-
ସଭାସମିତି ଉପରେ କଟକଣା, ସୋସିଆଲ ମିଡ଼ିଆ ଭରସା
-
ଡିଜିଟାଲ ପ୍ରଚାରରେ ଆଗରେ ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ
ବାଲେଶ୍ୱର- କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ପ୍ରଚାର ଲାଗି ରାଜ୍ୟ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି I ଯେ କୌଣସି ପ୍ରକାର ରାଲିକୁ ବାରଣ କରାଯିବା ସହ ସଭା ସମିତିରେ ଅଧିକ ଲୋକଙ୍କ ଏକତ୍ରୀକରଣ ଉପରେ ମଧ୍ୟ ରୋକ ଲାଗିଛି I ଏହି ଦୃଷ୍ଟିରୁ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଏନେକ ପ୍ରାର୍ଥୀ ଏବେ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଉଥିବା ନଜରକୁ ଆସିଛି I ତେବେ ଏଥିରେ ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତର ଉଚ୍ଚଶିକ୍ଷିତା ସମିତି ସଭ୍ୟ ପ୍ରାର୍ଥୀନୀ ଶ୍ରୀମତୀ ଶାନ୍ତା ଦାସ ଡିଜିଟାଲ ପ୍ରଚାରରେ ଆଗରେ ଥିବା ଜଣାପଡ଼ିଛି I
କଟକଣାକୁ ନଜରରେ ରଖି ପ୍ରାର୍ଥୀମାନେ ଯଥାସମ୍ଭବ ହ୍ୱାଟ୍ସଆପ, ଫେସବୁକ, ଟ୍ୱିଟର ଆଦି ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ଜୋରଦାର ପାଇଁ ଉଦ୍ୟମ ଚଳାଇଥିବା ବେଳେ ଏହି ଡିଜିଟାଲ ପ୍ରଚାର, ଶିକ୍ଷିତ ପ୍ରାର୍ଥୀଙ୍କୁ ବେଶ ସୁହାଉଥିବା ଦେଖାଯାଉଛି I
ଏ ସମ୍ପର୍କରେ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ଶ୍ରୀମତୀ ଶାନ୍ତା ଦାସ କୁହନ୍ତି ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଏହି ଡିଜିଟାଲ ପ୍ରଚାର ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବେଶ ନିରାପଦ I ଏହି ପ୍ରଚାରରେ ଅଧିକ ଲୋକ ଏକାଠି ହେବା କିମ୍ବା ଘରକୁ ଘର ବୁଲିବାରର ଆବଶ୍ୟକ ହେଉନଥିବାରୁ କୋଭିଡ ସଂକ୍ରମଣ ବଢିବାର ଆଶଙ୍କାକୁ ଏଡାଇ ଦେଇ ହେଉଛି I ସର୍ବୋପରି ଆମର ବାର୍ତ୍ତା ଖୁବ କମ ସମୟ ମଧରେ ସାଧାରଣଲୋକଙ୍କ ପାଖରେ ପହଁଚି ପାରୁଛି I ଏହି ମାଧ୍ୟମରେ ଆମେ ଲୋକଙ୍କୁ ଆମର କାର୍ଯ୍ୟପନ୍ଥା ବିଷୟରେ ଜଣାଇବା ସହ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଇ ପାରୁଛୁ I ମୁଁ ଲୋକଙ୍କ ନିକଟରେ ପହଁଚିବା ଆଗରୁ ମୋ ବାର୍ତ୍ତା ଲୋକଙ୍କ ପାଖରେ ପହଁଚି ଯାଉଛି I ଯାହାକି ଲୋକଙ୍କ ନିକଟରେ ଖୁବ ଗ୍ରହଣୀୟ ହେଉଛି I ଏସଏମଏସ, ଭଏସ କଲ ମାଧ୍ୟମରେ ମୋ ଅପିଲ ଲୋକଙ୍କ ପାଖରେ ପହଁଚି ପାରୁଛି I ଲୋକଙ୍କ ନିକଟରେ ଫହଁଚିବାରେ ଏବଂ ନିଜର ମତ ସେମାନଙ୍କ ନିକଟରେ ରଖିବାରେ ଏହା ହେଉଛି ସବୁଠୁ ସୁନ୍ଦର ମାଧ୍ୟମ I
ବାଲେଶ୍ୱର ଜିଲ୍ଲା ହେଉଛି ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା I ଆଜିର ବ୍ୟସ୍ତବହୁଳ ଜୀବନରେ ଡିଜିଟାଲ ମାଧ୍ୟମରେ ଲୋକଙ୍କ ନିକଟରେ ଖୁବ କମ ସମୟ ମଧ୍ୟରେ ପହଁଚିବା ସମ୍ଭବ ହୋଇପାରୁଛି I ଏଥିଲାଗି ଏ ଅଞ୍ଚଳର ସାଧାରଣଲୋକଙ୍କ ସମସ୍ୟା ସମାଧାନ ଲାଗି ମୁଁ ମୋ ନିଜ ଫୋନ ନମ୍ବର ସାର୍ବଜନୀନ କରିଛି ବୋଲି ଶ୍ରୀମତୀ ଦାସ କହିଛନ୍ତି I