ହେଡଲାଇନସ୍:

ଖସିଯାଉଛି ପାଦ ତଳର ମାଟି : ଗଜପତିରେ ବିଜେପିକୁ ଝଟକା ପରେ ଝଟକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଲି ଛାଡିଥିଲେ ପୂର୍ବତନ ଜିଲ୍ଲା ସଭାପତି, ଆଜି ଛାଡିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତିରେ ଦୋହଲିଯାଇଛି ବିଜେପିର ମେରୁଦଣ୍ଡ | ଗତକାଲି ପାରଳାଖେମୁଣ୍ଡିଠାରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ମୋହନଠାରେ ବିଜେପିକୁ ଶକ୍ତ ଝଟକା ଦେଇ ବିଜେଡ଼ିରେ ସାମିଲ ହୋଇଛନ୍ତି ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା | ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଧରିଛନ୍ତି ଅନିତାରାଣୀ | ଆଜି ମୋହନାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ଏକ ମହା ମିଶ୍ରଣପର୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମୋହନା ଜିଲ୍ଲା ପରିଷଦ ସଦସ୍ୟା ଅନିତା ରାଣୀ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପି ଛାଡି ବିଦ୍ଧିବଦ୍ଧ ଭାବେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି | ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି ବୋଲି ଅନିତା କହିଛନ୍ତି | ମିଶ୍ରଣ ପର୍ବରେ ଦଳରେ ସାଧାରଣ ସମ୍ପାଦକ ଶ୍ରୀ ମଙ୍ଗରାଜଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ |
ସୂଚନା ଯୋଗ୍ୟ ଯେ,ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାବଣା ଓ ତାଙ୍କ ସହ ବହୁ ମଣ୍ଡଳ ସଭାପତି ନି ବିଜେଡିରେ ସାମିଲ ହୋଇଥିଲେ । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହେଉଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷ ମାନସ ମଙ୍ଗରାଜ ମତବ୍ୟକ୍ତ କରିଥିଲେ | ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ତିରୁପତି ପାଣିଗ୍ରାହୀ, ରଜଜେମା କଲ୍ୟାଣୀ ଗଜପତି ଙ୍କ ସମେତ ଦଳୀୟ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ।

0
0
0
s2sdefault