡ ଭୋଟ ହାତେଇଥିଲା । ୨୭ ନଂ ଜୋନ ରେ ବିଜେଡି ୧୬୭୬୫ , ବିଜେପି ୧୦୪୮୮, କଂଗ୍ରେସ ୧୮୮୧ ଖଣ୍ଡ ଭୋଟ ହାତେଇ ପାରିଥିଲା । ତେବେ 8ଟି ଜୋନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୋଟ ୧,୨୭, ୦୮୪ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ୭୬,୪୬୨ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ୧୯,୬୪୭ ଖଣ୍ଡ ଭୋଟ ହାତେଇଛନ୍ତି । ଫଳରେ ବିଜେଡି ବିଜେପି ଠାରୁ ୫୦୬୨୩ ଖଣ୍ଡ ଭୋଟ ଆଗରେ ରହିଥିବା ବେଳେ କଂଗ୍ରେସଠାରୁ ୧ ଲକ୍ଷ ୭ ହଜାର ୪୩୭ ଖଣ୍ଡ ଭୋଟରେ ପଛରେ ରହିଛି । ତେବେ 8ଟି ଜୋନ ରେଏତେ ବଡ ବିବାଦ ଓ ଜାତୀୟ ସ୍ତରୀୟ ନେତାଙ୍କୁ ନେଇ ସମାବେଶ କରିବା ସତ୍ତ୍ୱେ ବିଜେଡି ଗତ ବିଧାନସଭା ନିର୍ବାଚନ ତୁଳନାରେ ପ୍ରାୟ ୨୦୦୦୦ ଭୋଟ ଅଧିକ ପାଇଛି | ବିଜେଡି ପ୍ରାର୍ଥୀ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିପାରିଛନ୍ତି ।
ତେବେ ଏହି ଘଟଣା ସ୍ପଷ୍ଟ ଭାବେ ବାରିହେଉଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ,ନିର୍ମଳ,ଶାସନରେ ଅନୁପ୍ରାଣିତ ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦୃଢ ନେତୃତ୍ୱ, ଜନକଲ୍ୟାଣକାରୀ ବିକାଶମ୍ମୁଖୀ କାର୍ଯ୍ୟ ମାହାଙ୍ଗାନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳକୁ ବିଜୟ ପରେ ବିଜୟ ର ଟୀକା ପିନ୍ଧାଇଆସୁଛି । ତେବେ ଜଣେ ଲୋକପ୍ରିୟ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କର ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ଯେଉଁଭଳି ଭାବେ ବଦନାମ୍ କରି ଆସୁଥିଲେ ଓ ଲଗାତାର ସମାବେଶ ପରେ ସମାବେଶ କରି ଚରିତ୍ର ସଂହାର କରିଆସୁଥିଲେ, ଏ ପଂଚାୟତ ନିର୍ବାଚନ ଫଳାଫଳ ସେଇ ବିରୋଧୀଙ୍କ ମୁହଁରେ ଚୂନ କଳା ବୋଲି ଦେଇଛି | ତାହା କେବଳ ରାଜନୈତିକ ଷଡ଼ଯନ୍ତ୍ର ଥିଲା ବୋଲି ଏହି ଜନମତ ପ୍ରମାଣିତ କରିଥିବା ସାଧାରଣରେ କୁହାଯାଇଛି । ତେବେ ସାଧାରଣ ଜନତା ୨୦୨୨ ନିର୍ବାଚନରେ ଏହାର କଡ୍ଡା ଜବାବ ରଖି ୮ଟି ଜିଲ୍ଲାପରିଷଦ ଜୋନ୍‌ରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟଦେଇ ବିଜୟଲାଭ କରିଥିଲା ବେଳେ ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀଙ୍କୁ ପରାଜୟ କରାଇଛନ୍ତି । ଯାହାକି ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ଦୃଢ ଭଲାପାଇବାକୁ ସୂଚିତ କରୁଛି ।

0
0
0
s2sdefault