ହେଡଲାଇନସ୍:

"ଖ" ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ବୋମି ଗୌରିଦେବୀଙ୍କ ପକ୍ଷରୁ ପ୍ରଚାର ଜୋରଦାର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ 'ଖ 'ଜୋନ ଜିଲ୍ଲା ପରିଷଦ ପାଇଁ ପ୍ରଚାର ଜୋରଦାର କରିଛି ବିଜେଡି । "ଖ" ଜୋନର ମହିଳା ବିଜେଡି ପ୍ରାର୍ଥୀ ବୋମି ଗୌରିଦେବୀ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । "ଖ" ଜୋନ ଜିଲ୍ଲା ପରିଷଦ ଆସନରେ ୭ଗୋଟି ପଞ୍ଚାୟତ ରହିଛି ଓ ୪୫ ହଜାରରୁ ଉର୍ଧ୍ଵ ଭୋଟର ରହିଛନ୍ତି | ଏହି ଆସନ ପାଇଁ ଚାରି ଜଣ ପ୍ରାର୍ଥୀ ପ୍ରଚାର ମଇଦାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବୋମି ଗୋୖରୀଦେବୀ ପ୍ରଚାରରେ ଆଗୁଆ ଅଛନ୍ତି । ବୋମି ଗୌରୀଦେବୀ "ଖ" ଜୋନ ଅନ୍ତର୍ଗତ ପ୍ରତି ଗ୍ରାମର ଘରକୁ ଘର ଯାଇ ଭୋଟର ମାନଙ୍କ ସହ ମିଶି ନିଜର ନିର୍ବାଚନ ପ୍ରଚାର କରିବା ସହ ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଯେପରି ପ୍ରତି ଗାଁ ରେ ପହଞ୍ଚିବା ସହ ଓ ନବୀନ ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ବିକାଶ ମୂଳକ ଯେଉଁ ସବୁ ଯୋଜନା ମାନ ରହିଛି ସେହି ଯୋଜନା ଗୁଡିକ କିପରି ପ୍ରତି ଘରେ ପହଞ୍ଚିଵ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ବୋମି ଗୌରିଦେବୀ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରି ନିଜର ପରିଚୟ ସୃଷ୍ଟି କରିଥିବାବେଳେ ଏବେ ବିଜେଡି ର ପ୍ରାର୍ଥୀ ହେଇଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି ।

0
0
0
s2sdefault