ହେଡଲାଇନସ୍:

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରାପଡାରେ ବିଶାଳ ଭର୍ଚୁଆଲ ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ବୈଜୟନ୍ତ ପଣ୍ଡାଙ୍କ ଆହ୍ବାନ


ଭୁବନେଶ୍ବର/କେନ୍ଦ୍ରାପଡା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସଭାପତି କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ବିଶାଳ ଭର୍ଚୁଆଲ ରାଲିରେ ଜିଲ୍ଲାର ପଦାଧିକାରୀ, ଦଳୀୟ ପ୍ରାର୍ଥୀ, ବୁଦ୍ଧିଜୀବି ଓ ସାଧାରଣ ଜନତାଙ୍କୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଗାଁ ଗଣ୍ଡାରେ ପହଞ୍ଚାଇବା ସହ ଘର ଘର ବୁଲି ପ୍ରଚାର ଉପରେ ଗୁରୁତ୍ବ ଦେଇଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରୀୟ ଯୋଜନାକୁ ହରିଲୁଟ, ପ୍ରଶାସନର ଦୂରୁପଯୋଗ, ରାଜ୍ୟରେ ଚାଲିଥିବା ଶାସକ ଦଳର ଗୁଣ୍ଡାରାଜ, ମହିଳାଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଥିବା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏଥିସହ ମୋଦି ସରକାରଙ୍କ ଓଡିଶା ପ୍ରତି ପ୍ରତିବଦ୍ଧତା ଓ ଚଳିତ ବଜେଟରେ କେନ୍ଦ୍ରସରକାର ରାଜ୍ୟକୁ ଦେଇଥିବା ବିଭିନ୍ନ ଅନୁଦାନ ବିଶେଷକରି ରେଳବାଇ ପାଇଁ ସର୍ବାଧିକ ଅନୁଦାନ ବିଷୟରେ ଲୋକଙ୍କ ପାଖକୁ ଯିବାକୁ ଆହ୍ବାନ କରିଥିଲେ। ମୋ କର୍ମଭୂମୀ କେନ୍ଦ୍ରାପଡାର ବିକାଶ ପାଇଁ ମୁଁ ସବୁବେଳେ ଚେଷ୍ଟା କରିଆସିଛି ଓ କେନ୍ଦ୍ରାପଡାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବୀତ। କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ, ବନ୍ୟା ଓ ବାତ୍ୟା ଭଳି ବିପଦ ସମୟରେ ବିଜେପି ସବୁବେଳେ ଲୋକମାନଙ୍କ ସାଙ୍ଗରେ ରହିଥିବା ଦଳ ପାଇଁ ଆଉ ଏକ ମାଇଲଖୁଣ୍ଟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ପ୍ରକାଶଥାଉକି ଗତକାଲି ମଧ୍ୟ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରି ବିଭିନ୍ନ ପରାର୍ମଶ ଓ ଗୁରୁମନ୍ତ୍ର ଦେଇଥିଲେ। ବିଜେପି ପ୍ରତି ଲୋକମାନଙ୍କ ଆସ୍ଥା ବଢୁଛି ଓ ବିଗତ ନିର୍ବାଚନ ମାନଙ୍କରେ ଭୋଟ ହାର ମଧ୍ୟ ବଢିଛି ଓ ଦଳ ପ୍ରତି ସମର୍ଥନ ବଢୁଥିବାରୁ ଏହାକୁ ଭୋଟରେ ରୂପାନ୍ତରିତ କରିବାକୁ ଦଳିୟ ପ୍ରାର୍ଥୀଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ। ଆଜିର ଏହି ଭର୍ଚୁଆଲ ରାଲିରେ ଜିଲ୍ଲାର ପଦାଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବି ଓ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିବାରୁ ଶ୍ରୀଯୁକ୍ତ ପଣ୍ଡା ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

0
0
0
s2sdefault