ଗୋଲକଙ୍କୁ ଯୁବ, ପୃଥ୍ୱୀରାଜଙ୍କୁ ଅନୁସୂଚିତ ଜାତି ଓ ଲେଖାଶ୍ରୀଙ୍କୁ ଓବିସି
ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି ।
ଆଜି ଦଳ ପକ୍ଷରୁ ଘୋଷିତ ସୂଚୀ ଅନୁଯାୟୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ (ରାଜ୍ୟ ସାଧାରଣ ସଂପାଦକ)ଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଯୁବ ମୋର୍ଚ୍ଚା ପ୍ରଭାରୀ ବିଜନେ ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର (ରାଜ୍ୟ ସାଧାରଣ ସଂପାଦକ)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ: ଶ୍ରୀ ରବି ନାରାୟଣ ନାଏକ (ରାଜ୍ୟ ସାଧାରଣ ସଂପାଦକ), ଓବିସି ମୋର୍ଚ୍ଚା ପ୍ରଭାରୀ: ଡ.ଲେଖାଶ୍ରୀ ସାମନ୍ତସିଂହାର (ରାଜ୍ୟ ସାଧାରଣ ସଂପାଦକ); ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା ପ୍ରଭାରୀ: ସୁଶ୍ରୀ ସୁକେଶୀ ଓରାମ (ରାଜ୍ୟ ଉପସଭାନେତ୍ରୀ), ମହିଳା ମୋର୍ଚ୍ଚା ପ୍ରଭାରୀ: ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ (ରାଜ୍ୟ ଉପସଭାନେତ୍ରୀ), କୃଷକ ମୋର୍ଚ୍ଚା ପ୍ରଭାରୀ: ଶ୍ରୀ କାଳନ୍ଦୀ ସାମଲ (ରାଜ୍ୟ ସଂପାଦକ)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି ।