ହେଡଲାଇନସ୍:

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବଡ ପରାଜୟ ଜାଣିବା ପରେ ବିଜେପି କର୍ମୀ ଅବସାଦଗ୍ରସ୍ତ

  •  ରାଜ୍ୟ ବିଜେପି ସଭାପତିଙ୍କ ପ୍ରୟାସ ବିଫଳ

  •  ପୌର ନିର୍ବାଚନରେ ବି ଲୋକେ ବିଜେପିକୁ ହରାଇବେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି । ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଲତା ଦେଓ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା । ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି ।
ଓଡ଼ିଶାର ଲୋକ ଏକ ସ୍ୱରରେ ଓଡ଼ିଶା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

0
0
0
s2sdefault