ହେଡଲାଇନସ୍:

୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ମାରାଥନ୍ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି//ଦେବେନ୍ଦ୍ର ଷଢଙ୍ଗି : ରାଜ୍ୟ ସୁନାମଧନ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାବେ ଯୁବନେତା ଆର.କେ.ବିପ୍ଳବକିଶୋର କାପଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ କାପ ୮ଟି ପଂଚାୟତ ଯଥା; ନିଶ୍ଚିନ୍ତକୋଇଲି, ଜିଗ୍ନୀପୁର, ଫଗୋଳ, ବରାଦୋ, ଜୟରାମପୁର, ରାମକୃଷ୍ଣପୁର, ବଡ଼କ୍ଷୀର, ନତକାଇ ପ୍ରଭୃତି ପଂଚାୟତରେ ଘରେ ଘରେ ବୁଲି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ତେବେ ବିଜେଡ଼ିର ବିକାଶମୂଳକ କାର୍ଯ୍ୟ ହିଁ ଶ୍ରୀ କାପଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ବିଜୟ ଲାଭ କରାଇବ ବୋଲି ସାଧାରଣରେ କୁହାଯାଇଛି ।

0
0
0
s2sdefault