ହେଡଲାଇନସ୍:

ସୋହେଲା ଓ ଆମ୍ବଭନା ରେ ବିଜେଡିର ରେକର୍ଡ଼ ବିଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ଼ ଜିଲା ରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତାଗଣନା ର ପ୍ରଥମ ପର୍ଯାୟ । ଏହି ଅବସରରେ ପ୍ରତେକ ବ୍ଲକ ରେ ଚାଲିଛି ମତାଗଣନା । ସୋହେଲା ଏବଂ ଅମ୍ବାଭୋନା ର ଭୋଟ ଗଣତି ସରିବା ସହିତ ବିଜେଡି ପ୍ରାର୍ଥୀ ମନେ ବିଜୟ ଲାଭ କରିଛନ୍ତି । ସୋହେଲାରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଭୂମିସୁତା ସାବତଙ୍କୁ ହରାଇଛନ୍ତି । ଜାଇଫୁଲଙ୍କୁ ୧୯,୯୩୧ ଭୋଟ୍‌ ମିଳିଥିବାବେଳେ ଭୂମିସୁତାଙ୍କ ସପକ୍ଷରେ ୭୩୯୬ ଭୋଟ୍‌ ଯାଇଛି । ଯାହାକି ଆଜି ହୋଇଥିବା ଗଣତି ର ରେକର୍ଡ । ସେହିପରି ଅମ୍ବାଭୋନାରେ ବିଜେଡି ପ୍ରାର୍ଥିନୀ ନୀଲକୁମାରୀ ନାଏକ ( ପୂର୍ବତନ ବ୍ଲକ ଅଧ୍ୟକ୍ଷା ) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୪୪୬ ଭୋଟରେ ପରାଜିତ କରି ବିଜୟ ଲାଭ କରିଛନ୍ତି । ନୀଲକୁମାରୀଙ୍କୁ ୧୩ ହଜାର ୬୮୭ ଭୋଟ୍‌ ମିଳିଥିବାବେଳେ ପ୍ରଫୁଲ୍ଲଙ୍କ ସପକ୍ଷରେ ୭୨୪୧ଖଣ୍ଡ ଭୋଟ୍‌ ଯାଇଛି।

0
0
0
s2sdefault