ହେଡଲାଇନସ୍:

କଂଗ୍ରେସ ତରଫରୁ ମାରାଥନ ପ୍ରଚାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଯୋନ ଏକ ତରଫରୁ ମଙ୍ଗଳବାର ଦିନ ମାରାଥନ ପ୍ରଚାର କରାଯାଇଅଛି । ଏହି ଉପଲକ୍ଷେ ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଅସ୍ତରଙ୍ଗ ବଜାରରେ କରାଯାଇଥିଲା । ଏଥିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ବିଶ୍ବଭୂଷଣ ଦାସ , କୃଷକ ସେଲର ଅଧ୍ୟକ୍ଷ ଅମୀୟ କୁମାର ପଟନାୟକ, ନାରିନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା ,ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟି ର ସଭାପତି ସୁକାନ୍ତ କୁମାର ମହାନ୍ତି, ଯୁବନେତା ବିକାଶ ପ୍ରମୁଖ ଯୋଗଦେଇ ନବୀନ ସରକାର ଙ୍କ ଓ ମୋଦୀ ସରକାରଙ୍କର ବିଭିନ୍ନ ଜନମାରଣ ନୀତି କୁ ସମାଲୋଚନା କରିବାସହ ଅସ୍ତରଙ୍ଗ ବ୍ଲକ ରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାଶ ଖୁବ ଶୀଘ୍ର କରାଯିବ ବୋଲି କହିଥିଲେ । ଜୋନ ନମ୍ବର ଏକ ର ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଭସ୍ମିତା ସାହୁ ଓ ଜୋନ ଦୁଇ ର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଥିଲେ । ଏହି ଉପଲକ୍ଷ ଏକ ବାଇକ ରାଲି ଯୋନ ନମ୍ବର ଏକ ରେ ଥିବା ଆଠ ଗୋଟି ପଂଚାୟତ ପରିକ୍ରମା କରିଥିଲା ।

0
0
0
s2sdefault