ହେଡଲାଇନସ୍:

ମିଥ୍ୟା ମାମଲାରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି : ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିଥ୍ୟା ମାମଲାରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି : ବିଜେପି 

ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଆଇନ ଅନୁଯାୟୀ ସଠିକ ଅନୁସନ୍ଧାନ ମାଧ୍ୟମରେ ପଦକ୍ଷେପ ନେବା ପାଇଁ ଦାବି ଜଣାଇଲା ବିଜେପି

 ଶ୍ରୀ ଆଚାର୍ଯ୍ୟଙ୍କ କୈାଣସି ପିଏସଓ (ବ୍ୟକ୍ତିଗତ କିମ୍ବା ସରକାରୀ) ନଥିବା ବେଳେ କେଉଁ ପିଏସଓଙ୍କ ବୟାନ ଆଧାରରରେ ତାଙ୍କୁ ଗିରଫ କରାଯାଇଛି ?

 ଶ୍ରୀ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ହତ୍ୟା ପରି ସଂଗୀନ ଦଫା ଲଗା ଯିବା ରାଜନୈତିକ ପ୍ରରୋଚନାରେ ପୋଲିସର ଦମନମୂଳକ ପଦକ୍ଷେପ

ଭୁବନେଶ୍ୱର,(manasi mishra)  :  ଶାସକ ବିଜେଡି ରାଜନୈତିକ ଉଦ୍ଦେଶ୍ୟ  ରଖି ପୋଲିସ ଉପରେ ଚାପ ପକାଇ ମିଥ୍ୟା ମାମଲାରେ  ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଇଛି । ଏହାର ପ୍ରତିବାଦରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଭେଟି ଗିରଫଦାରୀର ପ୍ରତିବାଦରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 

ରାଜ୍ୟର ପୋଲିସ ଶାସକ ଦଳର ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ନୁହେଁ ବରଂ ଦେଶର ଆଇନ ଆଧାରରେ କାମ କରି ସଠିକ୍ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ । ଗତ ଜୁନ ୧ ତାରିଖରେ ସୋହେଲା ଠାରେ ହୋଇଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଘଟିବା ଦିନ ଶ୍ରୀ ଇରାଶୀଷ ଆଚାର୍ଯ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହା ପରେ ବି ଶ୍ରୀ ଆଚାର୍ଯ୍ୟଙ୍କୁ ସ୍ଥାନୀୟ ଶାସକ ଦଳର ପ୍ରରୋଚନାରେ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏହି ପ୍ରତିନିଧି ଦଳ କହିଛନ୍ତି ।

ଗତ ମାର୍ଚ ୩୧ ତାରିଖ ଦିନ ଇରାଶୀଷଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଶ୍ରୀ ଆଚାର୍ଯ୍ୟ ଦୀର୍ଘ ଦିନ ଭୁବନେଶ୍ୱରରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି । ଏହି ମରଣାନ୍ତକ ଆକ୍ରମଣରେ ସଂପୃକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏଥିରେ ସାମିଲ ଅନେକ ଅପରାଧୀଙ୍କୁ ପୋଲିସ ଗିରଫ କରିନାହିଁ । ଗିରଫ ହୋଇନଥିବା ଅପରାଧୀମାନେ ଏବେ ବି ସେ ଅଂଚଳରେ ଆତଙ୍କରାଜ ଚଳାଇଛନ୍ତି । ସଂପୃକ୍ତ ଅପରାଧୀମାନଙ୍କୁ ବିଜେଡିର କିଛି ନେତା ସୁରକ୍ଷା ଦେଇ ଚାଲିଥିବାବେଳେ ପୋଲିସ ସେଠି ନୀରବଦ୍ରଷ୍ଟା ସାଜିଛି ବୋଲି ବିଜେପିର ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ।

ଶ୍ରୀ ଆଚାର୍ଯ୍ୟଙ୍କ ପିଏସଓଙ୍କ ବୟାନ ଆଧାରରେ ତାଙ୍କୁ ଜେରା କରାଯାଇ ପରବର୍ତୀ ସମୟରେ ଗିରଫ କରାଯାଇଥିବାର ଜିଲ୍ଲା ଏସପି ସୁଚନା ଦେଇଥିଲେ । ମାତ୍ର ଅନ୍ୟ ପଟେ ଶ୍ରୀ ଆଚାର୍ଯ୍ୟଙ୍କ କୈାଣସି ପିଏସଓ (ବ୍ୟକ୍ତିଗତ କିମ୍ବା ସରକାରୀ) ନଥିବା ବେଳେ କେଉଁ ପିଏସଓଙ୍କ ବୟାନ ଆଧାରରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏହି ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସୋହେଲା ଗୁଳିକାଣ୍ଡ ଘଟଣା ଦିନ ଶ୍ରୀ ଆଚାର୍ଯ୍ୟ ଘଟଣା ସ୍ଥଳରେ ନ ଥିବା ସତ୍ୱେ ତାଙ୍କ ବିରୁଦ୍ଧରେ ହତ୍ୟା ପରି ସଂଗୀନ ଦଫା ଲଗା ଯିବା ରାଜନୈତିକ ପ୍ରରୋଚନାରେ ପୋଲିସର ଦମନମୂଳକ ପଦକ୍ଷେପ । ଏହି ଘଟଣାରେ ସଂପୂର୍ଣ୍ଣରୂପେ ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି ବୋଲି ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ।

ପୋଲିସ ମହାନିର୍ଦ୍ଦେଶକ  ଏହି ଘଟଣାରେ ହସ୍ତକ୍ଷେପ କରି ଆଇନ ଅନୁଯାୟୀ ସଠିକ ଅନୁସନ୍ଧାନ ମାଧ୍ୟମରେ ପଦକ୍ଷେପ ନେବା ସହ  ଘଟଣାର ନିରପେକ୍ଷ ତଦନ୍ତ ଏକ ଉଚ୍ଚସ୍ତରୀୟ ବରିଷ୍ଠ  ପଦାଧିକାରୀଙ୍କ ଦ୍ୱାରା କରାଯାଉ ବୋଲି ବିଜେପି ନେତୃବୃନ୍ଦ ଦାବି ଜଣାଇଛନ୍ତି । 

ରାଜ୍ୟ ବିଜେପି ସଭାପତି  ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା  କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଯାଇଥିବା  ଏହି ପ୍ରତିନିଧୀ ଦଳରେ ଉପସଭାପତି  ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର ଏବଂ ବିଶ୍ୱରଂଜନ ବଡଜେନା ପ୍ରମୁଖ ସାମିଲ ଥିଲେ ।

 

 

0
0
0
s2sdefault